ସପ୍ତାହକୁ ଖାଆନ୍ତୁ କେବଳ ମାତ୍ର ୧୦ଟି ଟମାଟୋ, ହ୍ରାସ ପାଇବ କ୍ୟାନ୍‌ସର୍‌ ଆଶଙ୍କା

ସପ୍ତାହକୁ ଖାଆନ୍ତୁ କେବଳ ମାତ୍ର ୧୦ଟି ଟମାଟୋ, ହ୍ରାସ ପାଇବ କ୍ୟାନ୍‌ସର୍‌ ଆଶଙ୍କା

Fine Dining Lovers

ସାଧାରଣତଃ ଟମାଟୋ ସବୁ ଋତୁରେ ମିଳୁଥିବା ପରିବାମାନଙ୍କ ମଧ୍ୟରୁ ଗୋଟିଏ। ତେବେ ଖାଇବା ବ୍ୟତୀତ ସୌନ୍ଦର୍ଯ୍ୟ ଚର୍ଚ୍ଚା ପାଇଁ ବି ଏହାର ପ୍ରୟୋଗ କରାଯାଇଥାଏ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କେବଳ ଖାଇବା କିମ୍ବା ସୌନ୍ଦର୍ଯ୍ୟ ଉପଚାର ନୁହେଁ ବରଂ କ୍ୟାନ୍‌ସର୍‌ ଭଳି ମହାମାରୀଠାରୁ ବି ଟମାଟୋର ବ୍ୟକ୍ତିକୁ ରକ୍ଷା କରିଥାଏ,ଯାହାକି ଏକ ଗବେଷଣାରୁ ଜଣିବାକୁ ମିଳିଛି। ସୂଚନା ଅନୁସାରେ, ଏକ ଗବେଷଣାରୁ ଜଣାଯାଇଛି ଯେ ସପ୍ତାହକ ମଧ୍ୟରେ ୧୦ ରୁ ୧୨ ଟମାଟୋର ସେବନ ବ୍ୟକ୍ତିଠାରେ କ୍ୟାନସର୍‌ ଜନିତ ସମସ୍ୟାକୁ ୪୫ ପ୍ରତିଶତକୁ କମାଇ ଦେଇଥାଏ।

ଗବେଷଣା ଅନୁଯାୟୀ,ଟମାଟୋରେ ସାଧାରଣତଃ ପୌଷ୍ଟିକ୍‌ ତତ୍ତ୍ୱ ଭରପୂର ମାତ୍ରାର ରହିଥାଏ। ଏହା ବ୍ୟକ୍ତିର ଶରୀରରେ ପ୍ରୋଟେଷ୍ଟ୍‍ କ୍ୟାନ୍‌ସର୍‌ର କୋଷିକାକୁ ବୃଦ୍ଧି ହେବାକୁ ଦେଇନଥାଏ।ଏହାବ୍ୟତୀତ ଟମାଟୋରେ ରହିଥିବା କୈରୋଟିନାଁୟଡ୍‌ ନାମକ ତତ୍ତ୍ୱ ମଧ୍ୟ ବ୍ୟକ୍ତିକୁ ଟ୍ୟୁମର୍‌ ଜନିତ ସମସ୍ୟା ରୋକିବାରେ ବିଶେଷ ସହାୟକ ହୋଇଥାଏ।ତେବେ ଏଥିରେ ରହିଥିବା ଲାଇକୋପିନ୍‌ ନାମକ ରସାୟନ ବି କ୍ୟାନସର୍‌କୁ ଲଢ଼ିବାରେ ଯୋଗ୍ୟତା ରଖିଥାଏ। ତେଣୁ ନିୟମିତ ରୂପରେ ଟମାଟୋର ସେବନ ବ୍ୟକ୍ତିଠାରେ ୬୦ ପ୍ରତିଶତ କ୍ୟାନସର୍‌ ସମସ୍ୟାକୁ କମ୍‌ କରିଥାଏ ବୋଲି ଏହି ଗବେଷଣାରେ କୁହାଯାଇଛି।

publive-image Johnny's Selected Seeds

ଯାହାକୁ ନେଇ ଏହା ମଧ୍ୟ କୁହାଯାଇଛି ଯେ ଅନ୍ୟ ଖାଦ୍ୟ ପଦାର୍ଥକୁ ଆମେ ଯେତେବେଳେ ଫ୍ରାଏ କରିଥାଉ ସେଥି ମଧ୍ୟରୁ ସାଧାରଣତଃ ପୋଷକ ତତ୍ତ୍ୱ କମ୍‌ ହୋଇଯାଇଥାଏ। ହେଲେ ଟାମାଟୋ ହେଉଛି ଏପରି ଏକ ପରିବା,ଯାହାକୁ ଫ୍ରାଏ କରିବା ପରେ ବି ଏଥିରୁ ପୋଷକ ତତ୍ତ୍ୱ ପୂର୍ବାବସ୍ଥା ରହିଥାଏ।

ବିଶେଷଜ୍ଞମାନେ କହିଛନ୍ତି କି ଟମାଟୋରେ ରହିଥିବା ଲାଇକୋପିନ୍‌ ନାମକ ରସାୟନର କ୍ୟାନସର୍‌ କୋଷିକାକୁ ନଷ୍ଟ କରିବାରେ ବିଶେଷ ଭାବେ ସାମର୍ଥ୍ୟ ଅଟେ।ଏତଦ୍‌ବ୍ୟତୀତ ବି ଟମାଟୋରେ ଲାଇକୋପିନ୍‌ ତଥା ବିଟା କୈରୋଟିନ୍‌ ବହୁତ ମାତ୍ରାରେ ମିଳିଥାଏ। ତେବେ ଏହି ବିଟା କୈରୋଟିନ୍‌ର ସବୁଠୁ ଖାସ୍‌ କଥା ହେଉଛି ଏଇଆ ଯେ,ଏହା ବ୍ୟକ୍ତି ଶରୀରକୁ ପ୍ରବେଶ କରି ଭିଟାମିନ୍‌-ଏ ରେ ପରିବର୍ତ୍ତନ ହୋଇଯାଇଥାଏ। ହାଡଜନିତ କ୍ୟାନସର୍‌ ସମସ୍ୟା ପାଇଁ ବହୁତ ଲାଭକାରୀ ହୋଇଥାଏ।ତେଣୁ ଆପଣ ପ୍ରତ୍ୟେକ ଦିନ ଭାବରେ ଆପଣଙ୍କ ଖାଦ୍ୟରେ ଟମାଟୋକୁ ସାମିଲ୍‌ କରନ୍ତୁ ଏବଂ କ୍ୟାନସର୍‌ ସମସ୍ୟାରୁ ରକ୍ଷା ପାଆନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe