ଶାରୀରିକ ସ୍ତରରେ ଦୁର୍ବଳ ପୁରୁଷମାନଙ୍କ ପାଇଁ ମହୌଷଧୀ ହେଉଛି ଏହି ଗଛ

ଶାରୀରିକ ସ୍ତରରେ ଦୁର୍ବଳ ପୁରୁଷମାନଙ୍କ ପାଇଁ ମହୌଷଧୀ ହେଉଛି ଏହି ଗଛ

ବର ଗଛ ଯେ ଆମର ଅନେକ ଉପକାର କରିଥାଏ ,ତାହା ହୁଏତ ଅନେକଙ୍କୁ ଜଣା ନଥିବ ! ଏହା ଦେଖିବାକୁ ଯେପରି ବିଶାଳ,ଠିକ୍‌ ସେହିପରି ଏହାର ଫାଇଦା ମଧ୍ୟ ସେମିତି ଅନେକ। ଅନେକ ରୋଗର ରାମ ବାଣ ହେଉଛି ବର ଗଛ। ବର ଗଛ ଶାରୀରିକ ଦୁର୍ବଳ ପୁରୁଷମାନଙ୍କ ପାଇଁ ମହୌଷଧୀ ସ୍ୱରୂପ। ଏହାର ପତ୍ର,ମଞ୍ଜି ଓ ଅର୍କରେ ରହିଛି ଅନେକ ଚମତ୍କାରୀ ଗୁଣ।
ବରଗଛ ଡେଣ୍ଟାଲ୍‌,ମଧୁମେହ,ଡାଇରିଆ,ପଲିୟୁରିୟା ଓ ପରିସ୍ରା ସଂପର୍କୀତ ସମସ୍ୟା ଦୂର କରିଥାଏ। ଯେଉଁମାନଙ୍କର ଦାନ୍ତରେ ପୋକ ଲାଗିଥାଏ , ସେମାନେ ବରଗଛ ଡାଳରୁ କ୍ଷୀର ବାହାର କରି ଦାନ୍ତରେ ଲଗାନ୍ତୁ। ଏହାଫଳରେ ଲାଭ ମିଳିବ। ବର ଗଛର କ୍ଷୀରକୁ ଅଣ୍ଟାରେ ଲେପ ଦେଲେ ଅଣ୍ଟା ବିନ୍ଧାର ସମସ୍ୟା ଦୂର ହୋଇଥାଏ।

ବରଗଛର ପତ୍ରର ପାଉଁଶରେ ଅଳସୀ ତେଲ ମିଶାଇ ମୁଣ୍ଡରେ ଳଗାଇଲେ କେଶ ମଜଭୁତ ହୋଇଥାଏ। ଯେଉଁମାନଙ୍କର ମୁଣ୍ଡରେ ରୁପି ସମସ୍ୟା ରହିଛି,ସେଥିରୁ ମଧ୍ୟ ମୁକ୍ତି ମିଳିଥାଏ।

publive-image
ବର ଗଛର କ୍ଷୀର ପ୍ରତିଦିନ ସକାଳେ ଖାଲି ପେଟରେ ପିଇଲେ ପୁରୁଷମାନଙ୍କର ସ୍ପର୍ମ କାଉଣ୍ଟ୍‌ ବୃଦ୍ଧି ପାଇଥାଏ। ଯେଉଁମାନଙ୍କ ଅର୍ଶରୋଗ ଜନିତ ସମସ୍ୟା ରହିଛି ସେମାନେ ବରଗଛର କ୍ଷୀର ଚିନିରେ ମିଶାଇ ଖାଇଲେ ସେଥିରୁ ମୁକ୍ତି ମିଳିଥାଏ।
ମୁହଁରେ ବ୍ରଣ ହେଉଥିଲେ ବର ଗଛ ପତ୍ରର ପେଷ୍ଟ୍‍ ମୁହଁରେ ଲଗାଇଲେ ଏହି ସମସ୍ୟା ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe