ଇଣ୍ଟରମିଟେଣ୍ଟ୍‌ ଫାଷ୍ଟିଂ କ’ଣ? ଏହି ତରିକାରେ ଖୁବ୍‌ ସହଜରେ ହ୍ରାସ କରିହେଉଛି ଓଜନ

Advertisment
ଇଣ୍ଟରମିଟେଣ୍ଟ୍‌ ଫାଷ୍ଟିଂ କ’ଣ? ଏହି ତରିକାରେ ଖୁବ୍‌ ସହଜରେ ହ୍ରାସ କରିହେଉଛି ଓଜନ

Possible

ଆଜିକାଲି ଓଜନ ବୃଦ୍ଧି ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ଓଜନ ହ୍ରାସ କରିବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣଉଛନ୍ତି। ତେବେ ଓଜନ ହ୍ରାସ କରିବା ପାଇଁ ସବୁଠାରୁ ସୁବିଧା ଉପାୟ ହେଉଛି ଇଣ୍ଟରମିଟେଣ୍ଟ୍‌ ଫାଷ୍ଟିଂ। ଏହି ଫାଷ୍ଟିଂ ଜରିଆରେ କମେଡିଆନ୍‌ ଭାରତୀ ସିଂହ ୧୫ କିଲୋ ଓଜନ କମ୍‌ କରିଥିଲେ। ଏହି କିଛି ବର୍ଷ ତଳୁ ଇଣ୍ଟରମିଟେଣ୍ଟ୍‌ ଫାଷ୍ଟିଂ ଖୁବ୍‌ ଜୋର୍‌ରେ ଲୋକପ୍ରିୟ ହୋଇଚାଲିଛି। କେବଳ ଭାରତୀ ସିଂହ ନୁହଁନ୍ତି ଆଲିଆ ଭଟ୍ଟ, ବରୁଣ ଧାୱନ, ମଲାଇକା ଆରୋରା, ସାରା ଅଲ୍ଲୀ ଖାନ ପରି ବଲିଉଡ୍‌ ଷ୍ଟାର୍‌ମାନେ ଏହି ଫାଷ୍ଟିଂ ଜରିଆରେ ଓଜନ ହ୍ରାସ କରିଛନ୍ତି। ତେବେ, ଚାଲନ୍ତୁ ଜାଣିବା ଏହି ଇଣ୍ଟରମିଟେଣ୍ଟ୍‌ ଫାଷ୍ଟିଂରେ କ’ଣ କରିବାକୁ ହୋଇଥାଏ।

ପ୍ରତିଦିନ ୩-୪ ଥର କିମ୍ବା ତାଠରୁ ଅଧିକ ଥର ଖାଇବା ଅପେକ୍ଷା ଇଣ୍ଟରମିଟେଣ୍ଟ୍‌ ଫାଷ୍ଟିଂ ଶରୀର ପାଇଁ ଖୁବ୍ ଉପକାରୀ ହୋଇଥାଏ। ଏହି ଫାଷ୍ଟିଂରେ ଆପଣ ସବୁକିଛି ଖାଇକରି ବି ଓଜନ ହ୍ରାସ କରିପାରିବେ।

ଇଣ୍ଟରମିଟେଣ୍ଟ୍‌ ଫାଷ୍ଟିଂରେ ଖାଇବାର ଏକ ତରିକା ଅଛି। ଏହି ଫାଷ୍ଟିଂରେ ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ୟାଲୋରି ସେବନ ବାରଣ ରହିଛି। ଆପଣ ଏହି ସମୟରେ ପାଣି ଓ କ୍ୟାଲୋରି ନଥିବା ପାନୀୟ ପିଇପାରିବେ।

ଇଣ୍ଟରମିଟେଣ୍ଟ୍‌ ଫାଷ୍ଟିଂ ବିଭିନ୍ନ ତରିକାରେ କରାଯାଇପାରେ। ସାଧାରଣତଃ ଏହି ଫାଷ୍ଟିଂରେ ଲେ‌ାକେ ୧୬ ଘଣ୍ଟା ପର୍ଯ୍ୟନ୍ତ ଉପବାସ ରହିଥାନ୍ତି। ଏଥିରେ ଯଦି କେହି ରାତି ୮ଟାରେ ଖାଇଥାନ୍ତି, ତାଙ୍କୁ ପୁଣିଥରେ ଖାଇବାକୁ ହେବ ପରଦିନ ମଧ୍ୟାହ୍ନ ୧୨ଟାରେ। ମାନେ ଆପଣଙ୍କୁ ପୂରା ୧୬ ଘଣ୍ଟା ଭୋକିଲା ରହିବାକୁ ପଡ଼ିବ। ଦିନ ୧୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ସୁସ୍ଥକର ଖାଦ୍ୟ ଖାଇବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe