ବିୟୁଟି ଟିପ୍ସ: ଓଠ କଳା ପଡ଼ିବା ସମସ୍ୟା ପାଇଁ ଶୋଇବା ପୂର୍ବରୁ କଞ୍ଚା କ୍ଷୀରରେ ଓଠକୁ ପୋଛନ୍ତୁ

Advertisment
ବିୟୁଟି ଟିପ୍ସ:  ଓଠ କଳା ପଡ଼ିବା ସମସ୍ୟା ପାଇଁ ଶୋଇବା ପୂର୍ବରୁ କଞ୍ଚା କ୍ଷୀରରେ ଓଠକୁ ପୋଛନ୍ତୁ

କଟକ: ନାରୀ ହେଉ କିମ୍ବା ପୁରୁଷ, ସଭିଏଁ ଚାହିଁଥାନ୍ତି ଓଠରୁ କଳା ଦାଗ ହଟାଇ ଓଠକୁ ଗୋଲାପି କରିବା ପାଇଁ। ଏଥିପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି। ହେଲେ ଆମେ ଘରେ ରହି ଘରୋଇ ଜିନିଷ ବ୍ୟବହାର କରି ଓଠର ଯତ୍ନ ନେବା ସହ ଏହି କଳା ଦାଗ ସମସ୍ୟାକୁ ଦୂରେଇ ଦେଇ ପାରିବା। ଏଥିପାଇଁ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଗୋଟେ ଚାମଚ କଞ୍ଚା କ୍ଷୀରକୁ ତୁଳା ଦ୍ବାରା ଓଠକୁ ଭଲ ଭାବେ ପୋଛି ଶୋଇବେ। ଏହାସହ ୩ରୁ ୪ ବୁନ୍ଦା ଲେମ୍ବୁ ରସ, ଦୁଇ ବୁନ୍ଦା ମହୁ ରସ ଓ ୩ରୁ ୪ ବୁନ୍ଦା ‌ଗ୍ଲିସରିନ୍‌କୁ ‌ଏକ ପାତ୍ରରେ ମିଶାଇ ଏହି ପେଷ୍ଟଟିକୁ ଓଠରେ ଲଗାଇ ୫ ମିନିଟ୍‌ ସମୟ ପର୍ଯ୍ୟନ୍ତ ରଖିବେ।

publive-image

ପରେ ଏହାକୁ ହାତରେ ଧୀରେ ଧୀରେ ମସାଜ କରି ପରେ ଓଠକୁ ଭଲ ଭାବେ ଧୋଇ ନେବେ। ସେହିପରି ‌ବଜାରରେ ମିଳୁଥିବା ଭେସ୍‌ଲିନ୍‌ରୁ ଗୋ‌େଟ ଚାମଚ ଓ ଘିକୂଆଁରି ରସ ଗୋଟେ ଚାମଚ ବା ଅରୁଆ ଚାଉଳ ଓ ମସୁର ଡ଼ାଲି ଗୁଣ୍ତକୁ ଭେସ୍‌ଲିନ୍‌ ସହ ଗ୍ରାଇଣ୍ତିଂ କରି ସେଥିରେ ଗୋଲାପ ଜଳ ଗୋଟେ ଚାମଚ, ‌ଗ୍ଲିସରିନ୍‌ ୩ରୁ ୪ ବୁନ୍ଦା ମିଶାଇ ଏହି ପେଷ୍ଟଟିକୁ ରାତିରେ ଶୋଇବା ପୂର୍ବରୁ ଓଠରେ ଲଗାଇ ୨୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ରଖିବେ। ପରେ କଞ୍ଚା କ୍ଷୀର ସହ ଓଠକୁ ମସାଜ କରିବେ। ଏହି ସମସ୍ତ ପକ୍ରିୟାକୁ ସପ୍ତାହକୁ ତିନିଥର କରିବା ଜରୁରୀ। ଏଭଳି ନିୟମିତ କରିବା ଦ୍ବାରା ଓଠର କଳା ଦାଗ ସମସ୍ୟା ଦୂର ହୋଇଥାଏ।

-ରଶ୍ମୀରେଖା ରାଏ, ବିଉଟିସିଆନ, ରଶ୍ମୀ ବିୟୁଟିକେୟାର, ଭଗତପୁର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe