ସ୍ବାସ୍ଥ୍ୟ ମନ୍ତ୍ର: ମହିଳାଙ୍କଠାରେ ରକ୍ତହୀନତା ଅଧିକ ଦେଖାଯାଉଛି

Advertisment

ପ୍ରଗତି ସାହୁ

ପ୍ରଗତି ସାହୁ

ସ୍ବାସ୍ଥ୍ୟ ମନ୍ତ୍ର: ମହିଳାଙ୍କଠାରେ ରକ୍ତହୀନତା ଅଧିକ ଦେଖାଯାଉଛି

iCliniq

ଆଜିକାଲିର ମହିଳା ସବୁଥିରେ ଆଗଭର। ସବୁ କାମକୁ ମୁଣ୍ଡରେ ଧରି ନିଜ ଶରୀରକୁ ଅଣଦେଖା କରୁଛନ୍ତି। ପରିବାର ସହିତ ନିଜ ବୃତ୍ତିଗତ ଜୀବନରେ ବ୍ୟସ୍ତ ରହୁଥିବା ମହିଳାମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ମହିଳାଙ୍କଠାରେ ବିଭିନ୍ନ ରୋଗ ମଧ୍ୟରୁ ରକ୍ତହୀନତା ବେଶି ମାତ୍ରାରେ ଦେଖାଯାଉଛି।

ଭାରତରେ ୨୦୧୮ର ଗଣନା ଅନୁସାରେ ୫.୮୭ ଲକ୍ଷ ମହିଳା ଏହି ରୋଗରେ ପୀଡ଼ିତ। ଏପରିକି ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ୨୦୨୨ ରିପୋର୍ଟରେ ଦେଶର ୫୭ରୁ ୫୯ ପ୍ରତିଶତ ମହିଳା ରକ୍ତହୀନତା ଭୋଗୁଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ଏହି ହାର ୨୫ରୁ ୩୧ ପ୍ରତିଶତ ରହିଛି । ମହିଳାଙ୍କଠାରେ ଅଧିକ ଦେଖାଯାଉଥିବା ରୋଗ ବିଷୟରେ ଆମେ ସ୍ତ୍ରୀରୋଗ ବିଶେଷଜ୍ଞ ଡ. ତନୟା ଜେନାଙ୍କ ସହ ଆଲୋଚନା କରିଥିଲୁ। ତାଙ୍କ କହିବା ଅନୁସାରେ-

ରକ୍ତହୀନତା

ଆଜିକାଲି ଅଧିକ ମହିଳାଙ୍କଠାରେ ରକ୍ତହୀନତା ବେଶି ମାତ୍ରାରେ ଦେଖାଯାଉଛି। ପୋଷଣ ବା ଖାଦ୍ୟସାର ଅଭାବରୁ ହେଉଥିବା ରକ୍ତହୀନତା ଏକ ସାଧାରଣକଥା। ରକ୍ତରେ ଥିବା ହିମୋଗ୍ଲୋବିନ ପରିମାଣ ଆବଶ୍ୟକତାରୁ କମ୍ ରହିଲେ ରକ୍ତହୀନତା ଦେଖାଦିଏ। ମୁଖ୍ୟତଃ ରକ୍ତରେ ଲୌହସାର ଓ ଭିଟାମିନ୍ ବି-୧୨ର ଅଭାବ ରକ୍ତହୀନତା ସୃଷ୍ଟି କରିଥାଏ।
ରକ୍ତସ୍ରାବ ହେତୁ ଶରୀରରେ ଲୌହଅଂଶ କମିଯାଏ। କ୍ଷୁଦ୍ରାନ୍ତ୍ରରେ କୌଣସି ତ୍ରୁଟି ବା ରୋଗ ହେତୁ ଲୌହସାର ଶରୀରକୁ ଯାଇପାରି ନ ଥାଏ। ଶରୀରରେ କୃମି ସଂକ୍ରମଣ ହେତୁ ମଧ୍ୟ ଏହି ରୋଗ ଦେଖାଦିଏ।

ନିରାକରଣ

- ଖାଲି ଭାତ-ଆଳୁ ଖାଇଲେ ଚଳିବ ନାହିଁ। ସୁଷମ ଖାଦ୍ୟ ଖାଇବା ଦରକାର।
- ତା’ ସହିତ ବଢ଼ୁଥିବା ଶିଶୁଟିର ମଧ୍ୟ ସେହି ରୋଗ ଦେଖାଯାଏ। ସେଥିପାଇଁ ଅଧିକ ପରିମାଣର ଲୌହସାର ବିଶିଷ୍ଟ ଖାଦ୍ୟ, ଭିଟାମିନ୍ ‘ବି’ ଓ ‘ସି’ ଥିବା ଖାଦ୍ୟ ଖାଇବା ଦରକାର।
- କୃମି ସଂକ୍ରମଣର ଚିକିତ୍ସା ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ।
- ସବୁ ସମୟରେ ଚପଲ ବ୍ୟବହାର କରିବା।

ସେହିପରି ସ୍ତନ କର୍କଟ ଏବେ ବିଶ୍ବରେ ମହିଳାଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ଏହି ସମସ୍ୟାକୁ ଦୂରେଇବା ପାଇଁ ସ୍ତନ ପରୀକ୍ଷା କରିବା ଉଚିତ। ସେହିପରି ଗର୍ଭାଶୟ କ୍ୟାନ୍ସର ବି ମହିଳାଙ୍କଠାରେ ଦେଖାଯାଉଛି। କିନ୍ତୁ ଏହାକୁ ଏବେ ପ୍ରଥମରୁ ପରୀକ୍ଷା କରାଇବାଦ୍ବାରା ସ୍ଥିତି ସୁଧୁରି ଯାଉଛି। ଭ୍ୟାକ୍ସିନ୍, ମେଡିସିନ୍ ଯୋଗୁ ଏହି ରୋଗରୁ ମୁକ୍ତି ମିଳିପାରୁଛି। ଗର୍ଭାଶୟ କର୍କଟରୁ ମୁକ୍ତି ପାଇଁ ଭାରତରେ ଟିକା ବି ମିଳି ଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe