ଅପରାଜିତା ଫୁଲର ଚା’ରେ ରହିଛି ଭର୍‌ପୂର ଆଣ୍ଟିଅକ୍ସିଡାଣ୍ଟ୍‌; କର୍କଟକୁ ଦୂ‌ରେଇ ଦିଏ, ଇନସୁଲିନ୍ ସନ୍ତୁଳନ ବଜାୟ ରଖେ

ଅପରାଜିତା ଫୁଲର ଚା’ରେ ରହିଛି ଭର୍‌ପୂର ଆଣ୍ଟିଅକ୍ସିଡାଣ୍ଟ୍‌; କର୍କଟକୁ ଦୂ‌ରେଇ ଦିଏ, ଇନସୁଲିନ୍ ସନ୍ତୁଳନ ବଜାୟ ରଖେ

ନୀଳଫୁଲ ଅପରାଜିତା ମହାଦେବଙ୍କର ଖୁବ୍ ପ୍ରିୟ। ଖାଲି ଶିବଙ୍କର କାହିଁକି, ‌ଏହି ଫୁଲଟି ପ୍ରାୟ ଅଧିକାଂଶ ଲୋକଙ୍କ ପସନ୍ଦର ହୋଇଥାଏ। ଅପରାଜିତା ଦେଖିବାକୁ ଯେତିକି ସୁନ୍ଦର, ତାହାର ଗୁଣ ତା’ଠାରୁ ଆହୁରି ଭଲ। ଆମ ସ୍ବ‌ାସ୍ଥ୍ୟ ପାଇଁ ଫୁଲଟି ଖୁବ୍‌ ଉପକାରୀ।

ଏହି ଫୁଲ ଆଣ୍ଟିଅକ୍ସିଡାଣ୍ଟରେ ପରିପୂର୍ଣ୍ଣ। ପି-କୌମାରିକ୍‌ ଏସିଡ୍‌, ଡେଲ୍‌ଫିନିଡିନ୍‌-୩, କେମ୍ଫୋରାଲ୍, ୫-ଗ୍ଲୁକୋସାଇଡ୍‌ ପରି ଆଣ୍ଟିଅକ୍ସିଡାଣ୍ଟରେ ଭର୍‌ପୂର ଏହି ଫୁଲଟିରେ ଅନେକ ସ୍ବାସ୍ଥ୍ୟଗତ ଉପକାରିତା ଅଛି।

ଆପରାଜିତା ଫୁଲ ଏହାର ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଯୋଗୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଲାଭଦାୟକ। ଏହା ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ।
ଅପରାଜିତା ଫୁଲ ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ। ଏହି ଫୁଲରୁ ପ୍ରସ୍ତୁତ ଚା’ ଶରୀରରେ ମେଟାବୋଲିଜିମକୁ ତ୍ୱରାନ୍ୱିତ କରିଥାଏ, ଯେଉଁ କାରଣରୁ ଶରୀରରେ ଚର୍ବି ସୃଷ୍ଟି ହୁଏ ନାହିଁ।
ଅପରାଜିତା ଫୁଲରେ ଏପରି ଉପାଦାନସବୁ ରହିଛି, ଯାହା ରକ୍ତଚାପ ଏବଂ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଏହା ହୃଦଘାତର ଆଶଙ୍କା ମଧ୍ୟ ହ୍ରାସ କରିଥାଏ।

ଅପରାଜିତା ଫୁଲ ଖାଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା କମିଯାଏ। ଏହି ଫୁଲରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ କର୍କଟ କୋଷଗୁଡ଼ିକର ବୃଦ୍ଧିକୁ ଅଟକାଇବ‌ାରେ ସହାୟକ ହୋଇଥାଏ।
ଅପରାଜିତା ଫୁଲରୁ ପ୍ରସ୍ତୁତ ଚା ଆଣ୍ଟି-ଡାଇବେଟିସ୍ ଗୁଣରେ ଭରପୂର ହୋଇଥିବାରୁ ଏହା ଶରୀରରେ ଇନସୁଲିନର ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିଥାଏ, ଯେଉଁ କାରଣରୁ ରକ୍ତରେ ଶର୍କରା ସମସ୍ୟା ଉପୁଜେ ନାହିଁ। ଅପରାଜିତ‌ା ପତ୍ରରେ ମିଳୁଥିବା ଏକ ବିଶେଷ ପ୍ରକାରର ଫ୍ଲାଭୋନାଏଡ୍ କେଶକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe