ଆପଣଙ୍କ ବାଡ଼ି କିମ୍ବା କୁଣ୍ଡରେ ଆଲୋବେରା ଗଛଟିଏ ନିଶ୍ଚୟ ଲଗାନ୍ତୁ, ଦୂରେଇ ଯିବ ଅନେକ ସମସ୍ୟା

Advertisment
ଆପଣଙ୍କ ବାଡ଼ି କିମ୍ବା କୁଣ୍ଡରେ ଆଲୋବେରା ଗଛଟିଏ ନିଶ୍ଚୟ ଲଗାନ୍ତୁ, ଦୂରେଇ ଯିବ ଅନେକ ସମସ୍ୟା

ଆପଣମାନେ ନିଶ୍ଚୟ ଶୁଣିଥିବେ ଯେ ଆଲୋବେରା ବା ଯାହାକୁ ଆମେ ଓଡ଼ିଆରେ ଘିକୁଆଁରି ନାମରେ ଜାଣନ୍ତି ତାହା ଏକ ଉପକାରୀ ଗଛ। ଏହା ଅନେକ କାମରେ ଆସିଥାଏ। ତ୍ୱଚା, କେଶ, ଖଣ୍ଡିଆ ଆଦି ପାଇଁ ଘିକୁଆଁରି ହେଉଛି ଅବ୍ୟର୍ଥ ଔଷଧ।

ଏହାର ଟିସୁ ମୋଟାଳିଆ ହୋଇଥିବାରୁ ଏଥିରେ ପାଣି ଭାଗ ବେଶି ଥାଏ। ଏଥିରେ ପାଣି ବ୍ୟତୀତ ଆମିନୋ ଏସିଡ, ମିନେରାଲ ଏବଂ ଆଣ୍ଟି ଅକ୍ସିଡେଣ୍ଟ୍‌ ଆଦି ଭରପୂର ପରିମାଣରେ ରହିଛି।

ଏହାକୁ ସେଭିଂ ଜେଲ୍‌ ଭାବେ ବି ବ୍ୟବହାର କରାଯାଇପାରେ। ଏହାକୁ ବ୍ୟବହାର କରି ସେଭିଂ ହେଲେ ତ୍ୱଚା ନରମ ଓ ଉଜ୍ଜ୍ୱଳ ହୋଇଥାଏ।

publive-image

ଆଲୋବେରା ଜେଲ୍‌ ହେଉଛି ଏକ ରକମର ଶ୍ରେଷ୍ଠ କେଶ ମସ୍‌ଚୁରାଇଜର୍‌। ଏହାକୁ କେଶରେ ଲଗାଇଲେ କେଶ ଝଡ଼ିବା, ରୂପି ଆଦି ସମସ୍ୟାର ସମାଧାନ ହେବା ସହ କେଶ କଳା ଓ ସାଇନ୍‌ ବି ରହିଥାଏ।

ଆଇବ୍ରୋରେ ବି ଆଲୋବେରା ଜେଲ୍‌ ବ୍ୟହାର କରିପାରନ୍ତି। ଏହାକୁ ଆଇବ୍ରୋରେ ଲଗାଇଲେ ଆଇବ୍ରୋରେ ଥିବା କେଶ କଳା ମୁଚୁମୁଚୁ ହେବା ସହ ନରମ ହୋଇଥାଏ।

ଏହାକୁ ବାଦ୍‌ ଦେଲେ ବ୍ରଣ, ଦାଗ, ରୁକ୍ଷପଣ, ଓଜନ ହ୍ରାସ ଆଦି ଅନେକ କାରଣ ପାଇଁ ଆଲୋବେରା ଜେଲ୍‌ ବ୍ୟବହାର କରାଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe