ଶରୀରକୁ ଥଣ୍ଡା ରଖିବା ସହ ଏହି ସବୁ ରୋଗକୁ ଦୂର କରିଥାଏ ଆଖୁର ରସ

Advertisment
ଶରୀରକୁ ଥଣ୍ଡା ରଖିବା ସହ ଏହି ସବୁ ରୋଗକୁ ଦୂର କରିଥାଏ ଆଖୁର ରସ

Times of India

ଖରାଦିନେ ଲୋକମାନେ ଥଣ୍ଡାଜାତୀୟ ଜିନିଷକୁ ଖାଇବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ଲୋକମାନେ ନଡ଼ିଆ ପାଣି ପିଇବାକୁ ଭଲ ପାଉଥିବା ବେଳେ କିଛି ଲୋକ ଆଖୁର ରସରୁ ମିଳୁଥିବା ଫାଇଦା ବିଷୟରେ ଜାଣି ପାରନ୍ତି ନାହିଁ, ଯାହା ଦ୍ୱାରା ସେମାନେ ଆଖୁ ରସ ପିଇବାକୁ ସେତେଟା ଗୁରୁତ୍ୱ ଦେଇ ନଥାନ୍ତି । ତେବେ ଆଜି ଆମେ ଖରା ଦିନେ ଆଖୁର ରସରୁ ମିଳୁଥିବା ଫାଇଦା ବିଷୟରେ ଜଣାଇବୁ ।

ଆଖୁର ରସରେ ୧୧୧କ୍ୟାଲୋରୀ, ୨୭ଗ୍ରାମ କାର୍ବୋହାଇଡ୍ରେଟ୍‌, ୦.୨୭ଗ୍ରାମ୍‌ ପ୍ରୋଟିନ୍‌ ଏବଂ ୧୩ଗ୍ରାମ୍‌ ଡାଏଟ୍ରୀ ଫାଇବର ରହିଥାଏ । ଏହା ସହ ପ୍ରଚୁର ପରିମାଣରେ ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, କ୍ୟାଲ୍‌ସିୟମ, ଫସ୍‌ଫରସ୍‌ ଇତ୍ୟାଦି ରହିଥାଏ । ଆସନ୍ତୁ ଜାଣିବା ଏହାର ଫାଇଦା....

୧. ଆଖୁର ରସ ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ବାହାରି ଯାଇଥାଏ, ଯାହାଦ୍ୱାରା ଓଜନ କମ୍‌ ହୋଇଥାଏ । ମୋଟାପଣର ଶିକାର ଥିବା ଲୋକେ ଏହାକୁ ପିଇ ପାରିବେ ।

୨. ଏଥିରେ ପୋଟାସିୟମ୍‌, କ୍ୟାଲ୍‌ସିୟମ, ମ୍ୟାଗ୍ନେସିୟମ୍‌ ଏବଂ ଆଇରନର ମାତ୍ରା ଅଧିକ ରହିଥାଏ, ଯାହା ଶରୀରକୁ କର୍କଟ ରୋଗରୁ ରକ୍ଷା କରିଥାଏ । ଏହା ଶରୀରକୁ ପ୍ରୋଷ୍ଟେଟ୍‌ ଏବଂ ସ୍ତନ କର୍କଟରୁ ରକ୍ଷା କରିଥାଏ ।

All You Want to Know About Sugarcane Juice | Femina.in Femina.in

୩.ଆଖୁର ରସ ମିଠା ଥିଲେ ମଧ୍ୟ ଏଥିରେ ପ୍ରାକୃତିକ ସୁଗାର ରହିଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ।

୪.ଆଖୁ ରସରେ କୋଲେଷ୍ଟ୍ରଲ କମ ରହିଥାଏ, ଯାହା ହୃଦୟରେ ଜମିଥିବା ଫ୍ୟାଟ୍‌କୁ ଜମିବାକୁ ଦେଇ ନଥାଏ । ଏହାଦ୍ୱରା ହୃଦ୍‌ଜନିତ ସମସ୍ୟା ହେବାର ଆଶଙ୍କା ଦେଖା ଯାଇ ନଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe