ଏହି ଆୟୁର୍ବେଦୀୟ ସାମଗ୍ରୀ ଖାଇଲେ ଦୂର ହେବ କ୍ୟାଲ୍‌ସିୟମ ଅଭାବ; ତ୍ୱଚା ଦିଶିବ ତୋଫା ତୋଫା,  ଜାଣନ୍ତୁ ଆହୁରି ଅନେକ ଫାଇଦା

Advertisment
ଏହି ଆୟୁର୍ବେଦୀୟ ସାମଗ୍ରୀ ଖାଇଲେ ଦୂର ହେବ କ୍ୟାଲ୍‌ସିୟମ ଅଭାବ; ତ୍ୱଚା ଦିଶିବ ତୋଫା ତୋଫା,  ଜାଣନ୍ତୁ ଆହୁରି ଅନେକ ଫାଇଦା

ଶୀର୍ଷକରେ ଯେଉଁ ଆୟୁର୍ବେଦୀୟ ର୍ବେଦ ସାମଗ୍ରୀ ସଂପର୍କରେ ଲେଖାଯାଇଛି ତାହା ହେଉଛି ବଂଶଲୋଚନ। ବଂଶଲୋଚନ ବାଉଁଶରୁ ବାହାରୁଥିବା ଏକ ପ୍ରାକୃତିକ ସାମଗ୍ରୀ। ଏହାକୁ ବ୍ୟବହାର କରାଯାଇ ଅନେକ ଆୟୁର୍ବେଦ ଔଷଧ ତିଆରି କରାଯାଏ। ଏହା ବାଉଁଶ ଭିତରେ ଥାଏ। ବାଉଁଶକୁ ଭାଙ୍ଗିକରି ତାହାର ଗଣ୍ଠିରୁ ବଂଶଲୋଚନ ବାହାର କରାଯାଏ।

ଏହା ଦେଖିବାକୁ ମିସ୍ରି ପରି। ଏହାର ଚୁର୍ଣ୍ଣ ବି ବଜାରରେ ଉପଲବ୍ଧ। ମାତ୍ର ଏହାକୁ କିଣିବା ପୂର୍ବରୁ ବାସ୍ତବରେ ଏହା ଅସଲି କି ନକଲି ତାହାର ଯାଞ୍ଚ ନିଶ୍ଚୟ କରନ୍ତୁ।

ଏଥିରେ ଅନେକ ଶାରୀରିକ ସମସ୍ୟାର ସମାଧାନ ରହିଛି। ୧୦ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ଭିତରେ ଯଦି ଥଣ୍ଡା ରହୁଛି ତେବେ ଏହି ବଂଶୋଲୋଚନ ଚୁର୍ଣ୍ଣରୁ ଅଧା ଗ୍ରାମ୍‌ ନେଇ ସେଥିରେ ଆବଶ୍ୟକୀୟ ପରିମାଣର ମହୁ ମିଶାଇ ପିଇଲେ ସେହି ସମସ୍ୟା ଦୂର ହୋଇଥାଏ।

publive-image

ଯେଉଁମାନଙ୍କର ଶ୍ୱାସ ଓ ଧଇଁସଇଁ ହେବା ସମସ୍ୟା ରହିଛି ସେମାନେ ବି ଏହାକୁ ଖାଇପାରନ୍ତି। ବୟସ୍କମାନେ ଏହାକୁ ୨୦ ଗ୍ରାମ ପିଇଲେ ଭଲ।

କେହି କେହି ମହିଳାଙ୍କର ଗର୍ଭପାତ ସମସ୍ୟା ରହିଥାଏ। ଗର୍ଭଧାରଣ ପରେ ମହିଳାମାନେ ଦୈନିକ ପାଣି କିମ୍ବା ଖିରରେ ବଂଶୋଲୋଚନ ମିଶାଇ ପିଇଲେ ଭ୍ରୁଣ ସୁରକ୍ଷିତ ରହିଥାଏ।

ଯଦି ଆପଣଙ୍କର ହାଡ଼ କମଜୋର୍‌ ଅଛି କିମ୍ବା ଲଗାତର ଭାବେ ଦରଜ ରହୁଛି ତେବେ ଆପଣ ବଂଶଲୋଚନ ପିଇବା ଦ୍ୱାରା ଏ ସମସ୍ୟା ବି ଦୂରେଇ ହେବ।

ଏଥିରେ ପ୍ରଚୁର ପରିମାଣର କ୍ୟାଲିସିୟମ୍‌ ରହିଛି। ଯେଉଁମାନଙ୍କ ଶରୀରରେ କ୍ୟାଲ୍‌ସିୟମ ପରିମାଣ ଭରପୂର୍‌ ରହିଛି ସେମାନେ ଏହାକୁ ଉପଯୋଗ କରନ୍ତୁ ନାହିଁ। ଅଧିକ କ୍ୟାଲ୍‌ସିୟମ ବି ଶରୀର ପକ୍ଷେ କ୍ଷତିକାରକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe