ଏସବୁ ଅଭ୍ୟାସ ବି ପାଟିରୁ ଦୁର୍ଗନ୍ଧ ବାହାରିବାର କାରଣ

Advertisment
ଏସବୁ ଅଭ୍ୟାସ ବି ପାଟିରୁ ଦୁର୍ଗନ୍ଧ ବାହାରିବାର କାରଣ

ମୁଖ ଦୁର୍ଗନ୍ଧକୁ ନେଇ ବହୁ ଲୋକ ଚିନ୍ତାରେ ଥାଆନ୍ତି। କାରଣ ସେମାନେ କାହା ସହ ଠିକ୍‌ ଭାବେ କଥା ହୋଇପାରନ୍ତି ନା, କାହା ପାଖରେ ବସାଉଠା କରିପାରନ୍ତି। ସେମାନେ ଏହାର ପ୍ରତିକାର ଲାଗି ଡେଣ୍ଟାଲ୍‌ ସର୍ଜନଙ୍କ ପାଖକୁ ଯାଇଥାନ୍ତି ,ହେଲେ ଏହାର ମୂଳ କାରଣ ଖୋଜିବାକୁ ଚେଷ୍ଟା କରନ୍ତି ନାହିଁ।

ଅଧିକାଂଶ ଲୋକଙ୍କର ଧାରଣା ଯେ ପାଟିକୁ ଠିକ୍‌ ଭାବେ ପରିଷ୍କାର ନ କରିଲେ ଅଥବା ଭୁଲ୍‌ ଖାଦ୍ୟାଭ୍ୟାସ ହେତୁ ମୁହଁରୁ ଦୁର୍ଗନ୍ଧ ବାହାରିଥାଏ । ଏତଦ୍‌ବ୍ୟତୀତ ଦିନସାରା ଆମେ ଏଭଳି କିଛି କ୍ରିୟାକଳାପରେ ଜଡ଼ିତ ହେଉ. ଯାହା ମଧ୍ୟ ମୁଖ ଦୁର୍ଗନ୍ଧର ଅନ୍ୟତମ କାରଣ ହୋଇଥାଏ ବୋଲି ମଧ୍ୟ କୁହାଯାଏ । କିନ୍ତୁ ଏହାର ପ୍ରକୃତ କାରଣ ସଂପର୍କରେ ଜାଣନ୍ତି ନାହିଁ ଅନେକ ଲୋକ । ଆମେରିକାନ୍‌ ଡେଣ୍ଟାଲ୍‌ ଆସୋସିଏସନ୍‌ ଅନୁଯାୟୀ ଉପଯୁକ୍ତ ସମୟରେ ଖାଦ୍ୟ ଗ୍ରହଣ ନ କରିଲେ, ପାଟି ଶୁଖିଲା ହୋଇଯାଏ, ଯାହା ଫଳରେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ ।
ଯଦି ଆପଣ ପ୍ରତିଦିନ ପାଟି ମେଲା କରି ଶୋଇ ଥାଆନ୍ତି, ତେବେ ଏହା ମଧ୍ୟ ପାଟିରୁ ଦୁର୍ଗନ୍ଧ ବାହାରିବାର ଅନ୍ୟତମ କାରଣ ହୋଇପାରେ । ପାଟି ଖୋଲି ଶୋଇଲେ, ସଲାଇଡ ଶୁଖିଯାଏ, ଯାହା ଫଳରେ ମୁହଁରୁ ଦୁର୍ଗନ୍ଧ ବାହାରିଥାଏ ।
ଖାଇବା ପରେ ଯଦି ଆପଣ ଚୁଇମ୍‌ଗମ୍‌ ଚୋବାନ୍ତି, ତେବେ ସୁଗାର୍‌ ଓ କାର୍ବସ୍‌ ଦାନ୍ତରେ ଜମିଯାଏ । ଏହାଫଳରେ ଦାନ୍ତରେ ବ୍ୟାକ୍ଟେରିଆ ହେବାରେ ଲାଗି ଯାଆନ୍ତି । ଏହା ମଧ୍ୟ ପାଟିରୁ ଦୁର୍ଗନ୍ଧ ବାହାରିବାର କାରଣ ହୋଇଥାଏ ।
ପାଟିରୁ ଦୁର୍ଗନ୍ଧ ବାହାରିବାର ଆଉ ଏକ ପ୍ରମୁଖ କାରଣ ହେଲା ଠିକ୍‌ ସମୟରେ ବ୍ରସ୍‌ ନ କରିବା । ଯଦି ସକାଳେ ଆପଣ ବ୍ରସ କରିବା ପରେ ଜଳଖିଆ ଖାଆନ୍ତି, ତେବେ ଖାଦ୍ୟ ଦାନ୍ତ ଉପରେ ଜମା ହୋଇଯାଏ । ଏହା ଫଳରେ ଦାନ୍ତରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ, ଯାହା ଫଳରେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ ।
ଠିକ୍‌ ସେହିପରି ଆପଣ ଯଦି ଅନୁପଯୁକ୍ତ ମାଉଥ୍‌ଓ୍ଵାସ୍‌ରେ ପାଟି କୁଳା କରନ୍ତି, ତେବେ ତାହା ମଧ୍ୟ ପାଟିରେ ଦୁର୍ଗନ୍ଧର ସମସ୍ୟା ଉପୁଜାଇଥାଏ । କାରଣ ମାଉଥ୍‌ଓ୍ଵାସ୍‌ରେ ଆଲକୋହଲର ମାତ୍ରା ଥାଏ । ଏହା ଡ୍ରାଏ ମାଉଥ୍‌ର ସମସ୍ୟା ଉପୁଜିଥାଏ । ଏହାଫଳରେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ମାତ୍ରାଧିକ ମଦ୍ୟପାନ ଯୋଗୁଁ ମଧ୍ୟ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ଯେଉଁମାନେ ପ୍ରତ୍ୟହ ପ୍ରଚୁର ମାତ୍ରାରେ ମଦ୍ୟପାନ କରିଥାଆନ୍ତି, ସେମାନଙ୍କର ପାଟିରେ ଥିବା ସଲାଇଡ୍‌ ଶୁଷ୍କ ହୋଇଯାଏ । ଏହା ଦ୍ୱାରା ପାଟିରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ ଓ ଦୁର୍ଗନ୍ଧ ବାହାରିଥାଏ ।

publive-image                                                                          photo-hugepages
ଯଦି ଆପଣ ବେଶି ଦିନର ପୁରୁଣା ଟୁଥ୍‌ ବ୍ରସ ବ୍ୟବହାର କରୁଥିବେ, ତେବେ ତାହା ଦ୍ୱାରା ମଧ୍ୟ ଦାନ୍ତରେ ବ୍ୟାକ୍ଟେରିଆ ଜମି ଯାଏ । ଏଭଳି ସ୍ଥିତିରେ ମଧ୍ୟ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ଏଣୁ ମନେ ରଖନ୍ତୁ, ଅତି ବେଶିରେ ଏକ ବ୍ୟବହୃତ ଟୁଥ ବ୍ରସକୁ ତିନି ମାସ ଯାଏଁ ବ୍ୟବହାର କରନ୍ତୁ। ତାପରେ ନୂଆ ଟୁଥ ବ୍ରସର ଉପଯୋଗ କରିଲେ ଭଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe