ଦୈନିକ ୩୦ ମିନିଟ୍ ଚାଲନ୍ତୁ, ଚମତ୍କାର ଦେଖନ୍ତୁ ! ଜାଣନ୍ତୁ ଅଧଘଣ୍ଟା ଚାଲିବାର ଲାଭ କଣ ?

Advertisment
New Project

ନୂଆଦିଲ୍ଲୀ: ଆଜିକାଲି ମଣିଷ ଭାରି ସୌଖୀନିଆ ହେଇଗଲାଣି ନୁହେଁ । ଆପଣ ନିଜକୁ ଟିକେ ଭଲରେ ସମୀକ୍ଷା କରନ୍ତୁ ଅବା ଆପଣଙ୍କ ଚାରିପାଖର ଲୋକଙ୍କ ଗତିବିଧି ଉପରେ ନଜର କଲେ ଜାଣି ପାରିବେ ଯେ ଲୋକେ ଆଉ ଏତେ ଚଲାବୁଲା ପ୍ରିୟ ନୁହଁନ୍ତି । ହଁ ଯଦି କୌଣସି ରୋଗ ହୁଏ ଆଉ ଡାକ୍ତର ଯଦି କୁହନ୍ତି ଚଲାବୁଲା କରନ୍ତୁ ନହେଲେ ରୋଗ ଆହୁରି ବଢିବ- ତେବେ ଯାଇ ମଣିଷ ପ୍ରାତଭ୍ରମଣ କିମ୍ବା ସଂଧ୍ଯାରେ ଚଲାବୁଲା କରୁଥିବା ଦେଖିବାକୁ ମିଳେ ନହେଲେ ଲୋକେ ଟିକେ ବାଟ ପାଇଁ ଲୋକେ ଗାଡି ଧରି ଯାଉଛନ୍ତି । ଗାଡିର ବ୍ୟବହାର କହିପାରନ୍ତି ଅବା ଅଳସୁଆପଣ ପାଇଁ ମଣିଷ ଏବେ ପରିବା, ମାଛ, ଭଳି ଛୋଟ ଛୋଟ ଘରୋଇ ସାମଗ୍ରୀ ଆଣିବାକୁ ପାଦ ଚଲା ବାଟ ପାଇଁ ବି ଗାଡିରେ ଯାଉଛି । ଚାଲିବା କହିବାକୁ ଗଲେ ଏକ ପ୍ରକାର ଭୁଲି ଗଲାଣି... ତେଣୁ ଏହି ନଚାଲିବା କାରଣରୁ ଶରୀର ଅସୁସ୍ଥ ରହୁଛି, ବିଭିନ୍ନ ପ୍ରକାର ରୋଗ ମାଡି ବସୁଛି ବୋଲି ଡାକ୍ତରମାନେ କହୁଛନ୍ତି...

ଚାଲିବା ଦେହ ପାଇଁ ହିତ କାରକ । ଚାଲିଲେ ମଣିଷ ଶରୀର ସୁସ୍ଥ ରୁହେ । ପ୍ରତିଟି ଲୋକ ନିଜ ଦୈନନ୍ଦୀନ ଜୀବନରେ ଚାଲିବା ନିହାତି ଦରକାର ବୋଲି ବାରମ୍ବାର ପରାମର୍ଶ ଦେଉଥିବା ବେଳେ ଆମେ ଅନେକ ସମୟରେ ଆଜି ଚାଲିବି କାଲିଠୁ ଚାଲିବି କହି ନିଜକୁ ଠକୁଥାଉ ଏବଂ ଡେରି ଯାଏଁ ଶୋଇ ରହୁ... ପ୍ରତିଦିନ ଚାଲିଲେ ଶରୀର ପାଇଁ ଲାଭ କଣ ? ଚାଲିବା ଆମ ଦେହ ପାଇଁ କେତେ ଉପକାରୀ ? ବୋଲି ଯେତେବେଳେ ପ୍ରଶ୍ନ ଉଠେ ସେତେବେଳେ କେତେ ସମୟ ଚାଲିବା ବି ଜାଣିବା ନିହାତି କରୁଛି । ଆସନ୍ତୁ ଜାଣିବା ଦୈନିକ କେତେ ସମୟ ଚାଲିବା ଦରକାର । 

WhatsApp Image 2025-10-12 at 16.32.25

୩୦ ମିନିଟ୍ ଚାଲିଲେ ଲାଭ କଣ ?

-ଆପଣ ଯଦି ବ୍ୟାୟାମ କରିବାକୁ ଚାହୁଁ ନାହାନ୍ତି ତେବେ ପ୍ରତିଦିନ ୩୦ ମିନିଟ୍ ଚାଲନ୍ତୁ
-ଦୈନିକ ୩୦ ମିନିଟ୍ ଚାଲିଲେ ମଣିଷ ଉଭୟ ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ରୁହେ
-ହୃଦରୋଗ ସମସ୍ୟା ଦୂର କରେ, ଶରୀରର ଓଜନ ନିୟନ୍ତ୍ରଣରେ ରୁହେ
-ଚାଲିବା ଦ୍ୱାରା ମଣିଷ ଚାପମୁକ୍ତ ରୁହେ
-ମାଂସପେଶୀ ଏବଂ ହାଡ ଶକ୍ତ ହୁଏ
-ଖାଇବା ପରେ ୩୦ ମିନିଟ୍ ଚାଲିବା ଶରୀରର ହଜମ ଶକ୍ତି ବଢାଏ
-ଚାଲିବା ଦ୍ୱାରା ମନ ହାଲକା ହୁଏ, ସୃଜନଶୀଳ ଶକ୍ତି ବୃଦ୍ଧି ପାଏ
-ଚାଲିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ରୁହେ, ହୃଦଘାତର ସମ୍ଭାବନା କମ୍ ଥାଏ
-ଚାଲିଲେ ଭବିଷ୍ୟତରେ ଡାଇବେଟିସ ହେବାର ସମ୍ଭାବନା ମଧ୍ୟ କମ୍ ଥାଏ
-ଶରୀରରୁ ମୋଟାପଣ ଦୂର କରିବା ପାଇଁ ଚାଲିବା ନିହାତି ଜରୁରୀ
-ଚାଲିବା ଦ୍ୱାରା ଅଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧାରୁ ଉପଶମ ମିଳେ
-ଘାସ ଉପରେ ଖାଲି ପାଦରେ ଚାଲିଲେ ସୁଖ ନିଦ୍ରା, ମାନସିକ ଶାନ୍ତି, ଦୃଷ୍ଟିଶକ୍ତି ବୃଦ୍ଧି, ମନୋବଳ ବଢେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe