ପୂଜା କଲେ ମିଳେ ଏହି ସବୁ ଫାଇଦା, ଜାଣନ୍ତୁ ବୈଜ୍ଞାନିକ କାରଣ

Advertisment
ପୂଜା କଲେ ମିଳେ ଏହି ସବୁ ଫାଇଦା, ଜାଣନ୍ତୁ ବୈଜ୍ଞାନିକ କାରଣ

ପୂଜା ଏକ ଆଧ୍ୟାତ୍ମିକ କାର୍ଯ୍ୟ। ଭଗବାନଙ୍କ ପୂଜା କଲେ ମନ ଫୂର୍ତ୍ତି ରହିବା ଦ୍ୱାରା ଆମ ଉପରେ ରହିଥିବା ସଂକଟ ସବୁ ଦୂରେଇ ଯାଏ ବୋଲି ଆମର ବିଶ୍ୱାସ ରହିଛି। ତେବେ, ପୂଜା କଲେ କାହିଁକି ଫାଇଦା ମିଳିଥାଏ ତାହାର ବୈଜ୍ଞାନିକ କାରଣ ବି ରହିଛି। ତେବେ ଚାଲନ୍ତୁ ଜାଣିବା କ’ଣ ହୋଇଥାଏ ପୂଜା କଲେ।

publive-image

ଏକଗ୍ରତା ବୃଦ୍ଧି ପାଏ। ଫଳରେ କୌଣସି କାମରେ ବ୍ୟକ୍ତି ଧର୍ଯ୍ୟେହରା ହୋଇନଥାଏ। ମଣିଷ ଭିତରେ ଧର୍ଯ୍ୟେଶକ୍ତି ଥିଲେ କିଛି ବି କାମ କଠିନ ହୋଇନଥାଏ।

ଶୃଙ୍ଖଳା ଜ୍ଞାନ ବଢ଼େ। ସବୁକଥାକୁ ହାଲୁକାରେ ନେଉଥିବା ବ୍ୟକ୍ତି ବାରମ୍ବାର ପୂଜାର୍ଚ୍ଚନା କରିବା ଦ୍ୱାରା ଟିକେ ସତର୍କୀ ହୋଇଥାନ୍ତି।

ପୂଜା କରିବା ଦ୍ୱାରା ବ୍ୟକ୍ତି ପରୋକ୍ଷ ଭାବେ ପରିଷ୍କାର ପରିଚ୍ଛନ ହୋଇଥାନ୍ତି। କାହିଁକି ନା, ଭଗବାନଙ୍କ ପୂଜା କରିବା ବେଳେ ଗାଧୋଇ ପାଧୋଇ ଧୁଆ ପୋଷାକ ପିନ୍ଧିବା ବାଧ୍ୟତାମୂଳକ ହୋଇଥାଏ।

publive-image

ଖାଦ୍ୟ ଉପରେ ଉପରେ ଆୟତ୍ତ ରହେ। ପୂଜାକୁ ଆଖିରେ ରଖି ଅଧିକାଂଶ ସମୟରେ ଆମେ ଖାଇବା ନେଇ କଟକଣା ଲଗାଇଥାଉ। ଯାହାକି ଶରୀର ପ୍ରତି ଭଲ ହୋଇଥାଏ।

ପୂଜା କଲେ ବ୍ୟକ୍ତି ସମୟାନୁବର୍ତ୍ତୀ ହୋଇଥାଏ। ପୂଜା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ରହିଥିବାରୁ ସେହି ସମୟ ଭିତରେ ପୂଜା କାର୍ଯ୍ୟ ସାରିବାର ଲକ୍ଷ୍ୟ ରଖି ବ୍ୟକ୍ତି ନିଜକୁ ପ୍ରସ୍ତୁତ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe