ଲୁଣ ସ୍ନାନ ପ୍ରତି ବୃଦ୍ଧି ପାଉଛି ଲୋକଙ୍କ ରୁଚି: ଚାପ ଓ କ୍ଲାନ୍ତରୁ ଦେଉଛି ମୁକ୍ତି

Advertisment

ଶରୀରରେ ଏପରି କିଛି ସମସ୍ୟା ଅଛି ଯାହାକୁ ଘରୋଇ ଉପଚାର ଦ୍ବାରା ବି ଠିକ କରାଯାଇପାରେ। ଏପରି ଏକ ପଦ୍ଧତି ହେଉଛି ଲୁଣ ପାଣିରେ ସ୍ନାନ କରିବା। ଏହା ଚାପ ଓ କ୍ଲାନ୍ତରୁ ଦେଇଥାଏ ମୁକ୍ତି

ଶରୀରରେ ଏପରି କିଛି ସମସ୍ୟା ଅଛି ଯାହାକୁ ଘରୋଇ ଉପଚାର ଦ୍ବାରା ବି ଠିକ କରାଯାଇପାରେ। ଏପରି ଏକ ପଦ୍ଧତି ହେଉଛି ଲୁଣ ପାଣିରେ ସ୍ନାନ କରିବା। ଏହା ଚାପ ଓ କ୍ଲାନ୍ତରୁ ଦେଇଥାଏ ମୁକ୍ତି

New Project (63)

ନୂଆଦିଲ୍ଲୀ:ବ୍ୟସ୍ତବହୁଳ ଜୀବନରେ, ଚାପ, ଥକ୍କାପଣ ଏବଂ ଶାରୀରିକ ଯନ୍ତ୍ରଣା ଭଳି ସମସ୍ୟା କିଛିବର୍ଷ ହେବ ଅତ୍ୟନ୍ତ ସାଧାରଣ ହୋଇଗଲାଣି। ଲୋକମାନେ ପ୍ରତ୍ୟେକ ଛୋଟଛୋଟ ଶାରୀରିକ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରୁଛନ୍ତି। ଏହା ଠିକ। କାରଣ ଆଜିକାଲି ଶରୀରରେ ଯେଭଳି ଭାବେ ରୋଗ ଦେଖା ଦେଉଛି ପ୍ରଥମରୁ ସଚେତନ ହୋଇଯିବା ଉଚିତ।

ଏହି କ୍ରମରେ ଦେଖିବାକୁ ଗଲେ ଶରୀରରେ ଏପରି କିଛି ସମସ୍ୟା ଅଛି ଯାହାକୁ ଘରୋଇ ଉପଚାର ଦ୍ବାରା ବି ଠିକ କରାଯାଇପାରେ। ଏପରି ଏକ ପଦ୍ଧତି ହେଉଛି ଲୁଣ ପାଣିରେ ସ୍ନାନ କରିବା। ଲୁଣ ପାଣିରେ ସ୍ନାନ କରିବା ଦ୍ବାରା ଏହାର ଲାଭ ଏବଂ ଏହା କରିବାର ଠିକ୍ ଉପାୟ କ’ଣ ରହିଛି ଆସନ୍ତୁ ଜାଣିବା।

ସ୍ନାନ ପାଇଁ ସମୁଦ୍ର ଲୁଣକୁ ଅପଣାଇବା ଭଲ। ସମୁଦ୍ରରେ ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ପୋଟାସିୟମ୍ ଏବଂ ଜିଙ୍କ୍ ଭଳି ଅଧିକ ଖଣିଜ ପଦାର୍ଥ ରହିଥାଏ। ଏହି ଖଣିଜ ପଦାର୍ଥଗୁଡ଼ିକ ଆମର ଚର୍ମ, ମାଂସପେଶୀ ଏବଂ ଗଣ୍ଟି ପାଇଁ ବହୁତ ଲାଭଦାୟକ।

ଲୁଣ ପାଣିରେ ଗାଧୋଇବା ଦ୍ୱାରା ଚର୍ମକୁ ଅନେକ ଲାଭ ମିଳିଥାଏ। ଏହା ମୃତ ଚର୍ମ କୋଷଗୁଡ଼ିକୁ ଦୂର କରେ ଏବଂ ନୂତନ କୋଷ ଗଠନରେ, ଚର୍ମକୁ ହାଇଡ୍ରେଟେଡ୍ ଏବଂ ନରମ ରଖିବାରେ ସାହାଯ୍ୟ କରେ।

ଅନେକ ସମୟ ଧରି କାମ କରିବା ପରେ କ୍ଲାନ୍ତ ଲାଗିଥାଏ। ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ। ଏସବୁ ଯନ୍ତ୍ରଣା ନିବାରକ ପାଇଁ ଲୁଣ ପାଣିରେ ଗାଧୋଇବା ରାମବାଣ ସାବ୍ୟସ୍ତ ହୋଇଥାଏ। ଏହା ରକ୍ତ ସଞ୍ଚାଳନ ବୃଦ୍ଧି କରେ, ମାଂସପେଶୀ ଯନ୍ତ୍ରଣା କମ କରେ ଏବଂ କ୍ଳାନ୍ତ ପାଦକୁ ଆରାମ ଦିଏ।ଉଷୁମ ପାଣିରେ ଲୁଣ ମିଶାଇ ଗାଧୋଇବା ଦ୍ବାରା ଏହା ଚାପକୁ କମ କରେ ଏବଂ ରାତିରେ ନିଦ ଭଲ ହୋଇଥାଏ। ଶୋଇବା ପୂର୍ବରୁ ଲୁଣ ସ୍ନାନ ବିଶେଷ ଭାବରେ ଲାଭଦାୟକ ସାବ୍ୟସ୍ତ ହୋଇଛି।

ଲୁଣ ପାଣି ସ୍ନାନର ଠିକ୍ ଉପାୟ କ’ଣ?

ପାଣିରେ ପ୍ରାୟ ୨ କପ୍ ସମୁଦ୍ର ଲୁଣ ମିଶାନ୍ତୁ ଏବଂ ଏହାକୁ ଉଷୁମ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ପାଣି ଉଷୁମ ହୋଇଗଲେ ଏବଂ ଲୁଣ ସମ୍ପୂର୍ଣ୍ଣ ଭାବରେ ଦ୍ରବୀଭୂତ ହୋଇଗଲେ ୧୫-୨୦ ମିନିଟ୍ ପାଇଁ ପାଣିରେ ଆରାମରେ ବସନ୍ତୁ।
ଶେଷରେ ଖାଲି ପାଣିରେ ଆପଣଙ୍କ ଶରୀରକୁ ଧୋଇ ଦିଅନ୍ତୁ ଏବଂ ଗାଧୋଇବା ପରେ ପ୍ରଚୁର ପରିମାଣରେ ମଇଶ୍ଚରାଇଜର ଲଗାନ୍ତୁ।ଏହି ପଦ୍ଧତିର ତୁରନ୍ତ ଫଳାଫଳ ମିଳିଥାଏ। ତଥାପି, ଯଦି ଆପଣଙ୍କର ଚର୍ମରେ କୌଣସି  କ୍ଷତ ବା ସଂକ୍ରମଣ ଅଛି, କିମ୍ବା ଯଦି ଆପଣଙ୍କର ଲୁଣ ପ୍ରତି ଆଲର୍ଜି ଅଛି, ତେବେ ଲୁଣ ସ୍ନାନରୁ ଦୂରେଇ ରୁହନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe