ଜାମୁକୋଳିକୁ ଖାଇ ସାରିବା ପରେ ତା’ର ମଞ୍ଜିକୁ ଫିଙ୍ଗିବା ପରିବର୍ତ୍ତେ ଏଭଳି କରନ୍ତୁ ବ୍ୟବହାର, ଦୂର ହେବା ଅନେକ ଶାରୀରିକ ସମସ୍ୟା

ଜାମୁକୋଳିକୁ ଖାଇ ସାରିବା ପରେ ତା’ର ମଞ୍ଜିକୁ ଫିଙ୍ଗିବା ପରିବର୍ତ୍ତେ ଏଭଳି କରନ୍ତୁ ବ୍ୟବହାର, ଦୂର ହେବା ଅନେକ ଶାରୀରିକ ସମସ୍ୟା

www.hindustantimes.com

ଜାମୁକୋଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଏହା ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ସ୍ୱାସ୍ଥ୍ୟକର । କିନ୍ତୁ ଆପଣ ଜାଣିଛନ୍ତି କି? ଜାମୁକୋଳି ଭଳି ତା’ର ମଞ୍ଜି ମଧ୍ୟ ଶରୀର ପାଇଁ କେତେ ଲାଭଦାୟକ? ଭିଟାମିନ୍‌ ଏ ଏବଂ ସିରେ ଭରପୂର ଥିବା ଜାମୁକୋଳିର ମଞ୍ଜି ପାଚନକ୍ରିୟାକୁ ଠିକ୍‌ ରଖିବା ସହ ଅନେକ ଶାରୀରିକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

ଜାମୁକୋଳି ଖାଇ ସାରିବା ପରେ ତା’ର ମଞ୍ଜିକୁ ଭଲ ଭାବରେ ଧୋଇ ନିଅନ୍ତୁ । ପରେ ଏହାକୁ ଖରାରେ ଭଲ ଭାବରେ ଶୁଖାନ୍ତୁ । ଶୁଖିଯିବା ପରେ ତାହାର ଚୋପାକୁ ଛଡ଼ାଇ ଭଲ ଭାବରେ ଗ୍ରାଇଣ୍ଡ କରି ଏକ ଠିପିଥିବା ବନ୍ଦ ଡ଼ବାରେ ରଖି ଦିଅନ୍ତୁ । ଏବେ ଏହି ଚୁର୍ଣ୍ଣକୁ ଖାଇଲେ ଶରୀରର କେଉଁ ସମସ୍ୟା ଦୂର ହୁଏ ଆସନ୍ତୁ ଜାଣିବା..

୧.ମଧୁମେହ ରୋଗୀ ଏହି ଚୁର୍ଣ୍ଣକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ହୋଇ ରହିଥାଏ । ପ୍ରତିଦିନ ସକାଳୁ ଖାଲି ପେଟରେ ଏହି ଚୁର୍ଣ୍ଣକୁ ଉଷୁମ ପାଣିରେ ମିଶାଇ ପିଇବା ଆରମ୍ଭ କରନ୍ତୁ ।
୨. କିଡ଼୍‍ନୀରେ ଷ୍ଟୋନର ସମସ୍ୟା ଥିଲେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଏହି ଚୁର୍ଣ୍ଣକୁ ଗୋଟେ ଗ୍ଲାସ ପାଣି ସହ ଖାଆନ୍ତୁ । ଏପରି କିଛି ଦିନ କରିବା ଦ୍ୱାରା ଏହି ସମସ୍ୟା ଦୂରେଇ ଯିବ ।

Image result for kidney YouTube

୩.ମାସିକ ଧର୍ମ ସମୟରେ ଅଧିକ ରକ୍ତ ପ୍ରବାହ ବା ଯନ୍ତ୍ରଣା ଅନୁଭବ ହେଲେ ଏହି ଚର୍ଣ୍ଣକୁ ସେବନ କରନ୍ତୁ ।
୪.ଯଦି ଆପଣଙ୍କ ମାଢ଼ି ବିନ୍ଧା ହେଉଛି ବା ରକ୍ତ ବାହାରୁଛି ତେବେ ଏହି ଚୁର୍ଣ୍ଣକୁ ଦାନ୍ତରେ ଘଷନ୍ତୁ । ପ୍ରତିଦିନ ଏପରି କଲେ ଏହି ସମସ୍ୟା ଦୂରେଇ ଯିବ ।
୫.ଯଦି ଆପଣଙ୍କୁ ଆଘାତ ଲାଗିବା ସହ ଅଧିକ ଯନ୍ତ୍ରଣା ଅନୁଭବ ହେଉଛି ତେବେ ଏହି ଚୁର୍ଣ୍ଣକୁ ପାଣିରେ ମିଶାଇ ଦିନକୁ ଦୁଇ ଥର ଆଘାତ ଲାଗିଥିବା ସ୍ଥାନରେ ଲଗାନ୍ତୁ । ଏପରି କଲେ ଯନ୍ତ୍ରଣା କମ ହେବା ସହ କ୍ଷତସ୍ଥାନ ଶୀଘ୍ର ଶୁଖି ଯାଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe