‘ଏଫ୍‌ଏସ୍‌ଏସ୍‌ଏଆଇ’ର ସତର୍କ ସୂଚନା: ଆଉ ଖବରକାଗଜରେ ଖାଦ୍ୟପଦାର୍ଥ ଗୁଡ଼ାନ୍ତୁ ନାହିଁ

‘ଏଫ୍‌ଏସ୍‌ଏସ୍‌ଏଆଇ’ର ସତର୍କ ସୂଚନା: ଆଉ ଖବରକାଗଜରେ ଖାଦ୍ୟପଦାର୍ଥ ଗୁଡ଼ାନ୍ତୁ ନାହିଁ

ନୂଆଦିଲ୍ଲୀ: ଖବରକାଗଜରେ ଖାଦ୍ୟପଦାର୍ଥ ପ୍ୟାକିଙ୍ଗ୍‌ କରିବା, ରଖିବା, ପରିବେଷଣ କରିବା ତୁରନ୍ତ ବନ୍ଦ କରନ୍ତୁ ବୋଲି ‘ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ସ ଅଥରିଟି ଅଫ୍‌ ଇଣ୍ଡିଆ’ର (ଏଫ୍‌ଏସ୍‌ଏସ୍‌ଏଆଇ) ‘ସିଇଓ’ ସତର୍କ କରାଇ ଦେଇଥିବା କଥା ‘ପିଟିଆଇ’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି, ଖବରକାଗଜ ଛାପାରେ ବ୍ୟବହୃତ କାଳିରେ କେତେକ ରାସାୟନିକ ପଦାର୍ଥ ରହୁଛି ଯାହା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ।

publive-image Image Courtesy of The Quint

‘ଏଫ୍‌ଏସ୍‌ଏସ୍‌ଏଆଇ’ର ‘ସିଇଓ’ ଜି. କମଳା ବର୍ଦ୍ଧନା ରାଓ ଗୁରୁତ୍ବାରୋପ କରି କହିଛନ୍ତି, ଖବରକାଗଜ ଛାପିବା ପାଇଁ ବ୍ୟବହାର କରାଯାଉଥିବା କାଳିରେ କେତେକ ‘ବାୟୋଆକ୍ଟିଭ୍‌’ ପଦାର୍ଥ ରହିଛି ଯାହା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଏ। ସେ ସବୁ ଖବରକାଗଜରେ ଗୁଡ଼ାଯାଇଥିବା ଖାଦ୍ୟପଦାର୍ଥକୁ ସଂକ୍ରମିତ କରିପକାଏ। ସେ ଖାଦ୍ୟ ଖାଇଲେ ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବ।

ଏହାଛଡ଼ା, କାଳିରେ ଥିବା ସୀସା ଓ ଭାରୀ ଧାତବ ପଦାର୍ଥର ଭାଗ ବି ମାନବ ଶରୀରକୁ ଏହି ଖାଦ୍ୟପଦାର୍ଥ ସହ ପ୍ରବେଶ କରେ। ଏହାଛଡ଼ା, ବଣ୍ଟନ କରାଯିବା ବେଳେ ଖବରକାଗଜ ବିଭିନ୍ନ ପରିବେଶ ପରିସ୍ଥିତି ଦେଇ ଆସିଥାଏ। ଫଳରେ ସେଥିରେ ବ୍ୟାକ୍ଟେରିଆ, ଭୂତାଣୁ ଓ ଅନ୍ୟାନ୍ୟ ଅଣୁଜୀବ ଥାଇପାରନ୍ତି। ସେଥିରୁ ସେସବୁ ଖାଦ୍ୟପଦାର୍ଥକୁ ଚାଲିଯାଇ ଖାଦ୍ୟଜନିତ ଅସୁସ୍ଥତା ସୃଷ୍ଟି କରନ୍ତି ବୋଲି ‘ଏଫ୍‌ଏସ୍‌ଏସ୍‌ଏଆଇ’ ସତର୍କ କରାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe