The Art of Living Foundation
ଆପଣଙ୍କୁ କେବେ କେବେ ଯଦି କୌଣସି କଥାକୁ ନେଇ ଭୟ ଆସୁଛିି କି ଆତ୍ମବିଶ୍ୱାସ କମିଯିବା ଭଳି ଅନୁଭବ ଆସୁଛିି, ତ’ହେଲେ ଅଭ୍ୟାସ କରନ୍ତୁ ଏହି ଯୋଗାସନ। ଏହା ଫଳରେ ଆପଣଙ୍କୁ ବହୁତ ଲାଭ ମିଳିବାର ସମ୍ଭାବନା ରହିଛି।
ବୃକ୍ଷାସନ: ଏହି ଆସନ ଏକାଗ୍ରତା ଏବଂ ଧ୍ୟାନ ବଢେଇବା ପାଇଁ କରାଯାଏ । ବୃକ୍ଷାସନ କରିବା ପାଇଁ ହେଲେ ପ୍ରଥମେ ସିଧା ଛିଡ଼ା ହେବା ଜରୁରୀ। ତା’ପରେ ଦୁଇ ଗୋଡ଼କୁ ଅନ୍ୟ ଗୋଡ଼ ଠାରୁ କିଛି ଦୂରରେ ରଖିବା ସହିତ ହାତକୁ ଉପରକୁ ଉଠାନ୍ତୁ । ଦୁଇ ହାତ ସିଧା କରି ଦୁଇ ପାପୁଲିକୁ ମିଶାନ୍ତୁ ।
ଏହା ପରେ ଡାହାଣ ଗୋଡ଼କୁ ଆଣ୍ଠୁ ପାଖରୁ ମୋଡି ବାମ ଜଙ୍ଘ ଉପରେ ପାଦ ରଖନ୍ତୁ। ଏହାପରେ ଶରୀରକୁ ସନ୍ତୁଳିତ କରି ଠିଆ ହୁଅନ୍ତୁ। ଦୁଇ ପାପୁଲିକୁ ଯୋଡ଼ିବା ସହ ମୁଣ୍ଡ ଏବଂ କାନ୍ଧ ସିଧା ରଖନ୍ତୁ। ଏହି ସ୍ଥିତିରେ କିଛି ସମୟ ରହନ୍ତୁ।
ବୃକ୍ଷାସନରୁ ଲାଭ:
-ଏକଗ୍ରତା ବଢିଥାଏ ଏବଂ ମନ ଶାନ୍ତ ରହିଥାଏ ।
- ଶାରୀରିକ ସମସ୍ୟା ମଧ୍ୟ ଦୂର ହୋଇଯାଏ ।
-ଏହି ଆସନ କରିବା ଦ୍ୱାରା ପାଦ ଏବଂ ଗୋଡ଼ ଗଣ୍ଠି ନମନୀୟ ହୋଇଥାଏ ।
ଯେଉଁ ଲୋକମାନଙ୍କର ମୁଣ୍ଡବିନ୍ଧା ରହିଥାଏ, ସେମାନେ ଏହି ଆସନଟି କରିବା ଉଚିତ୍ ନୁହେଁ । ବ୍ଲଡ ପ୍ରେସର ରୋଗୀ ମଧ୍ୟ କରିବା ଉଚିତ୍ ନୁହେଁ। ଯଦି ଆପଣଙ୍କୁ ଅନିଦ୍ରା କିମ୍ବା ନିଦ ସଂପର୍କୀତ କୌଣସି ରୋଗ ଅଛି, ତା’ହେଲେ ଆପଣ ଏହି ଆସନ ଠାରୁ ଦୂରରେ ରହନ୍ତୁ ।
Follow Us