ଓଜନ କମ କରିବାଠାରୁ ଆରମ୍ଭ କରି କେଶର ଘନତ୍ୱ ବଢ଼ାଇବାରେ ସାହାଯ୍ୟ କରେ ଭୃସଙ୍ଗ ପତ୍ର

Advertisment
ଓଜନ କମ କରିବାଠାରୁ ଆରମ୍ଭ କରି କେଶର ଘନତ୍ୱ ବଢ଼ାଇବାରେ ସାହାଯ୍ୟ କରେ ଭୃସଙ୍ଗ ପତ୍ର

India Today

ଭୃସଙ୍ଗ ଏମିତି ଏକ ପତ୍ର ଯାହା ଆପଣଙ୍କ ଖାଦ୍ୟର ସ୍ୱାଦ ବଢ଼ାଇବା ସହ ଶରୀରକୁ ଅନେକ ଫାଇଦା ଦେଇଥାଏ । ଭୃସଙ୍ଗ ପତ୍ରରେ ଆଣ୍ଟି-ଅକ୍ସିଡ଼ାଣ୍ଟ, ଆଣ୍ଟି-ଫଙ୍ଗଲ,ଭିଟାମିନ୍‌ ଏ,ଫାଇବର,କ୍ୟାଲ୍‌ସିୟମ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିଥାଏ । ତେବେ ଆଜି ଆମେ ଜାଣିବା ଏଥିରୁ ଶରୀରରକୁ ଏବଂ କେଶକୁ ମିଳୁଥିବା ଫାଇଦା ବିଷୟରେ.....

୧.ଏହାକୁ ସେବନ କରିବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ । ଏହା ପେଟ ସହ ଜଡ଼ିତ ଅନେକ ସମସ୍ୟା ଯେମିତିକି,କୋଷ୍ଠକାଠିନ୍ୟ,ଗ୍ୟାସ୍‌ ସମସ୍ୟା ଏବଂ ପେଟ ଫୁଲିବା ସମସ୍ୟାକୁ ଦୂର କରିଥାଏ । ଭୃସଙ୍ଗ ପତ୍ରର ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଡ଼ାଇରିଆ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

୨.ଭୃସଙ୍ଗ ପତ୍ରରେ ଭିଟାମିନ୍‌ ଏ ଏବଂ କେରୋଟେନଏଡ଼୍‍ସ ଥିବାରୁ ଏହା ଦୃଷ୍ଟିଶକ୍ତିକୁ ସୁସ୍ଥ ରଖିଥାଏ ।

Related image myrepublica.nagariknetwork.com

୩.ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଏବଂ ଭିଟାମିନ୍‌ ଶରୀରର ଓଜନକୁ ନିୟନ୍ତ୍ରଣ କରିଥାଏ । ଏହା ଶରୀରରୁ ବିଷାକ୍ତ ଜିନିଷକୁ ବାହାର କରି ଫ୍ୟାଟ୍‌ କମ୍‌ କରିଥାଏ । ଡ଼ାଏଟିଙ୍ଗ ଏବଂ ବ୍ୟାୟାମ କରିବା ସହ ଭୃସଙ୍ଗ ପତ୍ରର ସେବନ ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

୪.କେଶକୁ ଲମ୍ବା ଏବଂ ଘନ କରିବା ପାଇଁ ଭୃସଙ୍ଗ ପତ୍ରର ବ୍ୟବହାର ଅତ୍ୟନ୍ତ ଲାଭଦାୟକ । ଏଥିରେ ଥିବା ପୋଷକ ତତ୍ତ୍ୱ କେଶକୁ ତୁରନ୍ତ ବଢ଼ିବାରେ ସାହାଯ୍ୟ କରିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe