ଘିକୁଆଁରିକୁ ଆପଣ ଯାଦୁକରୀ ଉଦ୍ଭିଦ ବୋଲି କହିପାରନ୍ତି! ରହିଛି ଏହି ସବୁ ସୁଗୁଣ

ଘିକୁଆଁରିକୁ ଆପଣ ଯାଦୁକରୀ ଉଦ୍ଭିଦ ବୋଲି କହିପାରନ୍ତି! ରହିଛି ଏହି ସବୁ ସୁଗୁଣ

Medical News Today

ଆଲୋବେରା କୁହନ୍ତୁ ବା ଘିକୁଆଁରି ଆପଣ ଏହାକୁ ଯଦି ଯାଦୁକରୀ ଉଦ୍ଭିଦ ବୋଲି କହିବେ ତାହାଲେ ବି ଭୁଲ୍‌ ହେବ ନାହିଁ। କାହିଁକି ନା, ଏହି ଗୋଟାଏ ଜିନିଷ ଅନେକ କାମରେ ଆସିଥାଏ। ଆଲୋବେରାକୁ ଆପଣ ତ୍ବଚା, କେଶ ସହ ଶରୀରରେ ହୋଇଥିବା ଖଣ୍ଡିଆ ସ୍ଥାନରେ ବି ବ୍ୟବହାର କରିପାରିବେ। ଛୋଟ ଧରଣର ଖଣ୍ଡିଆ କିମ୍ବା ପୋଡ଼ା ସ୍ଥାନରେ ଆଲୋବେରା ଲଗାଇ ଉପଶମ ପାଇ ହେବ।

ଯଦି ଆପଣ ଗୋଟାଏ ଗଛରୁ ଅନେକ ପ୍ରକାରର ସୁବିଧା ପାଇବା ପାଇଁ ଇଚ୍ଛୁକ ତେବେ ଆଲୋବେରା ନିଜ ଘର ଛାତରେ କିମ୍ବା ବାଡ଼ିରେ ନିଶ୍ଚୟ ଲଗାନ୍ତୁ।

ଚିନ୍ତା କରନ୍ତୁ ନାହିଁ, ଯଦି ଆପଣଙ୍କ ଘରେ ଆଲୋବେରା ଗଛ ଉପଲବ୍ଧ ନାହିଁ ତେବେ ବଜାରରୁ ମିଳୁଥିବା ଆଲୋବେରା ଜେଲ୍‌ କିଣି ଆଣିପାରିବେ।

ଆଲୋବେରାକୁ ଆପଣ ଜୁସ୍‌ କରି ପିଇପାରିବେ। ଏହାକୁ ପିଇବା ଦ୍ବାରା ଆପଣଙ୍କ ଶରୀରରେ ଆଦ୍ରତା ଠିକ୍‌ ଭାବେ ବଜାୟ ରହିବା ସହ କୋଷ୍ଠକାଠିନ୍ୟ ଓ ପେଟ ଜନିତ ଅନେକ ରୋଗ ଭଲ ହୋଇଯିବ।

ଆଲୋବେରା ଜେଲ୍‌ରେ ପାଟି କୁଳି କରନ୍ତୁ। ଏହା ମାଉଥ୍‌ ୱାସ୍‌ର କାମ ଦେବ।

ଖରାରେ ବୁଲି ତ୍ବତା ଟ୍ୟାନ୍‌ ହୋଇ ଯାଇଥିଲେ ମୁହଁରେ ଦୈନିକ ଆଲୋବେରା ଘସନ୍ତୁ। ଦେଖିବେ କିଛି ଦିନ ଭିତରେ ମୁହଁ ଉଜ୍ଜ୍ବଳ ଦିଶିବ।

ଥ୍ରେଡିଂ କିମ୍ବା ୱାକ୍‌ସିଂ ପରେ ଆଲୋବେରାକୁ ସେହି ସ୍ଥାନରେ ଲଗାନ୍ତୁ। ତ୍ବଚା ଆଉ ଜଳିବ ନାହିଁ।

ଏହାକୁ କେଶ ମୂଳରେ ଲଗାଇଲେ କେଶ ସବଳ ହେବା ସହ ଝଡ଼ିବା ମଧ୍ୟ କମ୍‌ ହୋଇଥାଏ।

ମେକ୍‌ଅପ୍‌ ଛଡ଼ାଇବା ପାଇଁ ମଧ୍ୟ ଆପଣ ଆଲୋବେରା ବ୍ୟବହାର କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe