କ’ଣ ଆପଣ ଜାଣିଛନ୍ତି ଗରମ ପାଣି ପିଇବାର ଫାଇଦା?

Advertisment
କ’ଣ ଆପଣ ଜାଣିଛନ୍ତି ଗରମ ପାଣି ପିଇବାର ଫାଇଦା?

ଆୟୁର୍ବେଦ ଅନୁସାରେ ଗରମ ପାଣି ପିଇବାର ଅନେକ ଫାଇଦା ରହିଛି। ଯଦି ପ୍ରତିଦିନ ସକାଳୁ ଏକ ଗ୍ଲାସ ଗରମ ପାଣି ପିଉଛନ୍ତି, ତା’ହେଲେ ପେଟ କମ୍‌ ହେବା ସହ ଆହୁରି ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ନ୍ୟାସନାଲ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଆୟୁର୍ବେଦର ଡାକ୍ତରଙ୍କ ଅନୁସାରେ ଗରମ ପାଣି ପିଇବା ଦ୍ୱାରା ଏହି ୫ଟି ଫାଇଦା ଶରୀରକୁ ମିଳିଥାଏ।

publive-image

ପେଟ କମ୍‌ କରେ: ନିୟମିତ ଗରମ ପାଣି ପିଇବା ଦ୍ୱାରା ଏକ୍‌ଷ୍ଟ୍ରା ଫ୍ୟାଟ୍‌ ବର୍ଣ୍ଣ୍‍ ( ଚର୍ବି ହ୍ରାସ) ହୋଇଥାଏ। ଏହା ପେଟର ଆକାର କମ୍‌ କରିବାରେ ସାହାଯ୍ୟ କରିିଥାଏ।

publive-image

ହଜମ କ୍ରିୟା ସୁଧାରିଥାଏ: ନିୟମିତ ଗରମ ପାଣି ପିଇଲେ ଠିକ୍‌ ଭାବେ ହଜମ କ୍ରିୟା ସମାପନ ହୋଇଥାଏ। ଏହା ଦ୍ୱାରା ହଜମକ୍ରିୟା ସୁଧୁରିଥାଏ।

publive-image

ଥଣ୍ଡା-ଜ୍ୱର ଦୂର କରେ: ଗରମ ପାଣି ପିଇଲେ ଶରୀର ଉଷ୍ମ ରହିଥାଏ। ଏହା ଦ୍ୱାରା ବାରମ୍ବାର ଥଣ୍ଡା-ଜ୍ୱର ହେବାର ସମସ୍ୟା ଦୂର ହୋଇଥାଏ।

publive-image

ଶ୍ୱାସ ସମସ୍ୟା ନିୟନ୍ତ୍ରଣ କରେ: ନିୟମିତ ଗରମ ପାଣି ପିଇଲେ ପ୍ରାୟତଃ କଫ ବାହାରିଯାଏ। ଏହା ଦ୍ୱାରା ଶ୍ୱାସ ସମସ୍ୟା ନିୟନ୍ତ୍ରିତ ହୋଇଥାଏ।

publive-image

ମାଂସପେଶୀ ଦରଜ କମ୍‌ କରେ: ଗରମ ପାଣି ପିଇଲେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ। ଏହା ଦ୍ୱାରା ମାଂସପେଶୀରେ ରକା ପଶିବା ଓ ଦରଜ ହେବା ଦୂର ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe