ପ୍ରତିଦିନ ଗୋଟିଏ ସେଓ ଖାଇଲେ ମିଳିବ ଏହି ୪ଟି ଶାରୀରିକ ସମସ୍ୟାରୁ ମୁକ୍ତି

Advertisment
ପ୍ରତିଦିନ ଗୋଟିଏ ସେଓ ଖାଇଲେ ମିଳିବ ଏହି ୪ଟି ଶାରୀରିକ ସମସ୍ୟାରୁ ମୁକ୍ତି

NetDoctor

ସେଓଫଳ ଖାଇବା ଶରୀର ପାଇଁ କେତେ ଲାଭଦାୟକ ତାହା ଲୋକମାନେ ଜାଣି ମଧ୍ୟ ନିଜ ପ୍ରତିଦିନର ଖାଦ୍ୟ ତାକୁ ସାମିଲ କରନ୍ତି ନାହିଁ । କିଛି ଲୋକ ଚାହିଁ ଖାଇ ପାରୁ ନଥିବା ବେଳେ କିଛି ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ପ୍ରତିଦିନ ଗୋଟେ ସେଓ ଫଳ ଖାଇବା ଦ୍ୱାରା ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଜାଣିବା ପରେ ଆପଣମାନେ ଏହାକୁ ନିହାତି ଭାବରେ ଖାଇବା ଆରମ୍ଭ କରିବେ । କିନ୍ତୁ ସେଓ ଫଳ ଖାଇବା ବେଳେ ତା’ର ଚୋପାକୁ ନ କାଟି ଚୋପା ସହ ଖାଇବାର ଅଭ୍ୟାସ କରନ୍ତୁ । ଯାହାଦ୍ୱାରା ସେଓଫଳ ଚୋପାରେ ଥିବା ପୋଷକ ଆପଣଙ୍କ ଶରୀରକୁ ମିଳି ପାରିବ । ତେବେ ଆସନ୍ତୁ ଜାଣିବା ଏହା କେଉଁସବୁ ଶାରୀରିକ ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେଇଥାଏ...

୧. ସେଓ ଫଳରେ ଅଧିକ ପରିମାଣରେ ଆଣ୍ଟିଅକ୍ସିଡ଼ାଣ୍ଟ ରହିଥାଏ । ଯାହା ସ୍ମରଣ ଶକ୍ତିକୁ ସକ୍ରିୟ କରି ରଖିଥାଏ । ସେଥିପାଇଁ ପ୍ରତିଦିନ ଗୋଟେ ସେଓ ଫଳ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢ଼ିଥାଏ ।

Image result for eat apple Times of India

୨. ଆଜିକାଲି କର୍କଟ ରୋଗ ଅତି ସାଧାରଣ ହୋଇ ଗଲାଣି । ଦେଶରେ ଅଧାରୁ ଅଧିକ ଲୋକ କର୍କଟ ରୋଗର ଶିକାର ହେଉଛନ୍ତି । ସେଥିପାଇଁ ପ୍ରତିଦିନ ସେଓ ଫଳ ନିହାତି ଖାଇବା ଦରକାର । ଏଥିରେ କ୍ୟାଲସିୟମ,ଆଣ୍ଟିଅକ୍ସିଡ଼ାଣ୍ଟ ଏବଂ ଫ୍ଲାଭୋନଏଡ୍‌ର ଗୁଣ ରହିଥାଏ । ଯାହା କର୍କଟ ରୋଗ ସୃଷ୍ଟିକାରୀ ତତ୍ତ୍ୱକୁ ବଢ଼ିବାକୁ ଦେଇ ନଥାଏ ।
୩. ଦାନ୍ତରେ ହେଉଥିବା କ୍ୟାଭିଟି ସମସ୍ୟାରୁ ସେଓ ଫଳ ମୁକ୍ତି ଦେଇଥାଏ । ଗର୍ଭାବସ୍ଥାରେ ଏହାକୁ ସେବନ କଲେ ଶରୀରରେ ରକ୍ତର ଅଭାବ ପୂରଣ ହୋଇଥାଏ ।

Image result for eat apple Harvard Health - Harvard University

୪. ବଡ଼ ପିଲାମାନଙ୍କଠାରୁ ଆରମ୍ଭ କରି ଛୋଟ ପିଲାମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଦୃଷ୍ଟିଶକ୍ତି କମ ହେବାର ସମସ୍ୟା ଦେଖା ଦେଉଛି । ଏହି ସମସ୍ୟାରୁ ନିଜକୁୁ ଦୂରରେ ରଖିବା ପାଇଁ ପ୍ରତିଦିନ ସେଓ ଫଳ ଖାଇବା ଆରମ୍ଭ କରନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe