Health Tips: ମାଟି ପାତ୍ରରେ ରାନ୍ଧିବା ଏବଂ ଖାଇବା ଶରୀର ପାଇଁ କେତେ ସ୍ବାସ୍ଥ୍ୟକର ?

ଆଲୁମିନିୟମ, ଷ୍ଟିଲ୍‌ ବାସନରେ ରାନ୍ଧିବା ସମୟରେ ଖାଦ୍ୟ ଅନେକ ଥର ଜଳି ଯାଇଥାଏ । କିନ୍ତୁ କମ୍‌ ନିଆଁରେ ଏକ ମାଟିପାତ୍ରରେ ସଠିକ୍‌ ଭାବରେ ରନ୍ଧା ଯାଇପାରେ। ପିତ୍ତଳ ବାସନକୁସନ ରାନ୍ଧିବା ପାଇଁ ବ୍ୟବହୃତ ହୁଏ

clay pot cooking

clay pot cooking Photograph: (sambad.in)

ଭୁବନେଶ୍ବର: ଆଲୁମିନିୟମ, ଷ୍ଟିଲ୍‌ ବାସନରେ ରାନ୍ଧିବା ସମୟରେ ଖାଦ୍ୟ ଅନେକ ଥର ଜଳି ଯାଇଥାଏ । କିନ୍ତୁ କମ୍‌ ନିଆଁରେ ଏକ ମାଟିପାତ୍ରରେ ସଠିକ୍‌ ଭାବରେ ରନ୍ଧା ଯାଇପାରେ। ପିତ୍ତଳ ବାସନକୁସନ ରାନ୍ଧିବା ପାଇଁ ବ୍ୟବହୃତ ହୁଏ। ମାତ୍ର ଏଥିରେ ଖାଦ୍ୟର ପୁଷ୍ଟିକର ଅଂଶ ନଷ୍ଟ ହୋଇଥାଏ । କିନ୍ତୁ ଖାଦ୍ୟ ଯଦି ମାଟିପାତ୍ରରେ ରନ୍ଧାଯିବ ଏବଂ ଏହି ପାତ୍ରରେ ଖିଆଯିବ ଏହା ୧୦ ଗୁଣ ପୁଷ୍ଟିକର ହୋଇଥାଏ। ଯାହା ଆମ ସ୍ବାସ୍ଥ୍ୟ ପାଇଁ ଜରୁରୀ ଅଟେ। ଏହାବ୍ୟତୀତ ଷ୍ଟିଲ୍‌ ଏବଂ ଆଲୁମିନିୟମ ବାସନରେ ରାନ୍ଧିବା ସମୟରେ ତେଲ ଅଧିକ ବ୍ୟବହୃତ ହୁଏ। ଯାହା ଦ୍ୱାରା ଖାଦ୍ୟ ଏବଂ ମସଲା ତଳ ଭାଗରେ ଲାଗି ଥାଏ, କିନ୍ତୁ ମାଟି ହାଣ୍ଡିରେ ଖାଦ୍ୟ ରାନ୍ଧିଲେ ଏହା ଲାଗି ନ ଥାଏ।

ଡାକ୍ତର ଆମକୁ ମିନେରାଲ୍ସ, ଭିଟାମିନ ଓ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି । ମାତ୍ର କ’ଣ ଆପଣ ଜାଣନ୍ତି ଖାଦ୍ୟର ମାନ ଓ ଗୁଣ ବୃଦ୍ଧି କରିବାରେ ବାସନର ବିଶେଷ ଭୂମିକା ରହିଥାଏ । ବିଶେଷଜ୍ଞମାନଙ୍କ କହିବା ଅନୁସାରେ ପ୍ରେସର କୁକର ତଥା ଅନ୍ୟାନ୍ୟ ବାସନ ଅପେକ୍ଷା ମାଟି ହାଣ୍ଡିରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଶରୀର ପାଇଁ ଅଧିକ ସ୍ୱାସ୍ଥ୍ୟକର। ମାଟିପାତ୍ରର ଖାଦ୍ୟ ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ। ଖାଦ୍ୟ ଧୀରେ ଧୀରେ ପ୍ରସ୍ତୁତ ହେଲେ ତାହା ଶରୀର ପାଇଁ ଅଧିକ ଲାଭପ୍ରଦ। 

ମାତ୍ର ଅନ୍ୟାନ୍ୟ ବାସନରେ ପ୍ରସ୍ତୁତ ହେଉଥିବା ଖାଦ୍ୟରୁ ଅଧିକ ପ୍ରକାରର ପୋଷକ ତତ୍ତ୍ୱ ମିଳିପାରେନି। ମଣିଷ ଶରୀରକୁ ପ୍ରତିଦିନ ୧୮ ପ୍ରକାରର ପୋଷକ ତତ୍ତ୍ୱ ମିଳିବା କଥା, ଯାହା ଆମକୁ ମାଟିରୁ ହିଁ ମିଳିପାରିବ। ପ୍ରେସର କୁକର୍‌ ଆଲୁମିନିୟମର ଅଟେ ଓ ଏହା ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ। ମାଟିପାତ୍ର ପ୍ରସ୍ତୁତ ଖାଦ୍ୟ ସୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ ହୋଇଥିବାରୁ ଆଜି ବି ମନ୍ଦିର ମାନଙ୍କରେ ଏହା ବ୍ୟବହୃତ ହୋଇଥାଏ ।

ଆହୁରି ପଢନ୍ତୁ- Crash Diet: କାଳ ସାଜିପାରେ କ୍ରାସ୍‌ ଡାଏଟ୍‌ ! ଅଳ୍ପ ଦିନରେ ଓଜନ କମାଇବାର ଜିଦ୍ ଡାକି ଆଣିପାରେ ବିପଦ ! ଜାଣନ୍ତୁ କ୍ରାସ୍ ଡାଏଟ୍ ଦ୍ୱାରା କ’ଣ ହୋଇପାରେ ଅସୁବିଧା ?

ମାଟିପାତ୍ର ଖାଦ୍ୟର ଅନ୍ୟାନ୍ୟ ଲାଭ

- ମାଟିପାତ୍ରରେ ପ୍ରସ୍ତୁତ ଭୋଜନ ଶୀଘ୍ର ଖରାପ ହୁଏନି ।
- ମାଟିପାତ୍ରରେ ତିଆରି ଖାଦ୍ୟ ଅଧିକ ସ୍ୱାଦିଷ୍ଟ ଓ ବାସ୍ନାଯୁକ୍ତ ହୋଇଥାଏ ।
- ମାଟିପାତ୍ରରେ ପ୍ରସ୍ତୁତ ଡାଲିରେ ନ୍ୟୁଟ୍ରିଏଣ୍ଟସ୍‌ ୧୦୦ ପ୍ରତିଶତ ଥିବା ବେଳେ ପ୍ରେସର କୁକର୍‌ ଡାଲିରେ ୮୭ ପ୍ରତିଶତ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ ।

ଆହୁରି ପଢନ୍ତୁ- Anytime is tea time: ଶୀତ ଋତୁକୁ ଉଷୁମ ଚା"... ସକାଳ ହେଉ କି ସଞ୍ଜ, ଚା'କପ୍ ଡାକେ ଆ ଆ... ଜାଣନ୍ତୁ ଘରେ କେମିିତି କରିବେ ମସଲା ଚା’ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe