କେଶ ଝଡ଼ିବା ସମସ୍ୟାକୁ ଦୂର କରେ ଗ୍ରୀନ୍‌ ଟି, ଏହି ସବୁ ଜିନିଷ ସହ ମିଶାଇ କରନ୍ତୁ ବ୍ୟବହାର

କେଶ ଝଡ଼ିବା ସମସ୍ୟାକୁ ଦୂର କରେ ଗ୍ରୀନ୍‌ ଟି, ଏହି ସବୁ ଜିନିଷ ସହ ମିଶାଇ କରନ୍ତୁ ବ୍ୟବହାର

Medical News Today

ଆଜିକାଲି ପ୍ରଦୂଷଣର ମାତ୍ରା ବଢ଼ୁଥିବାରୁ ଏହାର ପ୍ରଭାବ ମଣିଷ ଶରୀର ଉପରେ ପଢ଼ୁଛି । ଖାସ୍‌ କରି କେଶ ଉପରେ ଏହାର ପ୍ରଭାବ ଅଧିକ ପଡ଼ୁଛି । ଶୀତଦିନେ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ଅଧିକ ଥିବାରୁ ଏହି ଦିନେ କେଶ ଅଧିକ ମାତ୍ରାରେ ଝଡ଼ିଥାଏ । ତେବେ କେଶ ଝଡ଼ିବା ସମସ୍ୟାକୁ ଗ୍ରୀନ୍‌ ଟିର ବ୍ୟବହାର କରି କିପରି ରୋକା ଯାଇପାରିବ ସେ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ ।

୧. ପ୍ରଥମେ ୩-୪ଟି ଗ୍ରୀନ୍‌ ଟି ବ୍ୟାଗ୍‌ ନେଇ ୧୦-୧୫ ମିନିଟ୍‌ ଅଧା ଲିଟର ପାଣିରେ ବୁଢ଼ାଇ ରଖନ୍ତୁ । ଏହା ପରେ ସାମ୍ପୋ କରି କେଶକୁ ଭଲ ଭାବରେ ସଫା କରି ସାରିବା ପରେ ଗ୍ରୀନ୍‌ ଟିର ପାଣିରେ କେଶକୁ ଭଲ ଭାବରେ ଧୁଅନ୍ତୁ । ଏହାପରେ ସାଧା ପାଣିରେ କେଶକୁ ଧୋଇ ନିଅନ୍ତୁ । ମାସକୁ ୨-୩ଥର ଏପରି କରିବା ଦ୍ୱାରା କେଶରେ ଫରକ ଜାଣିପାରିବେ ।

୨.ଗ୍ରୀନ୍‌ ଟି ପାଉଡର ନେଇ ଏକ ମିଶ୍ରଣ ତିଆରି କରନ୍ତୁ । ଅନ୍ୟ ଏକ ପାତ୍ରରେ ଅଣ୍ଡାକୁ ଫଟାଇ ସେଥିରେ ଗ୍ରୀନ୍‌ ଟିର ମିଶ୍ରଣ ମିଶାନ୍ତୁ । ଦୁଇଟି ଜିନିଷକୁ ଭଲ ଭାବରେ ମିଶାଇ କେଶରେ ଭଲ ଭାବରେ ମାଲିସ୍ କରନ୍ତୁ । ଗୋଟେ ଘଣ୍ଟା ରଖିବା ପରେ ସଲ୍‌ଫେଟ୍‌ ମୁକ୍ତ ସାମ୍ପୋରେ କେଶକୁ ଧୋଇ ନିଅନ୍ତୁ ।

Image result for green tea Medical Xpress

୩.ଗୋଟେ ପାତ୍ରରେ ଗ୍ରୀନ୍‌ ଟି ତିଆରି କରିବା ସହ ସେଥିରେ ଲେମ୍ବୁର ରସ ମିଶାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣରେ ନଡ଼ିଆ ତେଲ ମିଶାଇ କେଶରେ ଭଲ ଭାବରେ ମାଲିସ କରନ୍ତୁ । ୪-୫ମିନିଟ୍‌ ମାଲିସ କରିବା ପରେ ଅଧଘଣ୍ଟା ରଖି ଧୋଇ ନିଅନ୍ତୁ । ଫରକ ଜାଣି ପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe