ଘରୋଇ ଉପାୟରେ ପ୍ରସ୍ତୁତ କରନ୍ତୁ ଏହି ତେଲ, ଆଉ ପାଆନ୍ତୁ ଲମ୍ବା, ଘନ ଏବଂ କଳା କେଶ

Advertisment
ଘରୋଇ ଉପାୟରେ ପ୍ରସ୍ତୁତ କରନ୍ତୁ ଏହି ତେଲ, ଆଉ ପାଆନ୍ତୁ ଲମ୍ବା, ଘନ ଏବଂ କଳା କେଶ

କୁହାଯାଏ, କେଶ ହେଉଛି ନାରୀ ସୌନ୍ଦର୍ଯ୍ୟର ଅନ୍ୟ ଏକ ପ୍ରମୁଖ ଅଂଶ। ସେଥିପାଇଁ ପ୍ରତ୍ୟେକ ନାରୀ ସେମାନଙ୍କ କେଶ ବାବଦରେ ଅତ୍ୟନ୍ତ ସମ୍ବେଦନଶୀଳ। ହେଲେ, ଏବେର ଅପ୍ରାକୃତିକ ଖାଦ୍ୟ ଏବଂ ରାସାୟନିକ ଦ୍ରବ୍ୟଯୁକ୍ତ ତେଲର ପ୍ରୟୋଗ ଯୋଗୁଁ ଆମ ସମସ୍ତଙ୍କ ଠାରେ କେଶଜନିତ ବିଭିନ୍ନ ସମସ୍ୟା ଦେଖାଯାଉଛି। ତେବେ, ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପାୟରେ ପ୍ରସ୍ତୁତ ହୋଇପାରୁ ଥିବା ଏପରି ଏକ ତେଲ ବିଷୟରେ ଜଣାଇବୁ, ଯାହାକୁ ପ୍ରୟୋଗ କରି ଆପଣ ଆପଣଙ୍କ କେଶକୁ ଘନ, ଲମ୍ବା ଏବଂ କଳା କରିପାରିବେ!

ଆସନ୍ତୁ ଜାଣିବା ଏହି ତେଲକୁ ପ୍ରସ୍ତୁତ କରିବାର ଉପାୟ ସଂପର୍କରେ...
ଆବଶ୍ୟକୀୟ ସାମଗ୍ରୀ:

୧- ଅଁଳା ୧୦୦ ଗ୍ରାମ୍‌।
୨- ରିଠା ୧୦୦ ଗ୍ରାମ୍‌।
୩- ସୋରିଷ ତେଲ ୧୦୦ ଗ୍ରାମ୍‌।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଆପଣ ଖରାରେ ଅଁଳା ଏବଂ ରିଠାକୁ ଭଲ ଭାବରେ ଶୁଖାନ୍ତୁ। ଏହାପରେ ଆପଣ ଏହାକୁ ପେସିକରି ଏଥିରେ ସୋରିଷ ତେଲକୁ ମିଶ୍ରଣ କରନ୍ତୁ। ଏଥିସହିତ ଆପଣ ପ୍ରସ୍ତୁତ ହୋଇଥିବା ଉକ୍ତ ତେଲକୁ ଗାଧୋଇ ଯିବାର ୧ଘଣ୍ଟା ପୂର୍ବରୁ ଆପଣଙ୍କ କେଶରେ ଲଗାଇ ସାମ୍ପୁ ସାହଯ୍ୟରେ ଧୋଇଦିଅନ୍ତୁ। ତେବେ, ମନେରଖନ୍ତୁ ଆପଣଙ୍କୁ ଏହି ଉପାୟର ପ୍ରୟୋଗକୁ ମାସକ ମଧ୍ୟରେ ୩ ଥର କରିବାକୁ ପଡ଼ିବ। ଏହାପରେ ଆପଣ ନିଜେ ହିଁ ଅନୁଭବ କରିବେ, କିଭଳି ଆପଣଙ୍କ କେଶ ପୂର୍ବାପେକ୍ଷା ଘନ, ଲମ୍ବା ଏବଂ କଳା ହୋଇଯାଇଛି!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe