ଖାଦ୍ୟ ଖାଇବା ପରେ ଖାଆନ୍ତୁ ୨୦ଗ୍ରାମ ଗୁଡ଼, ଏହି ୮ଟି ଶାରୀରିକ ସମସ୍ୟାରୁ ମିଳିବ ମୁକ୍ତି

Advertisment
ଖାଦ୍ୟ ଖାଇବା ପରେ ଖାଆନ୍ତୁ ୨୦ଗ୍ରାମ ଗୁଡ଼, ଏହି ୮ଟି ଶାରୀରିକ ସମସ୍ୟାରୁ ମିଳିବ ମୁକ୍ତି

Healthifyme

ଯଦି ଆପଣଙ୍କୁ ମିଠା ପସନ୍ଦ, ତେବେ ଆପଣ ଗୁଡ଼କୁ ନିଜ ଡ଼ାଏଟ୍‌ରେ ସାମିଲ କରି ପାରିବେ । ସବୁଠାରୁ ଖାସ୍‌ କଥା ହେଲା ଏହାକୁ ମଧୁମେହ ରୋଗୀ ମଧ୍ୟ ଖାଇ ପାରିବେ । କାରଣ ଏଥିରେ ଅନ୍‌ରିଫାଇନ୍‌ଡ୍‌ ନ୍ୟାଚୁରାଲ ସୁଗାର ରହିଥାଏ । ଯାହାଦ୍ୱାରା ମଧୁମେହ ରୋଗୀଙ୍କୁ କୌଣସି ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡ଼ି ନଥାଏ । ଆର୍ୟୁବେଦ ଅନୁସାରେ, ଖାଦ୍ୟ ଖାଇବା ପରେ ୨୦ଗ୍ରାମ ଗୁଡ଼ର ସେବନ କରିବା ଦରକାର । ଯାହାଦ୍ୱାରା ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ । ଏବେ ଆସନ୍ତୁ ଜାଣିବା ଗୁଡ଼ ଖାଇବାର ଅନେକ ଫାଇଦା ବିଷୟରେ...

୧. ଗୁଡ଼ ପେଟ ସହ ଜଡ଼ିତ ଅନେକ ସମସ୍ୟା ପାଇଁ ରାମବାଣ ସଦୃଶ । ଗ୍ୟାସ୍‌, ଏସିଡ଼ିଟି ଏବଂ ଭୋକ ନ ଲାଗିବା ସମସ୍ୟାକୁ ଗୁଡ଼ କିଛି ମିନିଟ୍‌ରେ ଦୂର କରିଥାଏ ।

Image result for jaggery lifealth.com

୨. ଗୁଡ଼ ଗଳା ଏବଂ ହୃତ୍‌ପିଣ୍ଡ ସଂକ୍ରମଣ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ । ଏଥିରେ ସେଲେନିୟମ ରହିଥାଏ, ଯାହା ଆଣ୍ଟିଅକ୍ସିଡ଼ାଣ୍ଟର କାମ କରିଥାଏ । ପ୍ରତିଦିନ ଗୁଡ଼ର ସେବନ କରିବା ଦ୍ୱାରା ଗଳା ଏବଂ ହୃତ୍‌ପିଣ୍ଡ ସଂକ୍ରମଣ ସମସ୍ୟା ଦେଖା ଯାଇ ନଥାଏ ।
୩. ଏହାର ଭିତର ଭାଗ ଗରମ ହୋଇଥିବାରୁ ଏହାକୁ ଖାଇବା ଦ୍ୱାରା ଥଣ୍ଡା-ଜ୍ୱର ଭଳି ସମସ୍ୟା ଦେଖାଯାଇ ନଥାଏ । ମରିଚ ଏବଂ ଅଦା ସହ ଗୁଡ଼ ମିଶାଇ ଖାଇବା ଦ୍ୱାରା ଗଳା ଦରଜ ହେବା, କାଶ ହେବା, ଥଣ୍ଡା ଜ୍ୱର ହେବା ଭଳି ସମସ୍ୟା ଦେଖାଯାଇ ନଥାଏ ।
୪. ଖାଇବା ପରେ ଗୁଡ଼ ଖାଇବା ଦ୍ୱାରା ଦୃଷ୍ଟିଶକ୍ତି କମ ହେବା ସମସ୍ୟା ଦୂର ହେବା ସହ ଆଖିର ଥକାପଣ ଦୂର ହୋଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe