ସୁଖଶାନ୍ତି ଚାହାଁନ୍ତି ତ ,ମନେ ରଖନ୍ତୁ ଏହିସବୁ କଥା

Advertisment
ସୁଖଶାନ୍ତି ଚାହାଁନ୍ତି ତ ,ମନେ ରଖନ୍ତୁ ଏହିସବୁ କଥା

photo-uoutube

ଜୀବନରେ କିଏ ବା ସୁଖଶାନ୍ତି ନ ଚାହେଁ ! ଏଥିପାଇଁ ଚାଣକ୍ୟ କେତେକ କଥା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ପ୍ରଥମ କଥା ହେଲା ଯେଉଁ ବ୍ୟକ୍ତି ଆପଣଙ୍କ କଥା ଶୁଣନ୍ତି ନାହିଁ ,ତାଙ୍କୁ ବିଶ୍ୱାସ କରନ୍ତୁ ନାହିଁ ।ଶାନ୍ତି ପାଇବାକୁ ହେଲେ କଥା ଶୁଣୁିଥିବା ଲୋକ ଉପରେ ଅଧିକ ବିଶ୍ୱାସ ରଖିବା ଉଚିତ୍‌।
ମନେ ରଖନ୍ତୁ ଆପଣଙ୍କଠାରୁ କମ୍‌ ବା ଅଧିକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ବନ୍ଧୁତା କରନ୍ତୁନି । ଆଚାର୍ଯ୍ୟ ଚାଣକ୍ୟ ସମପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ବନ୍ଧୁତା ସ୍ଥାପନ ଲାଗି ବ୍ୟକ୍ତିଙ୍କୁ ପରାମର୍ଶ ଦେଇଛନ୍ତି।ଏହାର କାରଣ ହେଉଛି ଏଇଆ ଯେ,ଆପଣଙ୍କ ଠାରୁ ବେଶୀ ପ୍ରତିଷ୍ଠିତ ଲୋକେ ଆପଣଙ୍କୁ ଛୋଟ ମନେ କରିବା ସହିତ ଅସୁବିଧାରେ ଆପଣଙ୍କର ସାହାଯ୍ୟ କରିବାକୁ କୁଣ୍ଠାବୋଧ କରିଥାନ୍ତି ,ଯେଉଁଠାରେ କି ଆପଣଙ୍କ ଠାରୁ କମ୍‌ ପ୍ରତିଷ୍ଠିତ ବେଶି ସର୍ବଦା ହିଁ ଆପଣଙ୍କୁ ନିଜର ସାର୍ଥ ବେଳେ ଉପଯୋଗ କରିବାର ପ୍ରୟାସରେ ରହିଥା’ନ୍ତି ବୋଲି ସେ ତାଙ୍କ ନୀତିରେ କହିଛନ୍ତି।ଏହା ଆପଣଙ୍କ ଜୀବନରେ ଅଶାନ୍ତ ପରିସ୍ଥିତ ସୃଷ୍ଟି କରିଥାଏ।

publive-image photo-shutterstock

ଯଦି ସୁଖ ଶାନ୍ତି ଚାହାଁନ୍ତି ତେବେ ବର୍ତ୍ତମାନରେ ଜୀବନ କାଟନ୍ତୁ । ମନୁଷ୍ୟକୁ ସଫଳତା ପାଇବାକୁ ହେଲେ ଅତୀତ ନୁହେଁ ବରଂ ବର୍ତ୍ତମାନକୁ ନେଇ ଜୀବନ କାଟିବାକୁ ପଡ଼ିଥାଏ ,କାରଣ ବର୍ତ୍ତମାନ ହିଁ ଭବିଷ୍ୟତକୁ ସୁନ୍ଦର କରିଥାଏ।
ଖୁସି ରହିବାକୁ ହେଲେ ମୋହମାୟା ଠାରୁ ଦୂରେଇ ରୁହନ୍ତୁ। ସବୁଠାରୁ ବଡ଼ କଥା ହେଉଛି ଯେ ବ୍ୟକ୍ତି ମୋହମାୟାରେ ପଡ଼ି ଅନେକ ଭୁଲ୍‌ କରିବସେ।ଏହା ଘଟଣାକ୍ରମେ ଅଶାନ୍ତିକୁ ଡାକି ଆଣେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe