Lebosol
ସକାଳୁ ସକାଳୁ ଉଠିଲେ ସବୁ ଲୋକ ସ୍ୱାଦଯୁକ୍ତ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଭଲ ପାଇଥାନ୍ତି । ସାଧାରଣତଃ ଭାବରେ ସ୍ୱାଦଯୁକ୍ତ ଖାଦ୍ୟରେ ଅଧିକ ପରିମାଣରେ କ୍ୟାଲୋରୀ ଥିବା ସହ ଫ୍ୟାଟ୍ ମଧ୍ୟ ଅଧିକ ମାତ୍ରାରେ ରହିଥାଏ, ଯାହାକୁ ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଯାଇଥାଏ । ଏପରି ଅବସ୍ଥାରେ ଆପଣ କିପରି ସ୍ୱାସ୍ଥ୍ୟକର ଏବଂ ସ୍ୱାଦଯୁକ୍ତ ଖାଦ୍ୟ ଖାଇବେ ସେ ବିଷୟରେ ଭାବି ଚିନ୍ତିତ ହେଉଥିବେ ନିଶ୍ଚୟ । ତେବେ ଆଜି ଆମେ ଆପଣଙ୍କର ଏହି ଚିନ୍ତାକୁ ଦୂର କରିବୁ । ସକାଳୁ ସକାଳୁ ଦିନର ଆରମ୍ଭ କିପରି ଏକ ସ୍ୱାସ୍ଥ୍ୟକର ଖାଦ୍ୟରୁ ଆପଣ କରିବେ ସେ ବିଷୟରେ ଆଜି ଆମେ ଅପଣଙ୍କୁ ଜଣାଇବୁ । ମିଠା ମକା ବିଷୟରେ ତ ଆପଣମାନେ ଶୁଣିବା ସହ ଖାଇଥିବେ ନିଶ୍ଚୟ । ବାହାରକୁ ଗଲେ ଆପଣ ଏହାକୁ କେବେ କେବେ ଖାଉଥିବେ ନିଶ୍ଚୟ । ତେବେ ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ କେତେ ଲାଭଦାୟକ ତାହା ଆପଣ ଜାଣିଛନ୍ତି କି?
୧.ଯଦି ଆପଣ ନିଜ ବୟସଠାରୁ କମ ବୟସ୍କ ଦେଖାଯିବାକୁ ଚାହୁଁଛନ୍ତି ତେବେ ଆଜିଠାରୁ ସବୁ ଦିନ ମିଠା ମକା ଖାଇବା ଆରମ୍ଭ କରିଦିଅନ୍ତୁ । ଏଥିରେ ଅଧିକ ପରିମାଣରେ ଆଣ୍ଟିଅକ୍ସିଡ଼ାଣ୍ଟ ଥିବାରୁ ଆପଣ ଏହାକୁ ଖାଇଲେ ବୟସ୍କ ଦେଖାଯାଆନ୍ତି ନାହିଁ ।
୨. ପ୍ରତିଦିନ ମୁହଁରେ ମକା ତେଲ ଲଗାଇବା ଦ୍ୱାରା ଆପଣଙ୍କ ତ୍ୱଚା ଚମକିବାକୁ ଲାଗିବ । ଏଥିରେ ଅଧିକ ପରିମାଣରେ ମିନେରାଲ ଏବଂ ଭିଟାମିନ ଥିବାରୁ ଏହାକୁ ଖାଇବା ଏବଂ ମୁହଁରେ ଲଗାଇବା ଦ୍ୱାରା ଆପଣଙ୍କ ଦୃଷ୍ଟି ଶକ୍ତି ଭଲ ରହିବା ସହ ଚେହେରା ଚମକି ଥାଏ ।
YouTube୩.ଆଜିକାଲି ବଢ଼ୁଥିବା ପ୍ରଦୂଷଣକୁ ଆଖି ଆଗରେ ରଖି ମୁହଁରେ ହେଉଥିବା ବିଭିନ୍ନ ସମସ୍ୟାକୁ ଦୂର କରିବା ପାଇଁ ମକାର ପେଷ୍ଟ ହେଉଛି ଏକ ଲାଭଦାୟକ ଉପାୟ । ଏଥିରେ ଭିଟାମିନ ଇ ଅଧିକ ପରିମାଣରେ ଥିବାରୁ ଏହାର ପେଷ୍ଟ ମୁହଁରେ ହେଉଥିବା ବିଭିନ୍ନ ସମସ୍ୟା ଦୂର ହୋଇଥାଏ ।
୪.ମକା ତେଲକୁ ମୁଣ୍ଡରେ ଭଲ କରି ମାଲିସ କଲେ ରକ୍ତ ସଞ୍ଚଳନ ଠିକ୍ ହେବା ସହ କେଶ ମଜବୁତ ହୋଇଥାଏ । ଏଥିରେ ଭିଟାମିନ ସି, ଲାଇକୋପିନ ଏବଂ ବିଭିନ୍ନ ଆଣ୍ଟିଅକ୍ସିଡ଼ାଣ୍ଟ ଥିବାରୁ ଏହା କେଶ ଝଡ଼ିବାରୁ ମୁକ୍ତି ଦେଇଥାଏ ।
Follow Us