ମନ ଦୁଃଖ ଅଛି, ଅସ୍ଥିର ଲାଗୁଛି ? ଅଙ୍ଗୁର ଖାଆନ୍ତୁ

Advertisment
ମନ ଦୁଃଖ ଅଛି, ଅସ୍ଥିର ଲାଗୁଛି ? ଅଙ୍ଗୁର ଖାଆନ୍ତୁ

http://rupcare.com

ଗବେଷଣା ଅନୁସାରେ ଯଦି ଜଣେ ବ୍ୟକ୍ତି ତାହାର ନିୟମିତ ଖାଦ୍ୟରେ ଅଙ୍ଗୁର୍‌କୁ ସାମିଲ୍‌ କରେ, ତେବେ ଏହା ଉକ୍ତ ବ୍ୟକ୍ତିର ମାନସିକ ଅବସ୍ଥାକୁ ଏହା ସୁସ୍ଥ ରଖିଥାଏ। ଏହାବ୍ୟତୀତ ଅଙ୍ଗୁର ସେବନ ଯୋଗୁଁ ବି ବ୍ୟକ୍ତି ଅବସାଦ ଦାଉରୁ ରକ୍ଷା ପାଇଥାଏ। କାରଣ ଅଙ୍ଗୁର ମଣିଷ ଶରୀରରେ ଅନେକ ସକାରାତ୍ମକ କ୍ରିୟା କରିଥାଏ।

୧-ଅଙ୍ଗୁରରେ ଭରି ରହିଥିବା ପାଲିଫିନାଲ୍‌ କମ୍ପାଉଣ୍ଡ୍‌ ବି ବ୍ୟକ୍ତିର ମସ୍ତିଷ୍କରେ ମାଲିକ୍ୟୁଲର ଏବଂ ସେଲ୍ୟୁଲର୍‌ ସେଲ୍‌ସ କୁ ସୁରକ୍ଷିତ ରଖିଥାଏ। ଏହା ଅବସାଦ ଏବଂ ଚିନ୍ତା ଜନିତ ଚାପକୁ ଦୂରାଇବାରେ ଅତ୍ୟନ୍ତ ସାହଯ୍ୟକାରୀ ହୋଇଥାଏ।
୨- ସାଧାରଣତଃ ଅଙ୍ଗୁର ଲାଲ୍‌, ସବୁଜ ଏବଂ କଳା ରଂଗର ହୋଇଥାଏ। ତେବେ ଏହା ଯେ କେବଳ ବ୍ୟକ୍ତିର ଅବସାଦ ସମସ୍ୟାକୁ ଦୂର କରିଥାଏ ତାହା ନୁହେଁ ବରଂ ଏହା କର୍କଟ,ହୃଦୟ ସମ୍ବନ୍ଧିତ ସମସ୍ୟା,ବ୍ଲଡ଼ପ୍ରେସର୍‌ ଇତ୍ୟାଦି ସମସ୍ୟାକୁ ବି ନିଜର ନିୟନ୍ତ୍ରଣରେ ରଖିଥାଏ ଏବଂ କବ୍ଜ ସମସ୍ୟା ପାଇଁ ମଧ୍ୟ ଏହା ମହୌଷଧି ଭଳି କାର୍ଯ୍ୟ କରିଥାଏ।
୩- ଅଙ୍ଗୁରରେ ସାଧାରଣତଃ ଫାଇବର୍‌,ପୋଟାସିଅମ୍‌ ଏବଂ ମିନେରାଲ୍‌ସ ଇତ୍ୟାଦି ଭରପୂର ମାତ୍ରାରେ ରହିଥାଏ। ହେଲେ ଡ଼ାଇବେଟିସ୍‌ ରୋଗୀ ଏହାକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ଖାଦ୍ୟରେ ସାମିଲ୍‌ କରନ୍ତୁ।

publive-image www.freepik.com

୪-ଏଥିସହିତ ଆଖିସମସ୍ୟା ପାଇଁ ବି ଅଙ୍ଗୁର ବେଶ୍‌ ଲାଭଦାୟକ ଅଟେ। ଏତଦ୍‌ବ୍ୟତୀତ ଅଙ୍ଗୁର ମଧ୍ୟ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ବି ବଞ୍ଚାଇଥାଏ।
୫- ଯଦି ଆପଣ ଆପଣଙ୍କ ଡ଼ାଏଟ୍‌ରେ କାର୍ବୋହାଡ୍ରେଟ୍‌ ସ୍ଥାନରେ ଫଳର ସେବନ କରୁଛନ୍ତି ତ,ତେବେ ଆପଣ ଏହାକୁ ଧ୍ୟାନର ସହିତ ଖାଆନ୍ତୁ। କାରଣ ଏହା ବ୍ୟକ୍ତିର ମୋଟାପଣର କାରଣ ମଧ୍ୟ ପାଲଟିଥାଏ।
୬-ତେବେ ଅଙ୍ଗୁରରେ ଆଣ୍ଟି-ଅକ୍ସିଡ଼େଣ୍ଟ୍‌ ଭରପୂର ମାତ୍ରାରେ ରହିଥିବା ହେତୁ ଏହା ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଲାଭକାରୀ ଅଟେ। ତେଣୁ ଆପଣ ଚାହିଁଲେ ଏହାର ଜୁସ୍‌ କରି ଆପଣଙ୍କ ଡ଼ାଏଟ୍‌ରେ ବି ସାମିଲ୍‌ କରିପାରନ୍ତି।
୭- ଯଦି ତ୍ୱଚାଜନିତ ବା ଆଖିଜନିତ ଆଲର୍ଜି ରହିଛି ,ତେବେ ଏହାକୁ ତାଙ୍କ ଡ଼ାଏଟ୍‌ରେ ନିଶ୍ଚିତ ସାମିଲ୍‌ କରନ୍ତୁ।
୮-ଅଙ୍ଗୁର ପାଚନ କ୍ରିୟାକୁ ସୁରକ୍ଷିତ ରଖି ଆଷ୍ଟିୟୋଆର୍ଥରାଇଟିସ୍‌ ଭଳି ସମସ୍ୟାକୁ ବି ଶେଷ କରିବାକରେ ସାହାଯ୍ୟ କରିଥାଏ।
୯-ଗବେଷଣା ମୁତାବକ ଏକ କପ୍‌ ଲାଲ୍‌ ଏବଂ ସବୁଜ ଅଙ୍ଗୁର୍‌ରେ ଭରପୂର କ୍ୟାଲୋରି ସହ ୧.୦୯ ପ୍ରୋଟିନ୍‌,୦.୨୪ଗ୍ରାମ୍‌ ଫ୍ୟାଟ୍‌,୧.୪ ଗ୍ରାମ୍‌ ଫାଇବର୍‌ ଏବଂ ୨୭.୩୩ ଗ୍ରାମ୍‌ କାର୍ବୋହାଇଡ୍ରେଟ୍‌ର ମାତ୍ରା ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe