ଲୁଗା ସଫା କରି ଘର ଭିତରେ ଶୁଖାଇବା ବେଳେବେଳେ ସୁବିଧାଜନକ ମନେ ହୋଇଥାଏ, କିନ୍ତୁ ଆପଣଙ୍କ ଘର ଓ ସ୍ବାସ୍ଥ୍ୟ ଉପରେ ଏହା ନାନା ନକାରାତ୍ମକ ପ୍ରଭାବ ପକାଇଥାଏ। ଏହାର କାରଣ ହେଲା ଓଦା ଲୁଗା ଶୁଖାଇବା ଦ୍ବାରା ଘର ଭିତରର ବାୟୁରେ ଆର୍ଦ୍ରତା ବଢ଼ିଯାଏ। ବାୟୁ ଚଳାଚଳ ପାଇଁ ଭଲ ସୁବିଧା ନଥିଲେ ଆର୍ଦ୍ରତା ବାହାରକୁ ବାହାରିପାରେ ନାହିଁ ଏବଂ ଘରର କାନ୍ଥ, ଛାତ ଓ ଆସବାବପତ୍ରରେ ଲାଖିରହେ। ସମୟକ୍ରମେ ସେହି ଆର୍ଦ୍ର ପୃଷ୍ଠରେ ଫିମ୍ପି ବିସ୍ତାର ଲାଭ କରନ୍ତି ଏବଂ ସେଗୁଡ଼ିକୁ ଶୀଘ୍ର ନଷ୍ଟ କରିଦିଅନ୍ତି। 

Advertisment

Neglected: ବିଧବାରୁ ବାର୍ଦ୍ଧକ୍ୟ ହେଲେଣି, ମିଳୁନି ସରକାରୀ ଭତ୍ତା

ଫିମ୍ପିର ବୀଜାଣୁଗୁଡ଼ିକ ବାସଗୃହର ବାୟୁରେ ଭାସମାନ ରହି ବାୟୁର ଗୁଣବତ୍ତାକୁ ଖରାପ କରିଦିଅନ୍ତି। ଏହି ବୀଜାଣୁ ଆଖି, ନାକ ଓ ଗଳାରେ ସମସ୍ୟା ସୃଷ୍ଟି କରିପାରେ। ଆଲର୍ଜି, ଶ୍ବାସରୋଗ ଓ ଅନ୍ୟାନ୍ୟ ଶ୍ବାସକ୍ରିୟା ରୋଗରେ ପୀଡ଼ିତ ବ୍ୟକ୍ତିମାେନ ଫିମ୍ପି ସଂସ୍ପର୍ଶରେ ଆସିବା ଦ୍ବାରା ସମସ୍ୟା ବୃଦ୍ଧି ପାଇଥାଏ। ସୁସ୍ଥ ବ୍ୟକ୍ତିମାନେ ମଧ୍ୟ ଦୀର୍ଘ ସମୟ ଧରି ଆର୍ଦ୍ର ବାୟୁରେ ଶ୍ବାସକ୍ରିୟା କଲେ କାଶ ଓ ଅସୁସ୍ଥତା ଅନୁଭବ ହୋଇଥାଏ। 

Job: ବେକାରି ହାର ୬.୭%କୁ ହ୍ରାସ: ଉଭୟ ଗ୍ରାମାଞ୍ଚଳ, ସହରାଞ୍ଚଳରେ ଅଧିକ ଲୋକଙ୍କୁ ନିଯୁକ୍ତି

ଘରେ ଲୁଗା ଶୁଖାଇବାର କୌଣସି ବିକଳ୍ପ ନ ଥିବା ସମୟରେ ସତର୍କତା ଅବଲମ୍ବନ କରି ବିପଦକୁ ହ୍ରାସ କରିହେବ- ଘରେ ଲୁଗା ଶୁଖାଇବା ବେଳେ ସବୁ ଝରକା ଖୋଲିଦିଅନ୍ତୁ ଏବଂ ଏଗ୍‌ଝଷ୍ଟ ଫ୍ୟାନ ବ୍ୟବହାର କରନ୍ତୁ। ଘର ଭିତରେ ଡିହ୍ୟୁମିଡିଫାୟର୍‌ ଅଥବା ଏଆର୍‌ ପ୍ୟୁରିଫାୟର୍‌ ଲଗାନ୍ତୁ। ଶୋଇବା ବେଳେ କୋଠରିରେ ଲୁଗା ଶୁଖାନ୍ତୁ ନାହିଁ। ଆର୍ଦ୍ରତା ନିଷ୍କାସନ ପାଇଁ ଘରର କବାଟ ମଧ୍ୟ ଖୋଲା ରଖନ୍ତୁ।