ପ୍ରୟୋଗର ୨ ସପ୍ତାହ ମଧ୍ୟରେ ଜଣାପଡ଼ିବ ପ୍ରଭାବ; ଏ ସମସ୍ତ ରୋଗକୁ ଦୂର କରିବ ହରିଡ଼ା ଓ ଗୁଡ଼

ପ୍ରୟୋଗର ୨ ସପ୍ତାହ ମଧ୍ୟରେ ଜଣାପଡ଼ିବ ପ୍ରଭାବ; ଏ ସମସ୍ତ ରୋଗକୁ ଦୂର କରିବ ହରିଡ଼ା ଓ ଗୁଡ଼

ଶୀତଦିନେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜେ। ଥଣ୍ଡା, ଜ୍ବର, କାଶ ଆଦି ସମସ୍ୟାଗୁଡ଼ିକ ଯେତେ ଛୋଟ ଦେଖାଯାଏ, ସେତେ ଅଧିକ ଅସୁବିଧାଜନକ। ଆୟୁର୍ବେଦିକ ପ୍ରତିକାର ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ସକାଳୁ ଉଠିବା ମାତ୍ରକେ ଯଦି ଶରୀର ପୀଡ଼ା ହେଉଛି, ଶରୀର ଫୁଲି ଯାଉଛି, ପେଟ କଟା, ହଜମ ସମସ୍ୟା, ପାଇଲ୍ସ ଆଦି ରହିଛି ତ ଏକ ଘରୋଇ ଉପଚାର ଅଛି।

ଏସବୁ ସମସ୍ୟାକୁ ଦୂରେଇ ଦେବାର ସୁବିଧା ବାଟ ହେଉଛି ହରିଡ଼ା ଓ ଗୁଡ଼। ଆପଣ ହରିଡ଼ା ଗୁଣ୍ଡରେ ପରିମାଣ ମୁତାବକ ଗୁଡ଼ ମିଶାଇ ପ୍ରତିଦିନ ସକାଳେ ଓ ସଂଧ୍ୟାରେ ୧ ଚାମଚ୍‌ ଖାଇଲେ ଆପଣଙ୍କୁ ଉପଶମ ମିଳିବ। ହରିଡ଼ା ଓ ଗୁଡ଼କୁ ସମାନ ଭାବରେ ମିଶାଇ ମିଶ୍ରଣ ପ୍ରସ୍ତୁତ କଲେ ଖୁବ୍‌ ଭଲ। ‌ହେଲେ ଏହାକୁ ଖାଇବାର ୧୫-୨୦ ମିନିଟ୍‌ ମଧ୍ୟରେ ଅନ୍ୟ କିଛି ଖାଇବେ ନାହିଁ। କୋଷ୍ଠକାଠିନ୍ୟ କିମ୍ବା ଅନ୍ୟ କୌଣସି ପେଟଜନୀତ ସମସ୍ୟା ପାଇଁ ମଧ୍ୟ ଏହା ଫଳପ୍ରଦ।

ଏହାକୁ ସକାଳେ ଓ ସଂଧ୍ୟାରେ ଉଷୁମ ପାଣି ସହ ଖାଇଲେ ବେଶି ଫଳପ୍ରଦ ହେବ। ଅତି କମ୍‌ରେ ୧୪ ଦିନ ପ୍ରୟୋଗ ପରେ ଏହାର ପ୍ରଭାବ ଆପଣ ଜାଣିପାରିବେ। ତେବେ ଏହି ୧୪ ଦିନ ବା ୨ ସପ୍ତାହ ଆପଣଙ୍କୁ ଟିକେ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ହେବ। ଭାତ, ମୁଗ ଡାଲି, ଖିଚଡ଼ି, ଉପମା ଆଦି ହାଲୁକା ଖାଦ୍ୟ ଆପଣଙ୍କୁ ଖାଇବାକୁ ପଡ଼ିବ। ତେଲମସଲା ଖାଦ୍ୟ ଯେତେ କମ୍‌ ଖାଇବେ ସେତେ ଭଲ ଆପଣଙ୍କ ପାଇଁ।

କର୍କଟ, ମଧୁମେହ, ଯକୃତ ସମସ୍ୟା, ସଂକ୍ରମଣ, ହୃଦ୍‌ରୋଗ, ପେଟ ସମସ୍ୟା ଇତ୍ୟାଦି ରୋଗଗୁଡିକ ମଧ୍ୟ ଏହାର ପ୍ରୟୋଗରେ କମ୍‌ ହୋଇଯିବ। ମେଦବହୁଳତା ହ୍ରାସ କରିବାରେ ମଧ୍ୟ ଏହା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଶୀତଦିନେ ଫୁସଫୁସକୁ ସଫା ରଖିବାରେ ଗୁଣ୍ଡ ସାହାଯ୍ୟ କରିଥାଏ। ଏହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ରହିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe