କ୍ଷୀରକୁ ଏହି ସବୁ ଜିନିଷ ସହ ମିଶାଇ କରନ୍ତୁ ବ୍ୟବହାର, ଦୂର ହେବ ଆଖି ତଳେ ଦେଖାଯାଉଥିବା କଳା ଦାଗ

Advertisment
କ୍ଷୀରକୁ ଏହି ସବୁ ଜିନିଷ ସହ ମିଶାଇ କରନ୍ତୁ ବ୍ୟବହାର, ଦୂର ହେବ ଆଖି ତଳେ ଦେଖାଯାଉଥିବା କଳା ଦାଗ

BollywoodShaadis.com

ଅଖି ତଳେ ଦେଖାଯାଉଥିବା କଳାଦାଗ ପୂରା ଚେହେରାର ଚମକକୁ ଫିକା କରି ଦେଇଥାଏ । ସାଧାରଣତଃ ଠିକ୍‌ ଭାବରେ ନ ଶୋଇଲେ ବା ସୂର୍ଯ୍ୟ କିରଣର ସଂସ୍ପର୍ଶରେ ଅଧିକ ଆସିଲେ ଏହି ସମସ୍ୟା ଦେଖାଯାଇଥାଏ । ନିଜର ଏହି ସମସ୍ୟାକୁ ଲୁଚାଇବା ପାଇଁ କିଛି ଲୋକ ବିଭିନ୍ନ ପ୍ରକାରର କ୍ରିମ୍‌ର ବ୍ୟବହାର କରିଥାନ୍ତି । କିନ୍ତୁ ତାହା କିଛି ସମୟ ପାଇଁ କଳାଦାଗକୁ ଲୁଚାଇଥାଏ । ତେବେ ନିଜର ଏହି ସମସ୍ୟାକୁ ଦୂର କରିବା ପାଇଁ ହେଲେ ଆପଣଙ୍କୁ କିଛି ଘରୋଇ ଉପଚାର ଆପଣାଇବାକୁ ପଡ଼ିବ । ଆସନ୍ତୁ ଜାଣିବା ସେ ବିଷୟରେ...

୧. ଥଣ୍ଡା କ୍ଷୀର ଏବଂ ଗୋଲାପ ଜଳକୁ ସମାନ ଭାଗରେ ମିଶାଇ ଏହାର ଏକ ମିଶ୍ରଣ ତିଆରି କରନ୍ତୁ । ପରେ ସେଥିରେ ଏକ ତୁଳା ବୁଡ଼ାଇ ଆଖି ତଳେ ଥିବା କଳାଦାଗ ଉପରେ ଲଗାନ୍ତୁ । ୨୦ମିନିଟ୍‌ ରଖିବା ପରେ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ନିଅନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଦେଖିବେ ଆପଣଙ୍କ ଆଖି ତଳେ ଥିବା କଳା ଦାଗ ଦୂର ହୋଇଯିବ ।

୨.ମୁଠାଏ ଆଲମଣ୍ଡ ନେଇ ପାଣିରେ ପକାଇ ଗୋଟେ ରାତି ରଖନ୍ତୁ । ସକାଳେ ପାଣିରୁ କାଢ଼ି ଏହାର ଏକ ପେଷ୍ଟ ତିଆରି କରିବା ସହ ଏହି ପେଷ୍ଟରେ ଗୋଟେ ଚାମଚ କଞ୍ଚା କ୍ଷୀର ମିଶାନ୍ତୁ । ଏହି ମିଶ୍ରଣକୁ ଆଖି ତଳେ ଲଗାଇ କିଛି ସମୟ ପାଇଁ ଛାଡ଼ିବା ପରେ ଏହାକୁ ଧୋଇ ନିଅନ୍ତୁ । ଏହାର ପ୍ରଭାବ ଅଧିକ ବଢ଼ାଇବା ପାଇଁ ଆପଣମାନେ ଏଥିରେ ମହୁ ମଧ୍ୟ ମିଶାଇ ପାରିବେ ।

Image result for milk and almond Go Dairy Free

୩.କ୍ଷୀରରେ ଲେମ୍ବୁ ଏବଂ କାକୁଡ଼ି ମିଶାଇ ଆଖି ତଳେ ଲଗାଇବା ଦ୍ୱାରା ମଧ୍ୟ କଳାଦାଗ ଦୂର ହୋଇଥାଏ । ଗୋଟିଏ ପାତ୍ରରେ ଏକ ଚାମଚ କଞ୍ଚା କ୍ଷୀର, ଗୋଟିଏ ଚାମଚ କାକୁଡ଼ିର ରସ ଏବଂ ଲେମ୍ବୁ ରସର କିଛି ବୁନ୍ଦା ପକାଇ ମିଶାନ୍ତୁ । ପରେ ତୁଳା ସାହାଯ୍ୟରେ ଏହାକୁ ଆଖି ତଳେ ଲଗାନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe