ବିବାହ ପୂର୍ବରୁ ପେଟର ଚର୍ବି ହଟାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସହଜ ଉପାୟ...

ବିବାହ ପୂର୍ବରୁ ପେଟର ଚର୍ବି ହଟାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସହଜ ଉପାୟ...

Times of India

ନିଜ ବିବାହ ଦିନ ସମସ୍ତେ ଭଲ ଦେଖା ଯିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି । ଦାମିକା ମେକ୍‌ଅପ୍‌ ସହ ହଜାର ହଜାର ଟଙ୍କାର ପୋଷାକ ମଧ୍ୟ ପରିଧାନ କରିଥାନ୍ତି । କିନ୍ତୁ ସବୁ ଝିଅମାନେ ନିଜ ବିବାହ ପୂର୍ବରୁ ପେଟର ଚର୍ବିକୁ ନେଇ ଚିନ୍ତିତ ରହିଥାନ୍ତି । ବିବାହକୁ କମ ସମୟ ଥିବା ବେଳେ ସେମାନେ ନିଜ ପେଟର ଚର୍ବିକୁ କିପରି ହଟାଇବେ ସେ ନେଇ ଜିମ୍‌ ମଧ୍ୟ ଯାଇଥାନ୍ତି । କିନ୍ତୁ ତାହା ଦ୍ୱାରା ବିଶେଷ କିଛି ଲାଭ ମିଳି ନ ଥାଏ । ଏବେ ଆପଣ କିଭଳି କମ ସମୟ ମଧ୍ୟରେ ଘରେ ବସି ନିଜର ଓଜନ କମ କରି ପାରିବେ, ଆସନ୍ତୁ ଜାଣିବା...

୧. ଯଦି ଆପଣ ନିଜ ପେଟ ଏବଂ ଅଣ୍ଟାରୁ ଚର୍ବି କମ କରିବାକୁ ଚାହୁଁଛନ୍ତି ତେବେ ନିଜ ଡାଏଟ୍‌ରେ ଫାଇବର ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ଫାଇବର ଯୁକ୍ତ ଖାଦ୍ୟ ଶରୀରର ଡାଇଜେଷ୍ଟିଭ୍‌ ସିଷ୍ଟମକୁ ଠିକ୍‌ ରଖିଥାଏ । ଯାହାଦ୍ୱାରା ଶରୀରରେ ଜମା ଥିବା କ୍ୟାଲୋରି କମ ହେବା ସହ ପେଟ କମ ହୋଇଥାଏ ।
୨.ବିବାହକୁ କମ ସମୟ ଥିଲେ ନିଜ ଡାଏଟ୍‌ରେ ଆପଲ ସାଇଡର ଭିନେଗାର ସାମିଲ କରନ୍ତୁ । ଶୁଦ୍ଧ ପାଣିରେ ୨ଟେବୁଲ ସ୍ପୁନ୍‌ ଆପଲ ସାଇଡର ଏବଂ ଗୋଟେ ଚାମଚ ମହୁ ମିଶାଇ ପିଅନ୍ତୁ । ଏହା ଦ୍ୱାରା ପେଟର ଚର୍ବି କମ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ, ବ୍ରଣ କମ ହୋଇଥାଏ,ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ହୋଇ ରହିବା ସହ ରକ୍ତଚାପ ନିୟନ୍ତ୍ରଣ ହୋଇ ହୋଇଥାଏ ।

Related image siouxhoney.com

୩.ପେଟର ଚର୍ବି କମ କରିବା ପାଇଁ ହେଲେ ଶରୀରରେ ଜଳୀୟଅଂଶ ଠିକ୍‌ ରହିବା ଆବଶ୍ୟକ । ଭରପୂର ମାତ୍ରରେ ପାଣି ପିଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । ଯାହାଦ୍ୱାରା ମୁହଁ ଚମକିବାକୁ ଲାଗିଥାଏ । ପେଟର ଚର୍ବି କମ କରିବା ପାଇଁ କେବଳ ପାଣି ନୁହେଁ, ଏହା ସହ ଗ୍ରୀନ୍‌ ଟି, ତାଜା ପରିବା ଏବଂ ଫଳ ଖାଇ ପାରିବେ ।
୪.ଦୀର୍ଘଦିନ ଧରି ଅବସାଦଗ୍ରସ୍ତ ରହିବା ଦ୍ୱାରା ଶରୀରରେ ଚର୍ବି ବଢ଼ିଥାଏ । ଅଧିକ ଦିନ ପର୍ଯ୍ୟନ୍ତ ଚିନ୍ତାଗ୍ରସ୍ତ ରହିବା ଦ୍ୱାରା ଶରୀରରେ କାର୍ଟିିସୋଲ ନାମକ ହରମୋନ ତିଆରି ହୋଇଥାଏ, ଯାହା ଦ୍ୱାରା ପେଟର ଚର୍ବି ବଢ଼ିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe