ଜାଣିଛନ୍ତି କି ! ଏସବୁ ଫଳ ଏବଂ ପରିବା କେତେବେଳେ ଖାଇବା ଉଚିତ ଏବଂ କେତେବେଳେ ଖାଇବା ଅନୁଚିତ

Advertisment
ଜାଣିଛନ୍ତି କି ! ଏସବୁ ଫଳ ଏବଂ ପରିବା କେତେବେଳେ ଖାଇବା ଉଚିତ ଏବଂ କେତେବେଳେ ଖାଇବା ଅନୁଚିତ

ଆମେ ସେଓ,କଦଳୀ ଓ ଆଳୁ ଭଳି ଫଳ ଓ ପରିବାକୁ ଖାଇବାକୁ ଭଲ ପାଉ। କିନ୍ତୁ ଏସବୁ ଜିନିଷ କେତେବେଳେ ଖାଇଲେ ସବୁଠାରୁ ଅଧିକ ଲାଭପ୍ରଦ,ତାହା ଜାଣିବା ଉଚିତ।

ସେଓ:-ସେଓରେ ଫାଇବର୍‌ର ମାତ୍ରା ଅଧିକ ଥାଏ ଓ ଏହା ଭିଟାମିନ୍‌ରେ ବି ଭରପୁର। ହେଲେ ସକାଳେ ଉଠି ଯଦି ଆପଣ ସେଓ ଖାଆନ୍ତି,ତେବେ ତାହା ସବୁଠାରୁ ଭଲ। ଅନ୍ୟ କୌଣସି ଫଳ ଅପେକ୍ଷା ଯଦି ସକାଳେ ସେଓ ଖାଆନ୍ତି,ତେବେ ତାହା ଆପଣଙ୍କର ମଳତ୍ୟାଗ ବେଳେ କୌଣସି ସମସ୍ୟା ରହିବ ନାହିଁ।

publive-image
କଦଳୀ:-କଦଳୀରେ ପୋଟାସିଅମ୍‌,ଫାଇଭର ଓ ମାଗ୍ନେସିଅମ୍‌ ପ୍ରଚୁର ମାତ୍ରାରେ ଥାଏ। ଏହା ଶରୀରକୁ ପୋଷଣ ତତ୍ତ୍ୱ ଯୋଗାଇଥାଏ। କଦଳୀ ଖାଇଲେ ବ୍ୟକ୍ତିର ଶକ୍ତି ସ୍ତର ବଢ଼ିଥାଏ। ଏଣୁ ପ୍ରତିଦିନ କଦଳୀ ଖାଇବା ଉଚିତ। କିନ୍ତୁ କେବେ ବି ଖାଲି ପେଟରେ କଦଳୀ ଖାଇବା ଅନୁଚିତ।ଏହା ଫଳରେ ପେଟରେ ଅମ୍ଳ ସୃଷ୍ଟି ହୋଇଥାଏ। ମନେ ରଖନ୍ତୁ ମଧ୍ୟାହ୍ନ ଭୋଜନ ପରେ କଦଳୀ ସେବନ କରିବା ସବୁଠାରୁ ଲାଭଦାୟକ।

publive-image
ଆଳୁ:- ଆଳୁରେ କାର୍ବୋହାଇଡ୍ରେଟ୍‌,ପ୍ରୋଟିନ୍‌,ଗ୍ଲୁକୋଜ୍‌ ଓ ଆମିନୋ ଏସିଡ଼୍‍ ରହିଛି , ଯାହା ଶରୀରକୁ ଶକ୍ତି ଯୋଗାଇଥାଏ।
ଆଳୁରେ କେତେକ ଆଣ୍ଟି ଅକ୍ସିଡ଼େଣ୍ଟ ମଧ୍ୟ ରହିଛି। ଏହା କୋଲେଷ୍ଟ୍ରଲ୍‌ ବଢ଼ାଇବାକୁ ମଧ୍ୟ ଦେଇ ନ ଥାଏ। ଆଳୁ ଖାଇଲେ ହାଡ଼ ମଜଭୁତ ହୋଇଥାଏ। ଏଣୁ ଆଳୁ ସକାଳ ଜଳଖିଆରେ ସେବନ କରିଲେ ସବୁଠାରୁ ଭଲ। କିନ୍ତୁ ରାତିରେ କେବେ ବି ଆଳୁ ଖାଇବା ଉଚିତ ନୁହେଁ। ରାତିରେ ଆଳୁ ଖାଇଲେ ହଜମ କ୍ରିୟା ପ୍ରଭାବିତ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe