ଗରମ ଦିନରେ କାକୁଡ଼ିର ଚାହିଦା: ଜାଣନ୍ତୁ କାକୁଡ଼ି ଖାଇଲେ ଶରୀର ପାଇଁ କଣ ଫାଇଦା ?

କାକୁଡି

ନୂଆଦିଲ୍ଲୀ: ଗରମ ଦିନ ହେଉ କି ବର୍ଷା ଦିନ ଅବା ହେଉ ଶୀତ ଦିନ କାକୁଡିର ଚାହିଦା ସବୁବେଳେ ଥାଏ । ଲୋକେ କାକୁଡି ସାଲାଡ ଖାଇବାକୁ ସବୁବେଳେ ପସନ୍ଦ କରୁଥିବା ବେଳେ ଗରମ ଦିନେ କିନ୍ତୁ କାକୁଡିର ଚାହିଦା ଅଧିକ ରହିଥାଏ ଆଉ ବଜାରରେ ବେଶି ବିକ୍ରିହୁଏ । ବାଟରେ ଘାଟରେ ଲୋକେ କାକୁଡି ଏବଂ ଲଙ୍କାଲୁଣ ଧରି ବିକ୍ରି କରୁଥିବା ଆପଣ ଦେଖିଥିବେ । ହେଲେ ଆପଣ ଜାଣନ୍ତି କି କାକୁଡି ଖାଇଲେ କଣ ହୁଏ ? ଦେହ ପାଇଁ କେତେ ଭଲ କାକୁଡି ? 

କାକୁଡିରେ ୯୫ ପ୍ରତିଶତ ଜଳ ରହିଥାଏ ତେଣୁ ଏହା ଖାଇରେ ଶରୀରର ଜଳୀୟ ଅଂଶ କମିବାର ଆଦୌ ଆଶଙ୍କା ନଥାଏ । ଶରୀରକୁ ସବୁବେଳେ ଥଣ୍ଡା ରଖେ କାକୁଡି । ହୃଦୟକୁ ସୁସ୍ଥ ରଖିବାରେ ବି ସାହାଯ୍ୟ କରେ ।

କାକୁଡି ଖାଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରଣରେ ରୁହେ, ଶରୀରର ଓଜନ ମଧ୍ୟ ଏହା କମାଇବାରେ ସାହାଯ୍ୟ କରେ । ମଧୁମେହ ରୋଗୀଙ୍କ ପାଇଁ କାକୁଡି ବେଶ ଲାଭଦାୟକ ବୋଲି ଡାକ୍ତରମାନେ କୁହନ୍ତି । 

ଡିକନୀ ଷ୍ଟୋନ୍ ଆଶଙ୍କାକୁ ଦୂର କରେ କାକୁଡି । ଏଥିସହ ତ୍ବାଚାର ଯତ୍ନ ମଧ୍ୟ ନିଏ । ତେବେ କାକୁଡି ସକାଳ ୧୦ରୁ ଦିନ ୨ଟା ଭିତରେ ଖାଇଲେ ଏହା ଶରୀରରେ ଥଣ୍ଡା, କଫ ଆଦି ସମସ୍ୟା ସୃଷ୍ଟି କରିପାରେ ନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe