Ankylosing Spondylitis: ସାବଧାନ! ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗର ଆରମ୍ଭରୁ ଚିକିତ୍ସା କରାଇ ନିଅନ୍ତୁ; ନଚେତ ଅସୁବିଧା ଭୋଗି ପାରନ୍ତି

ସ୍ପଣ୍ଡିଲାଇଟିସ୍ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ବହୁପ୍ରକାର ଔଷଧ ଉପଲବ୍ଧ `ଯାହାକୁ ଡିଜିଜ ରମାଡିଫାୟିଙ୍ଗ ଆଣ୍ଟି ରିଉମାଟିକ ଡ୍ରଗ୍ସ୍‌ କୁହାଯାଏ। ସ୍ପଣ୍ଡିଲାଇଟିସ୍‌କୁ ସଂପୂର୍ଣ୍ଣ ଭଲ କରାଯାଇ ନପାରି‌ଲେ ମଧ୍ୟ ଲକ୍ଷଣକୁ ଦେଖି ନିୟନ୍ତ୍ରଣ କରାଯାଇପାରିବ।

Untitled-19

Ankylosing spondylitis Photograph: (@sambad.in)

ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗ ମୁଖ୍ୟତଃ ଯୁବାବସ୍ଥାରେ ୨୦ରୁ ୪୦ବର୍ଷ ମଧ୍ୟରେ ଆରମ୍ଭ ହୋଇଥାଏ। ଏହା ଯୋଗୁ ସେମାନଙ୍କ ଶରୀରରେ ନମନୀୟତା ଦେଖାଯାଏ। ଯଦି ଆରମ୍ଭରୁ ଏହି ରୋଗର ଚିକିତ୍ସା କରାଯାଏ, ତେବେ ରୋଗୀ ସୁସ୍ଥ ହୋଇପାରିବେ। ଏହି ରୋଗ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଅଧିକ ଦେଖାଯାଉଛି ବୋଲି ମତ ରହିଛି। 

ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ଏକପ୍ରକାରର ଗଣ୍ଠିବାତ ରୋଗ, ଯାହା ସମୟ ସହିତ ମେରୁଦଣ୍ଡ , ହାତ ଓ ଏହାର ଆଖପାଖ ଗଣ୍ଠି ସମୂହକୁ ପ୍ରଭାବିତ କରିଥାଏ। କ୍ରମଶଃ ରୋଗୀର ମେରୁଦଣ୍ଡର ନମନୀୟତା ମଧ୍ୟ ନଷ୍ଟ ହୋଇଯାଏ। 

ଶରୀରର ମେରୁଦଣ୍ଡ ଓ ଅଣ୍ଟା ମଧ୍ୟରେ ଥିବା ଜଏଣ୍ଟରେ ଯନ୍ତ୍ରଣା ହେବା ସହିତ କାନ୍ଧର ଜଏଣ୍ଟ ଏବଂ ହିପ୍‌ରେ ଯନ୍ତ୍ରଣା, ଆଖିକୁ ଠିକ୍‌ରେ ଦେଖା ନଯିବା। ଏହା ସହିତ ଅନେକ ସମୟରେ ପେଟ ଦରଜ ହେବା, ବାରମ୍ବାର ନାଳଝାଡ଼ା ହେବା ଓ ବିଭିନ୍ନ ପ୍ରକାରର ଚର୍ମ ସମସ୍ୟା ଦେଖା ଦେଇଥାଏ। ପ୍ରାୟତଃ ବଂଶଗତ ଏବଂ ପରିବେଶର ପ୍ରଭାବରେ ଏହି ରୋଗ ହୋଇଥାଏ।  ଏଚ ଏଲ ଏ ବି ୨୭ ନାମକ ଏକ ଜିନ୍ ଏହି ରୋଗୀମାନଙ୍କଠାରେ ଦେଖାଦେଇଥାଏ।

ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗରେ ଶିକାର ହୋଇଛନ୍ତି ବୋଲି କିପରି ଜାଣିବା

ଯଦି କୌଣସି ଲୋକ ନିୟମିତ ଭାବେ ସକାଳୁ ଉଠିବା ସମୟରେ ଅଣ୍ଟାରେ ଯନ୍ତ୍ରଣା ହୋଇଥାଏ, କିନ୍ତୁ କିଛି ସମୟ ନିତ୍ୟ କାର୍ଯ୍ୟକଳାପ କରିବା ପରେ ଏହି ଯନ୍ତ୍ରଣା କମିଯାଇଥାଏ। ତେବେ ଏହା ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟ୍ସ୍ ବୋଲି ସନ୍ଦେହ କରାଯାଇପାରେ। ଏହି ପରିସ୍ଥିତିରେ ତୁରନ୍ତ ରିମାଟୋଲୋଜିଷ୍ଟଙ୍କ ପରାମର୍ଶ ନେବା ଉଚିତ୍। ଏଥିପାଇଁ ବିଭିନ୍ନ ପ୍ରକାରର ରକ୍ତ ପରୀକ୍ଷା କରାଯାଇଥାଏ।

ଏହି ସ୍ପଣ୍ଡିଲାଇଟିସ୍ ଆରମ୍ଭ ପର୍ଯ୍ୟାୟରେ ଅଣ୍ଟାର ନିମ୍ନ ଭାଗରେ ଯନ୍ତ୍ରଣା ହେବା ସହ ଷ୍ଟିପ୍ ହୋଇଯାଇଥାଏା ଏହି ଯନ୍ତ୍ରଣା ବିଶେଷତଃ ସକାଳ ସମୟରେ କିମ୍ବା ଶରୀର ନିଷ୍କ୍ରିୟ ହେବା ପରେ ଅନୁଭୂତ ହୋଇଥାଏ। ଏହି ରୋଗ ହେବା ପରେ ବେକରେ ଯନ୍ତ୍ରଣା ଓ ଥକାପଣ ଲା‌େଗ।  ରାତିରେ ‌ଶୋଇବା ସମୟରେ ପିଠି ଦରଜ ଲାଗିବା, ସକାଳୁ ଉଠିଲା ପରେ ଭୂଇଁରେ ପାଦ ନ ପକାଇ ପାରିବା ପରି ସମସ୍ୟା ଦେଖାଯାଏ। ସମୟ ସହିତ ଏସବୁ ଲକ୍ଷଣରେ ପରିବର୍ତନ ଆସିଥାଏ। 

ସ୍ପଣ୍ଡିଲାଇଟିସ୍ ରୋଗର ଔଷଧ ଚିକିତ୍ସା

ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଆଧୁନିକ ଚିକିତ୍ସା ବିଜ୍ଞାନରେ ବହୁପ୍ରକାର ଔଷଧ ଉପଲବ୍ଧ ‌େହଲାଣି, ଯାହାକୁ ଡିଜିଜ ରମାଡିଫାୟିଙ୍ଗ ଆଣ୍ଟି ରିଉମାଟିକ ଡ୍ରଗ୍ସ୍‌ କୁହାଯାଏ। ସ୍ପଣ୍ଡିଲାଇଟିସ୍‌କୁ ସଂପୂର୍ଣ୍ଣ ଭଲ କରାଯାଇ ନପାରି‌ଲେ ମଧ୍ୟ ଲକ୍ଷଣକୁ ଦେଖି ନିୟନ୍ତ୍ରଣ କରାଯାଇପାରିବ। ଏଥିସହିତ ତୀବ୍ର ବେଗରେ ବଢ଼ୁଥିବା ରୋଗର ଗତିକୁ ସାମାନ୍ୟ କରିଦିଆଯାଇପାରେ। ଫଳ,ପନିପରିବା, ବିଭିନ୍ନ ଶସ୍ୟଜାତୀୟ ଖାଦ୍ୟ ସହ ସତେଜ ଓ ସୁସ୍ଥକର ଖାଦ୍ୟ ଦରକାର। ଅଧିକ ମଦ୍ୟପାନ ଏବଂ ଧୁମ୍ରପାନ ନ କରିବା ଭଲ।

ଅଧିକପଢ଼ନ୍ତୁ: ପୃଥିବୀକୁ ୧୫୦ ଥର ଧ୍ବଂସ କରିପାରିବ ଆମେରିକା : ଟ୍ରମ୍ପ

ଅଧିକପଢ଼ନ୍ତୁ: ଶୀତଦିନର ସୁଆଦିଆ ସୁପ୍, ରାଗି ସୁପ୍... ଘରେ ବନାନ୍ତୁ ଓ ମଜା ନିଅନ୍ତୁ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe