ବ୍ରୋକ୍‌ଲି ଖାଇ ଶରୀରରୁ ଦୂର କରନ୍ତୁ ଏହି ୫ଟି ରୋଗ

ବ୍ରୋକ୍‌ଲି ଖାଇ ଶରୀରରୁ ଦୂର କରନ୍ତୁ ଏହି ୫ଟି ରୋଗ

www.simplyrecipes.com

ଭାରତରେ ବ୍ରୋକ୍‌ଲିକୁ ଖୁବ୍‌ କମ ଲୋକ ଖାଉଥିବା ବେଳେ ଦେଶ ବାହାରେ ଏହାକୁ ଲୋକେ ଅଧିକ ମାତ୍ରାରେ ଖାଇଥାନ୍ତି । କିନ୍ତୁ ଏଥିରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଜାଣିବା ପରେ ଆପଣ ଏହାକୁ ସବୁ ବେଳେ ଖାଇବା ଆରମ୍ଭ କରିବେ । କିଛି ଲୋକ ଏହାକୁ ତରକାରୀ କରି ଖାଇଥାନ୍ତି । କିନ୍ତୁ ଏହାକୁ ସିଝାଇ ବା କଞ୍ଚାରେ ସାଲାଡ୍‌ କରି ଖାଇବା ଦ୍ୱାରା ଶରୀରକୁ ଏହାର ଅଧିକ ଫାଇବା ମିଳିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ...।

୧.ନିୟମିତ ଭାବରେ ବ୍ରୋକ୍‌ଲି ଖାଇବା ଦ୍ୱାରା ହୃଦ୍‌ଜନିତ ସମସ୍ୟା ହୋଇ ନଥାଏ ।

୨.ବ୍ରୋକ୍‌ଲିରେ କର୍କଟ ରୋଗ ରୋକିବାର ଗୁଣ ରହିଥାଏ । କିଛି ଦିନ ତଳେ ହୋଇଥିବା ଏକ ଗବେଷଣାରୁ ବ୍ରୋକ୍‌ଲି ଖାଇବା ଦ୍ୱାରା ସ୍ତନ କର୍କଟ, ଫୁସ୍‌ଫୁସ୍‌ କର୍କଟ ରୋଗ ହେବାର ଆଶଙ୍କା କମ ହୋଇଥାଏ ବୋଲି ଜଣା ପଡ଼ିଛି ।

publive-image BBC Good Food

୩.ବ୍ରୋକ୍‌ଲିରେ ଥିବା ପୋଷକ ତତ୍ତ୍ୱ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ । ମଧୁମେହ ରୋଗୀ ପ୍ରତିଦିନ ବ୍ରୋକ୍‌ଲି ଖାଇବା ଦ୍ୱାରା ସେମାନଙ୍କୁ ଲାଭ ମିଳିଥାଏ ।

୪.କିଛି ଲୋକଙ୍କୁ ଭୋକ ଲାଗି ନ ଥାଏ। ଯଦି ଆପଣଙ୍କର ମଧ୍ୟ ସେଭଳି କିଛି ସମସ୍ୟା ରହିଛି ତେବେ ବ୍ରୋକ୍‌ଲିର ସୁପ୍‌ ତିଆରି କରି ପିଅନ୍ତୁ ।

publive-image bakingmischief.com

୫.ଗର୍ଭବତୀ ମହିଳାମାନଙ୍କ ପାଇଁ ବ୍ରୋକ୍‌ଲି ଖୁବ୍‌ ଲାଭଦାୟକ ହୋଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ପେଟରେ ବଢ଼ୁଥିବା ଶିଶୁର ମସ୍ତିଷ୍କ ବିକଶିତ କରିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe