ଅଧିକାଂଶ ଲୋକ ଋତୁ ଅନୁସାରେ ଖାଦ୍ୟାଭ୍ୟାସ ରଖିଥାନ୍ତି। ଶୀତ ଋତୁ ଆସିଲାଣି ଯେହେତୁ ଆମ ଖାଦ୍ୟରେ ବି ଅନେକ ପରିବର୍ତ୍ତନ ହେବ। ଗ୍ରୀଷ୍ମ ଋତୁରେ ଲାଭଦାୟକ କିଛି ଖାଦ୍ୟ ଶୀତ ଋତୁରେ କ୍ଷତିକାରକ ହୋଇପାରେ। ଏପରି ଏକ ଫଳ ହେଉଛି କଦଳୀ।

Advertisment

ଦଳୀ ବର୍ଷସାରା ସହଜରେ ଉପଲବ୍ଧ ଏବଂ ଏଥିରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ମାତ୍ର ଶୀତ ଋତୁରେ କଦଳୀ ଖାଇବା ଉଚିତ କି? ନା ଏହାକୁ ଏଡ଼ାଇବା ଉଚିତ? ଯଦି ଆପଣଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଅଛି, ତେବେ କଦଳୀ ଖାଇବା କ'ଣ ପ୍ରକୃତରେ କ୍ଷତିକାରକ ହୋଇପାରେ? ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ବିସ୍ତାରିତ ଜାଣିବା।

 ଶୀତ ଦିନେ କଦଳୀ ଖାଇବାର ଲାଭ

୧. ଶକ୍ତିର ଭଲ ଉତ୍ସ: କଦଳୀ କାର୍ବୋହାଇଡ୍ରେଟ୍ ଏବଂ ପ୍ରାକୃତିକ ଶର୍କରା (ଗ୍ଲୁକୋଜ୍, ଫ୍ରକ୍ଟୋଜ) ରେ ଭରପୂର, ଯାହା ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରେ। ଥଣ୍ଡାରେ ଶରୀର ଅଳସୁଆ ଅନୁଭବ କଲେ କଦଳୀ ଲାଭଦାୟକ ହୋଇପାରେ।

୨. ହଜମରେ ସାହାଯ୍ୟ କରେ: କଦଳୀରେ ଥିବା ଫାଇବର ପରିମାଣ କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରେ। ଶୀତ ଋତୁରେ ପାଚନ କ୍ରିୟା ଧୀର ହୋଇଯାଏ, ତେଣୁ କଦଳୀ ପେଟକୁ ସଫା ରଖିବାରେ ସାହାଯ୍ୟ କରେ।

୩. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ: କଦଳୀରେ ଭିଟାମିନ୍ ବି୬, ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ। ଶୀତଦିନେ ରୋଗ ରୋକିବା ପାଇଁ ଏହା ଜରୁରୀ।

୪. ରକ୍ତଚାପ ନିୟନ୍ତ୍ରଣ କରେ: କଦଳୀ ପୋଟାସିୟମର ଏକ ଭଲ ଉତ୍ସ, ଯାହା ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଥଣ୍ଡା ପାଗ ରକ୍ତଚାପ ବୃଦ୍ଧି କରିପାରେ, ତେଣୁ ଏପରି ପରିସ୍ଥିତିରେ କଦଳୀ ଲାଭଦାୟକ ହୋଇପାରେ।

ଆହୁରି ପଢ଼ନ୍ତୁ: ପରିବାକୁ ପାଣିରେ ସିଝେଇବା ନା ବାମ୍ଫ ଦେଇ ସିଝେଇବା ଭଲ?

ଶୀତଦିନେ କଦଳୀ ଖାଇବାର କ୍ଷତି

୧. କଦଳୀ ଥଣ୍ଡା ରୋଗୁ ଆମନ୍ତ୍ରଣ କରେ। ଶରୀରକୁ ଥଣ୍ଡା କରିଥାଏ। ଯଦି ଆପଣ ପୂର୍ବରୁ ଥଣ୍ଡାରେ ପୀଡିତ, ତେବେ କଦଳୀ ଖାଇବା ଦ୍ବାରା ଶାରୀରିକ ସମସ୍ୟାକୁ ଆହୁରି ଖରାପ କରିପାରେ।

୨. କଦଳୀକୁ କଫ ଉତ୍ପାଦନକାରୀ ଫଳ ଭାବରେ ବିବେଚନା କରାଯାଏ। ଶୀତଦିନେ ଏହା କଫ ବୃଦ୍ଧି କରିପାରେ, ଯାହା ଗଳା ଯନ୍ତ୍ରଣା କିମ୍ବା କାଶ ସୃଷ୍ଟି କରେ।

ଆହୁରି ପଢ଼ନ୍ତୁ: ଷାଠିଏରେ ବି ଯୁବକ ପରି ଚମକୁଛନ୍ତି ଶାହରୁଖ୍‌, କହିଲେ ରହସ୍ୟ