Close-up of a beautiful woman with a bindi --- Image by © Image Source/Corbis
ନୂଆଦିଲ୍ଲୀ: ବିବାହ ପରେ ମହିଳାମାନେ ସେମାନଙ୍କ କପାଳରେ ଏକ ଟିକିଲି ଲଗାଇ ଥାଆନ୍ତି। ଅନେକ ମହିଳା ବିବାହ ପୂର୍ବରୁ ବି କପାଳରେ ଟିକିଲି ନାଇ ଥାଆନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କପାଳରେ ଲଗାଯାଉଥିବା ଟିକିଲି କେବଳ ମହିଳାଙ୍କ ମୁଖର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ତାହା ନୁହେଁ, ଏହା ମହିଳାଙ୍କ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ସମସ୍ୟାର ସମାଧାନ ବି କରିଥାଏ। ଆସନ୍ତୁ ଟିକିଲି ଲଗାଇବାର ଉପକାରିତା ବିଷୟରେ ଜାଣିବା।
ଟିକିଲି ଲଗାଇବାର ସଠିକ ସ୍ଥାନ ହେଉଛି ଦୁଇ ଆଇବ୍ରୋର ଠିକ ମଝି ସ୍ଥାନ। ଯାହାକୁ ଆୟୁର୍ବେଦରେ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚକ୍ର ଅଜନା ଚକ୍ର କୁହାଯାଇଥାଏ। ଆୟୁର୍ବେଦରେ ଏହି ଚକ୍ର ଉପରେ ହାଲକା ଚାପ ଜରିଆରେ ମାନସିକ ଶାନ୍ତି ମିଳିଥାଏ।
ଟିକିଲି ମୁଖର ମାଂସପେଶୀକୁ ମଜବୁତ କରେ, ଯାହା ରକ୍ତ ପ୍ରବାହକୁ ବି ବୃଦ୍ଧି କରିଥାଏ। ଯାହା ଆପଣଙ୍କ ଚେହେରାରେ କୁଞ୍ଚନତାକୁ କମ କରିଥାଏ ।
ପ୍ରତିଦିନ ଟିକିଲି ପିନ୍ଧିଲେ ଏହା କାନର ଆଭ୍ୟନ୍ତରୀଣ ମାଂସପେଶୀକୁ ମଜବୁତ କରିବା ସହିତ କାନକୁ ସୁସ୍ଥ ରଖିବା ସହିତ ଏହା ଶ୍ରବଣ ଶକ୍ତି ବୃଦ୍ଧି କରିଥାଏ।।
ଆକ୍ୟୁପ୍ରେସର ପଦ୍ଧତିରେ ଟିକିଲି ସ୍ଥାନରେ ହାଲକା ଚାପ ପ୍ରୟୋଗ ଦ୍ବାରା ମୁଣ୍ଡବିନ୍ଧାର ଚିକିତ୍ସା କରାଯାଏ । ଏଭଳି ଚାପ ଦ୍ବାରା ସ୍ନାୟୁ ଏବଂ ରକ୍ତ କଣିକା ସକ୍ରିୟ ହୋଇଯାଏ, ଯାହା ଯନ୍ତ୍ରଣାରୁ ତୁରନ୍ତ ଆରାମ ଦେଇଥାଏ।
Follow Us