ଆପଣ ନିଃସନ୍ତାନ ? ଆପଣାନ୍ତୁ ଏହି ପ୍ରତିକାର

Advertisment

ଡା. ନବନୀତା ପାଢ଼ୀ

ଡା. ନବନୀତା ପାଢ଼ୀ

ଆପଣ ନିଃସନ୍ତାନ ? ଆପଣାନ୍ତୁ ଏହି ପ୍ରତିକାର

Representational Pic (spiritualworld.co.in)

ସନ୍ତାନ ଲାଭ କରି ନ ପାରିବା, ପତି-ପତ୍ନୀଙ୍କର ଏକ ସ୍ୱାସ୍ଥ୍ୟଗତ ସମସ୍ୟା। ଏଥି ପାଇଁ ଏକାଧିକ କାରଣ ଦାୟୀ। କେତେକ ବଂଶଗତ ରୋଗ, ମେଦ ବହୁଳତା, ଉଚ୍ଚତା ଅନୁସାରେ କମ୍‌ କିଂବା ଅଧିକ ଓଜନ, ଭିଟାମିନ୍‌ଯୁକ୍ତ ଖାଦ୍ୟାଭାବ, ମଧୁମେହ, ଉଚ୍ଚ ରକ୍ତଚାପ ଓ ମାନସିକ ଚାପ ଆଦି ପ୍ରଜନନ ଶକ୍ତି ହ୍ରାସର ମୁଖ୍ୟ କାରଣ। ପୁରୁଷମାନଙ୍କ ରକ୍ତ ସହିତ ହର୍‌ମନ୍‌ ଓ ଶୁକ୍ରାଣୁ ପରୀକ୍ଷା, ବଂଶଗତ ଇତିହାସ, ଅଲ୍‌ଟ୍ରାସାଉଣ୍ଡ୍‌(ସୋନୋଗ୍ରାମ୍‌) ଆଦି ଦ୍ୱାରା ସନ୍ତାନ ସୃଷ୍ଟିକାରୀ ଶକ୍ତି ଜଣାପଡ଼େ। ଅନିୟମିତ ଋତୁସ୍ରାବ, ମେହବହୁଳତା, ଶରୀରର ବିଭିନ୍ନ ସ୍ଥାନରେ ଅସ୍ୱାଭାବିକ କେଶ ବୃଦ୍ଧି ଆଦି ମହିଳାମାନଙ୍କ ଗର୍ଭଧାରଣର ପ୍ରତିବନ୍ଧ ହୋଇପାରେ। ଗର୍ଭାଶୟରେ ମାଂସ କିଂବା ଆକାର ବୃଦ୍ଧି, ପୁରୁଷ ହରମନ୍‌ର ଉପସ୍ଥିତି, ଅଧିକ ଚର୍ବି ଆଦି ମହିଳାମାନଙ୍କ କ୍ଷେତ୍ରରେ ପ୍ରଜନନ କ୍ଷମତା ହ୍ରାସର କାରଣ। ଏ ପରି ରୋଗ ଦ୍ୱାରା ପୀଡ଼ିତ ନିଃସନ୍ତାନ ଦମ୍ପତି ଉପଯୁକ୍ତ ଡାକ୍ତରଙ୍କ ପରାମର୍ଶ ଓ ଚିକିତ୍ସା ପଦ୍ଧତି ଦ୍ୱାରା ସନ୍ତାନ ସୁଖ ଲାଭ କରିପାରିବେ।

ପ୍ରାକୃତିକ ଉପାୟରେ ପୁରୁଷ ସହଯୋଗୀଙ୍କ ଶୁକ୍ରାଣୁ ଚଳପ୍ରଚଳ ହୋଇ ନ ପାରିବା କାରଣରୁ, ତାହା ଡିମ୍ବାଣୁ ସହିତ ସହଜରେ ସହବନ୍ଧିତ ହୋଇପାରେନାହିଁ। ପ୍ରଜନନ ପ୍ରକ୍ରିୟାରେ ବାଧା ଉପୁଜେ ଓ ଗର୍ଭାଶୟର ଉପଯୁକ୍ତ ସ୍ଥାନରେ ପ୍ରତ୍ୟାରୋପିତ ହୋଇପାରେ ନାହିଁ। ତେବେ, କୃତ୍ରିମ ଉପାୟରେ ପ୍ରଜନନ ପାଇଁ ପୁରୁଣା ଆଇ.ଭି.ଏଫ୍‌. ପଦ୍ଧତିର ସାହାଯ୍ୟ ନିଆଯାଉଥିଲେ ବି ତାହା କେତେକ କ୍ଷେତ୍ରରେ ଫଳପ୍ରସୂ ହେଉନାହିଁ। ଆଇ.ଭି.ଏଫ୍‌. ଚିକିତ୍ସା ପଦ୍ଧତିର ନୂତନ ତଥା ଉନ୍ନତ କୌଶଳ ଏବେ ନିଃସନ୍ତାନ ଦମ୍ପତିଙ୍କ ପାଇଁ ସନ୍ତାନ ପ୍ରାପ୍ତିର ନୂଆ ଆଶା ଓ ସମ୍ଭାବନା ସୃଷ୍ଟି କରିଛି। ସେହି ପରି, କେତେକ ନିର୍ଦିଷ୍ଟ ଦମ୍ପତିଙ୍କ କ୍ଷେତ୍ରରେ ହ୍ୟାଚିଙ୍ଗ୍‌ ପଦ୍ଧତି ଦ୍ୱାରା ଗର୍ଭଧାରଣ ମଧ୍ୟ ସମ୍ଭବ। ପୂର୍ବରୁ ଆଇ.ଭି.ଏଫ୍‌. ପଦ୍ଧତି ଦ୍ୱାରା ଚିକିତ୍ସିତ ହୋଇ ମଧ୍ୟ ସନ୍ତାନ ଲାଭରୁ ବଞ୍ଚିତ ଦମ୍ପତିଙ୍କ କ୍ଷେତ୍ରରେ ହ୍ୟାଚିଙ୍ଗ୍‌ ଏକ ବିକଳ୍ପ ଓ ଫଳପ୍ରଦ ଚିକିତ୍ସା ପଦ୍ଧତି। ଏହା ଦ୍ୱାରା ସନ୍ତାନ ଲାଭ ସମ୍ଭବ।

ଫୋନ୍‌-୯୩୮୧୮୯୮୫୧୧

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe