ସାବଧାନ! ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିବା ସମୟରେ ଏହି ଭୁଲ କରୁ ନାହାନ୍ତି ତ ?

Advertisment
ସାବଧାନ! ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିବା ସମୟରେ ଏହି ଭୁଲ କରୁ ନାହାନ୍ତି ତ ?

ନୂଆଦିଲ୍ଲୀ: ଆଜିକା ସମୟରେ ସ୍ମାର୍ଟଫୋନ୍‌ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଗ୍ୟାଜେଟସ୍‌ ମଧ୍ୟରୁ ଗୋଟିଏ। ଜଣା ଓ ଅଜଣାରେ ଆମେ ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିବା ସମୟରେ ଏମିତି କିଛି ଭୁଲ କରି ବସୁ, ଯାହାକୁ କରିବା କଥା ନୁହେଁ। ସମୟସମୟରେ ଏହା ବିପଦପୂର୍ଣ୍ଣ ବି ହୋଇଥାଏ। ନିକଟରେ ଅର୍ଥାତ୍‌ ଜୁନ୍‌ରେ ମଲେସିୟାର ଜଣେ ସିଇଓଙ୍କ  ସ୍ମାର୍ଟଫୋନ୍‌ ବିସ୍ଫୋରଣ ହେତୁ ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ଆସନ୍ତୁ ଜାଣିବା ସ୍ମାର୍ଟଫୋନ୍‌କୁ କିପରି ସୁରକ୍ଷିତ ଭାବେ ବ୍ୟବହାର କରିବା।

ପ୍ରଥମତଃ ଆପଣଙ୍କୁ ଧ୍ୟାନ ଦେବା ଦରକାର କି ସ୍ମାର୍ଟଫୋନ୍‌ ଖରାପ ହେଲେ ଏହାକୁ ଅଥରାଇଜଡ ସେଣ୍ଟରରେ ହିଁ ଦେଖାନ୍ତୁ। ଅନ୍‌ଅଥରାଇଜଡ୍‌ ସପ୍‌ରେ ସୂଚନା ଅଭାବରୁ ଆପଣଙ୍କ ଡାଟାକୁ ଖରାପ କରି ପାରନ୍ତି। ଏଥିରେ ମାଲେସିୟମ୍‌ ଆପ୍‌ ଇନ୍‌ଷ୍ଟଲ କରି ପାରନ୍ତି।

publive-image

ସ୍ମାର୍ଟଫୋନ୍‌ ଯଦି ଓଦା ହୋଇ ଯାଉଛି ତେବେ ତାକୁ ପକେଟରୁ ବାହାର କରି ଦିଅନ୍ତୁ। ଓଦା ଥିବା ଅବସ୍ଥାରେ କେବେ ବି ଏଥିରେ ଇୟରଫୋନ୍‌ କିମ୍ବା ଚାର୍ଜର ଲଗାନ୍ତୁ ନାହିଁ। ଫୋନ୍‌କୁ କଦାପି ସାର୍ଟ ପକେଟରେ ରଖନ୍ତୁ ନାହିଁ।

ସ୍ମାର୍ଟଫୋନ୍‌କୁ ସୂର୍ଯ୍ୟକିରଣ, ଗରମସ୍ଥାନ କିମ୍ବା ଡେସ୍‌ବୋର୍ଡ ପାଖରେ ଅଧିକ ସମୟ ପର୍ଯ୍ୟନ୍ତ କଦାପି ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଫୋନ୍‌ ହିଟିଙ୍ଗ ବଢ଼ି ବିପଦପୂର୍ଣ୍ଣ ହୋଇପାରେ। କେବଳ ଏତିକି ନୁହେଁ ଫୋନ୍‌ ଚାର୍ଜରେ ବସାଇ ଯଦି ଗେମ ଖେଳୁଛନ୍ତି, ଭିଡିଓ ଦେଖୁଛନ୍ତି, କଲ କରୁଛନ୍ତି, ଅନ୍ୟ କମ୍‌ ରିସିଭ୍‌ କରି କଥା ହେଉଛନ୍ତି ତେବେ ଏହାକୁ ତୁରନ୍ତ ବନ୍ଦ କରି ଦିଅନ୍ତୁ। ଏପରି କରିବା ଦ୍ୱାରା ବିଜୁଳି ଆଘାତ ଲାଗିବାର ଅନେକ ସମ୍ଭାବନା ରହିଛି।  ଫୋନ୍‌କୁ ଚାର୍ଜ କରିବା ପାଇଁ ନକଲି କିମ୍ବା ଶସ୍ତା ଚାର୍ଜର କଦାପି ବ୍ୟବହାର କରନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe