ଆପଣଙ୍କ ଘରୁ ଦୁର୍ଗନ୍ଧ ବାହାରୁଛି କି? ଆପଣାନ୍ତୁ ଏହି ସବୁ ଉପାୟ

Advertisment
ଆପଣଙ୍କ ଘରୁ ଦୁର୍ଗନ୍ଧ ବାହାରୁଛି କି? ଆପଣାନ୍ତୁ ଏହି ସବୁ ଉପାୟ

Lifeberrys.com

କଥାରେ ଅଛି ଘର ଯଦି ଭଲ ଲାଗେ ତାହା ସ୍ବର୍ଗୀୟ ଅନୁଭବ ପ୍ରଦାନ କରେ। ଘରେ ଯଦି ମନ ଲା‌ଗେନି ତେବେ ନର୍କଠୁ ବି ଅଧିକ ଯନ୍ତ୍ରଣାଦାୟକ ଅନୁଭବ ହୁଏ। ଘର ଭଲ ଲାଗିବ କିପରି? ଶାନ୍ତି ଶୃଙ୍ଖଳା ସହିତ ପରିଷ୍କାର ପରିଚ୍ଛନ ବି ଜରୁରୀ ହୋଇଥାଏ ଆମ ସମସ୍ତଙ୍କ ପାଇଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଘରୁ ବାହାରୁଥିବା ବାସ୍ନା। ଘରର ବାସ୍ନା ଯେତେ ମଧୁର ହୋଇଥାଏ ମନ ସେତେ ପ୍ରଫୁଲ୍ଲ ରହିଥାଏ। ଘରୁ ଦୁର୍ଗନ୍ଧ ବାହାରୁଥିଲେ ମନ ଉଦାସ ଲ‌ାଗେ। ତେବେ, ଚାଲନ୍ତୁ ଜାଣିବା କ’ଣ କରିବା ଦ୍ବାରା ଦୁର୍ଗନ୍ଧକୁ ଏଡ଼େଇ ଦେଇ ହେବ।

: ଧ୍ୟାନ ଦିଅନ୍ତୁ ‌ଯେପରି ଘରର କୌଣସି ବି ସ୍ଥାନରେ ଅଳିଆ ଜମି ନରୁହେ। ଅଳିଆ ଜମିଲେ ଦୁର୍ଗନ୍ଧ ହେବା ସ୍ବାଭାବିକ। ତେଣୁ ଘର ଯେତେ ସଫାସୁତରା ରହିବ ଦୁର୍ଗନ୍ଧ ସେତେ କମ୍‌ ହେବ।

: ସଂଧ୍ୟା ସମୟରେ ଧୂପ, ଝୁଣା ଆଦି ନିଶ୍ଚୟ ଲଗାନ୍ତୁ। ଏସବୁ ସାମଗ୍ରୀ ଲଗାଇବା ଦ୍ବାରା ଘରୁ ଦୁର୍ଗନ୍ଧ ଦୂର ହୋଇଥାଏ। ଯଦି ପାରୁଛନ୍ତି ରୁମ୍‌‌ ଫ୍ରେସ୍‌ନର୍‌ ବି ବ୍ୟବହାର କରନ୍ତୁ ବେଳେ ବେଳେ।

publive-image Student Brands

: ଝରକା ପାଖରେ ତୁଳସୀ ଗଛ ଲଗାନ୍ତୁ। ତୁଳସୀ ଗଛ ଲଗାଇଲେ ତୁୁଳସୀ ବାସ୍ନାରେ ଅନ୍ୟ ସମସ୍ତ ଗନ୍ଧ ଦୂର ହୋଇଯାଏ।

: ସୁଗନ୍ଧଯୁକ୍ତ ଫୁଲ ଗଛ ବି ଲଗାଇ ପାରନ୍ତି ନିଜ ଘର ଆଖପାଖରେ।

: ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମଝିରେ ମଝିରେ ଫ୍ରିଜ୍‌ ଦେଖି ସେଥିରେ ଥିବା ପଚା ଜିନିଷକୁ କାଢ଼ି ଦିଅନ୍ତୁ। ଫ୍ରିଜ୍‌ରେ ପଚା ଜିନିଷ ଥିଲେ ଘର ଖୁବ୍ ଦୁର୍ଗନ୍ଧ ହୋଇଥାଏ।

: ଘରେ ସଦାବେଳେ ସତେଜ ଫୁଲ ରଖନ୍ତୁ। ବାଥ୍‌ରୁମ୍‌ରେ କର୍ପୁର ପକାନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe