ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ, ନହେଲେ ସୃଷ୍ଟି ହୋଇପାରେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା

ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ, ନହେଲେ ସୃଷ୍ଟି ହୋଇପାରେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା

New York Post

କିଡନି ହେଉଛି ଶରୀରର ଏକ ପ୍ରମୁଖ ଅଙ୍ଗ । କିଡନି ହିଁ ଶରୀରର ସବୁ କ୍ରିୟାର ସନ୍ତୁଳନ ଠିକ୍ ରଖିଥାଏ । କିଡନିର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାମ ହେଉଛି ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ନୂତନ ରକ୍ତ ତିଆରି କରିବା।

ଆପଣ ଜାଣିଥିବେ ନିଶ୍ବୟ ଯେ  ବର୍ତ୍ତମାନ ଲୋକଙ୍କୁ ଫାଷ୍ଟଫୁଡ୍ ଖାଇବା ସବୁଠାରୁ ଅଧିକ ପସନ୍ଦ । କିନ୍ତୁ ଏହି ଫାଷ୍ଟଫୁଡ୍ ଯେ କିଡ୍‌ନି ପାଇଁ କେତେ କ୍ଷତିକାରକ ଆପଣ ଏବେ ନହେଲେ ପରେ ନିଶ୍ଚିତ ଜାଣିପାରିବେ । କିନ୍ତୁ ସେତେବେଳେ ଜାଣିଲା ବେଳକୁ ବହୁତ ବିଳମ୍ବ ହୋଇଯାଇଥିବ । ତେବେ ଆପଣ ଯଦି କିଡନିର ଠିକ୍ ଭାବେ ଧ୍ୟାନ ନ ରଖିବେ ତେବେ କିଡନି ସମ୍ପୂର୍ଣ୍ଣ ରୂପେ ଖରାପ ହୋଇଯିବ । ତେବେ ଏହି ୩ଟି କାମକୁ ଅଭ୍ୟାସରେ ପରିଣତ କଲେ ଆପଣଙ୍କ କିଡନି ଖରାପ ହେବା ଥୟ । କେବଳ କିଡ୍‌ନି ନୁହେଁ ନିମ୍ନରେ ଦିଆଯାଇଥିବା ଖାଦ୍ୟ ଅଭ୍ୟାସ ରଖିଲେ ଆହୁରି ଅନେକ ରୋଗ ସୃଷ୍ଟି ହୋଇପାରେ।

୧ . ଜଙ୍କ୍ ଫୁଡ୍ : ଜଙ୍କ୍ ଫୁଡ୍ ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ । ବଜାରରୁ ମିଳୁଥିବା ବିଭିନ୍ନ ପ୍ରକାର ଜଙ୍କ୍ ଫୁଡ୍ ଆପଣଙ୍କ କିଡନିକୁ ଖରାପ କରିବା ପାଇଁ ଯଥେଷ୍ଟ । ଜଙ୍କ୍‌ଫୁଡ୍‌ ଖାଇବା ଅଭ୍ୟ‌ାସ ଆଦୌ କରନ୍ତୁ ନାହିଁ।

publive-image
Diabetes UK

୨ . ଅଧିକ ମାଂସ ଖାଇବା : ଆଜିର ସମୟରେ ଲୋକମାନେ ମାଂସ ଖାଇବାକୁ ଖୁବ୍ ପସନ୍ଦ କରନ୍ତି । ଭାରତରେ ଶାକାହାରୀଙ୍କ ଠାରୁ ଅଧିକ ମାଂସାହାରୀ ଅଛନ୍ତି । କିନ୍ତୁ ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ମାଂସର ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇପାରେ । ଏହା ମଧ୍ୟ କିଡ୍‌ନି ଖରାପର ଅନ୍ୟତମ କାରଣ।

୩ . ସିଗାରେଟ୍ ଟାଣିବା : ଅଧିକାଂଶ ଲୋକ ଧୂମପାନ କରିବାକୁ ମଧ୍ୟ ଖୁବ୍ ଭଲ ପାଆନ୍ତି । କିନ୍ତୁ ଧୂମପାନ ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ ଯାହା କିଡନିକୁ ଅକାମୀ କରିଦିଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe