ଆାପଣଙ୍କୁ ଆଲର୍ଜିରୁ ରକ୍ଷା କରିିଥାଏ ସେଓଠାରୁ ରସୁଣ ଯାଏଁ କେତେକ ଦ୍ରବ୍ୟ , ଜାଣନ୍ତୁ ତାହା କିଭଳି ସହାୟକ ହୋଇଥାଏ

ଆାପଣଙ୍କୁ ଆଲର୍ଜିରୁ ରକ୍ଷା କରିିଥାଏ ସେଓଠାରୁ ରସୁଣ ଯାଏଁ କେତେକ ଦ୍ରବ୍ୟ , ଜାଣନ୍ତୁ ତାହା କିଭଳି ସହାୟକ ହୋଇଥାଏ

ଆମେ ଅନେକ ସମୟରେ ବିଭିନ୍ନ ସଂକ୍ରମଣର ଶିକାର ହୋଇଥାଉ। ଏହି ଆଲର୍ଜିର ସଂକ୍ରମଣ ଶରୀରର ବିଭିନ୍ନ ଅଙ୍ଗ ଯଥା ନାକ, ଆଖି, ଗଳା ଓ ତ୍ୱଚା ଆଦି ଉପରେ ବିଶେଷ କୁପ୍ରଭାବ ପକାଇଥାଏ। ଆଲର୍ଜିର ଚିକିତ୍ସା ଲାଗି ଆମକୁ ଚିକିତ୍ସକଙ୍କ ପରାମର୍ଶ ନେବାକୁ ପଡ଼ିଥାଏ ଓ ଆବଶ୍ୟକୀୟ ଓଷଧ ସେବନ କରିବାକୁ ପଡ଼ିଥାଏ। କିନ୍ତୁ ଆପଣ ଯଦି ନିମ୍ନଲିଖିତ ଆଣ୍ଟି-ଆଲର୍ଜି ସୁପରଫୁଡ୍‌ ଖାଇବେ,ତେବେ ଆଲର୍ଜିରୁ ରକ୍ଷା ପାଇପାରିବେ। ଏବେ ଆସନ୍ତୁ ଜାଣିବା ଏହି ଖାଦ୍ୟ ସଂପର୍କରେ ....

publive-image
ସେଓ:-ପ୍ରତିଦିନ ଗୋଟିଏ ଲେଖାଏଁ ସେଓ ସେବନ କରିଲେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ସୁସ୍ଥ ରହେ ଓ ଆଲର୍ଜିଠାରୁ ଶରୀରକୁ ଦୂରେଇ ରଖିଥାଏ।
ଅଦା ଚା’:-ପ୍ରତିଦିନ ଦୁଇ କପ୍‌ ଅଦା ଚା’ ପିଇଲେ ମଧ୍ୟ ଆଲର୍ଜିରୁ ମୁକ୍ତି ମିଳିଥାଏ।

publive-image
ହଳଦୀ:- ହଳଦୀରେ କରକୁମିନ୍‌ ନାମକ ଏକ ପଦାର୍ଥ ମିଳିଥାଏ।ଏହା ଏକ ଶକ୍ତିଶାଳୀ ଆଣ୍ଟି ଅକ୍ସିଡେଣ୍ଟ୍‌। ପ୍ରତିଦିନ ଏକ ଛୋଟ ଚାମଚ ହଳଦୀ ଗୁଣ୍ଡ ଏକ ଗ୍ଲାସ୍‌ ଗରମ କ୍ଷୀରରେ ମିଶାଇ ପିଇଲେ ଆଲର୍ଜି ହୋଇନଥାଏ। ଆପଣ ଖାଦ୍ୟରେ ଅଧିକ ମାତ୍ରାର ହଳଦୀର ପ୍ରୟୋଗ କରିଲେ ମଧ୍ୟ ସମାନ ଫଳ ମିଳିଥାଏ।

ରସୁଣ:-ରସୁଣ ଏକ ଆଣ୍ଟି ଆଲର୍ଜିକ୍‌ ସୁପରଫୁଡ୍‌। ଦିନରେ ଯଦି ଆପଣ ଗୋଟିଏ ବା ଦୁଇଟି ରସୁଣ ଖାଉଛନ୍ତି, ତେବେ ଆାପଣଙ୍କୁ ଆଲର୍ଜିରୁ ରକ୍ଷା ମିଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe