କର୍ପୂର କେବଳ ପୂଜା ପାଇଁ ନୁହେଁ, ବିଭିନ୍ନ ଶାରୀରିକ ସମସ୍ୟା ବି ଦୂର କରେ

Advertisment
କର୍ପୂର କେବଳ ପୂଜା ପାଇଁ ନୁହେଁ, ବିଭିନ୍ନ ଶାରୀରିକ ସମସ୍ୟା ବି ଦୂର କରେ

ସାଧାରଣତଃ କର୍ପୂର ଦୁଇ ପ୍ରକାରର। ଗୋଟିଏ ହେଲା ପ୍ରାକୃତିକ କର୍ପୂର, ଯାହା ଗଛରୁ ମିଳେ। ଏହି କର୍ପୁରକୁ ଆମେ ଖାଇପାଇପାରିବା ଏବଂ ଅନ୍ୟଟି ହେଲା ରସାୟନିକ ପ୍ରକ୍ରିୟା ଦ୍ୱାରା ପ୍ରସ୍ତୁତ କରାଯାଉଥିବା। ବଜାରରେ କୃତ୍ରିମ କର୍ପୂର ମିଳିଥାଏ। ହିନ୍ଦୁ ଧର୍ମରେ ପୂଜା ସମୟରେ କର୍ପୂର ବ୍ୟବହାର କରାଯାଏ। ଆର୍ୟୁବେଦ ଉପଚାର ଏବଂ ଘରେ ମଧ୍ୟ ଏହାର ବ୍ୟବହାର କରାଯାଏ। ଆସନ୍ତୁ ଜାଣିବା ଏହାର ବ୍ୟବହାର ବିଷୟରେ।

publive-image

ଆରୋମାଥେରାପିରେ କର୍ପୂରକୁ ମସ୍ତିଷ୍କ ଜନିତ ସମସ୍ୟା ଦୂର କରିବାରେ ବ୍ୟବହାର କରାଯାଏ। ତ୍ୱଚା ସମସ୍ୟା ପାଇଁ ମଧ୍ୟ କର୍ପୁର ବ୍ୟବହାର କରାଯାଏ। ଏହା ରକ୍ତରେ କୋଲେଷ୍ଟ୍ରୋଲର ମାତ୍ରା ନିୟନ୍ତ୍ରିତ କରିଥାଏ ଏବଂ ଗଣ୍ଠି ଯନ୍ତ୍ରଣା ଦୂର କରିବାରେ ସାହାଯ୍ୟ କରିଥାଏ। ମୁହଁର ଦୁର୍ଗନ୍ଧ , ଦାନ୍ତ ଯନ୍ତ୍ରଣା ଆଦି କର୍ପୁର ଭଲ କରିଥାଏ। ତେଲରେ କର୍ପୂର ମିଶାଇ ମୁଣ୍ଡରେ ମାଲିସ କରିବା ଦ୍ୱାରା ଆରାମ ଲାଗିଥାଏ ।

publive-image

ପ୍ରାକୃତିକ କର୍ପୂର ଖାଇବା ଉପଯୋଗୀ। ଏହାକୁ ଖାଇବା ଦ୍ୱାରା ଗ୍ୟାସ୍‌ ସମସ୍ୟା ଦୂର ହୋଇଥାଏ। ପାଚନଶକ୍ତି ବୃଦ୍ଧି ହୋଇଥାଏ। ନଡ଼ିଆ ତେଲରେ ଅଳ୍ପ କିଛି କର୍ପୂର ମିଶାଇ ଲଗାଇବା ଦ୍ୱାରା ରୂପି ଆଦି ଦୂର ହୋଇଥାଏ। ତ୍ୱଚାରେ ଥିବା ଦାଗ ମଧ୍ୟ ଦୂର କରିଥାଏ। ପେଟରେ ଯନ୍ତ୍ରଣା ବା ଗ୍ୟାସ ପାଇଁ ଜ୍ୱଳା ହେଉଥିଲେ କର୍ପୂର, ଜୁଆଣି ଏବଂ ପୋଦିନାର ସରବତ୍‌ କରି ପିଇବା ଦ୍ୱାରା ଆରାମ ମିଳିଥାଏ। ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳା ଡାକ୍ତରଙ୍କ ପରାମର୍ଶ ନେଇ କର୍ପୂର ବ୍ୟବହାର କରିବା ଉଚିତ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe