ବିନା ଖର୍ଚ୍ଚରେ ଏମିତି ନଖକୁ କରିପାରିବେ ସୁନ୍ଦର

ନଖ ବଢ଼ିବା, ଫାଟିବା ସମସ୍ୟାର ଉପଚାର

ବିନା ଖର୍ଚ୍ଚରେ ଏମିତି ନଖକୁ କରିପାରିବେ ସୁନ୍ଦର

Sambad

କଟକ: ନାରୀ ଓ ପୁରୁଷ ସଭିଏଁ ଚାହିଥାନ୍ତି ନଖକୁ ସୁନ୍ଦର ଆଉ ମଜବୁତ ରଖିବାକୁ। ଖାସ କରି ନାରୀ ମାନେ ନଖ ବଢ଼ିବା, ନଖ ମଜବୁତ ରହିବା, ନଖ ନ ମରିବା ପାଇଁ ବିଭିନ୍ନ ପ୍ରକାରର ପ୍ରକ୍ରିୟା କରିଥାନ୍ତି। ହେଲେ ଘରେ ରହି ଘରୋଇ ଜିନିଷ ବ୍ୟବହାର କରି ଏହି ସମସ୍ୟାର ଉପଚାର କରିପାରିବା। ସେଥିପାଇଁ ପ୍ରଥମେ ଅଧ କପ ପାଣିକୁ ଗରମ କରି ସେଥିରେ ଦୁଇ ଚାମଚ ସାମ୍ପୋ, ଦୁଇ ବୁନ୍ଦା ଲେମ୍ବୁ ରସ, ଖାଇବା ଲୁଣ ଅଳ୍ପ ମାତ୍ରରେ ପକାଇ ସେଥିରେ ହାତକୁ ବୁଡ଼ାଇ ୫ ରୁ ୧୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ରଖିବା। ପରେ ନଖକୁ ଭଲ ଭାବେ ମସାଜ କରି ହାତକୁ ଧୋଇଦେବେ।

publive-image Sambad

ଏହାଦ୍ବାରା ହାତ ଓ ନଖ ସଫା ରହିଥାଏ। ପରେ ଗୋଟିଏ ଆତ ଫଳ ଭିତର ଧଳା ଅଂଶକୁ ‌କାଢ଼ି ୧୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ନଖରେ ସ୍କ୍ରବିଂ କରିବେ। ନଖକୁ ଭଲ ଭା‌ବେ ଧୋଇ ଦେବେ। ପରେ ଦୁଇ ଚାମଚ କଞ୍ଚା କ୍ଷୀରରେ ନଖକୁ ମସାଜ କରିବେ। ଏହାସହ ଗୋଟିଏ ଲେମ୍ବୁକୁ କାଟି ଦୁଇ ଫାଳ କରି ଲେମ୍ବୁ ଚେପାକୁ ନଖରେ ୫ ମିନିଟ୍‌ ସମୟ ପର୍ଯ୍ୟନ୍ତ ସ୍କ୍ରବ କଲେ। ଏହା ନଖ ସଫା ରଖିଥାଏ। ଏବଂ ଏହି ସମସ୍ତ ପକ୍ରିୟାକୁ ପ୍ରତିଦିନ ଦୁଇ ଥର କରିବା ଜରୁରୀ। ଏହାଦ୍ବାରା ନଖ ବଢ଼ିବା ସହ, ନଖ ଫାଟିବନି, ନଖ ମରିବା ଭଳି ସମସ୍ୟା ହେବ ନାହିଁ।
ସୋନାଲି ମଲ୍ଲିକ , ବିଉଟିସିଆନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe