ବାର୍ଡ ଫ୍ଲୁର ଲକ୍ଷଣ କ'ଣ, ଆସନ୍ତୁ ଜାଣିବା

Advertisment

ଏହି ଭାଇରସ ଠାରୁ ନିଜକୁ ରକ୍ଷା କରିବା ପାଇଁ କଣ କରିବା ଆବଶ୍ୟକ

ଏହି ଭାଇରସ ଠାରୁ ନିଜକୁ ରକ୍ଷା କରିବା ପାଇଁ କଣ କରିବା ଆବଶ୍ୟକ

ବାର୍ଡ ଫ୍ଲୁର ଲକ୍ଷଣ କ'ଣ, ଆସନ୍ତୁ ଜାଣିବା

ଭୁବନେଶ୍ବର: ଓଡିଶାକୁ ପୁଣି ଫେରିଲା ବାର୍ଡ ଫ୍ଲୁ । ଭୁବନେଶ୍ୱର ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଭାଇରସ ଚିହ୍ନଟ କରାଯାଇଛି । ଏନେଇ ଓୟୁଏଟି ପାଥୋଲୋଜି ବିଭାଗର ମୁଖ୍ୟ ସୁଶେନ ପଣ୍ଡା ସୂଚନା ଦେଇଛନ୍ତି । ଏପରିକି ଏନେଇ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି । ଗତ କିଛି ଦିନ ହେବ କୁକୁଡାଙ୍କର ଅସ୍ୱାଭାବିକ ମୃତ୍ୟୁ ହେଉଥିବା ବେଳେ ଏହାର ନମୁନା ଯାଞ୍ଚ କରିବାକୁ ଭୋପାଳ ପଠାଯାଇଥିଲା । ସେଠାରୁ ନମୁନା ପଜିଟିଭି ଆସିବାରୁ ବାର୍ଡ ଫ୍ଲୁ ଯେପରି ନ ବ୍ୟାପେ ସେଥିପାଇଁ ସତର୍କ ହୋଇ ଯାଇଛନ୍ତି ରାଜ୍ୟ ସରକାର । ତେଣୁ ଆସନ୍ତାକାଲି ଠାରୁ କୁକୁଡା ମରା ଅଭିଯାନ ଆରମ୍ଭ ହେବ । ଓୟୁଏଟି ଠାରୁ ୧ କିମି ପରିବ୍ୟାପ୍ତ ଅଞ୍ଚଳରେ କୁକୁଡା ମାରିବାକୁ ପଦକ୍ଷେପ ନିଆଯାଇଛି ।  ସେହିଭଳି ବାର୍ଡ ଫ୍ଲୁକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ନନ୍ଦନକାନନର ବିହଙ୍ଗ ସରଣୀକୁ ବନ୍ଦ କରି ଦିଆଯାଇଛି ।  ତେବେ ବିଭିନ୍ନ ପକ୍ଷୀଙ୍କ ଠାରୁ ବ୍ୟାପୁଥିବା ଏହି ପ୍ରାଣଘାତୀ ଭାଇରସ ପାଇଁ ମଣିଷର ମୃତ୍ୟୁ ମଧ୍ୟ ହୋଇଥାଏ । ଓଡ଼ିଶାରେ ମଧ୍ୟ ବାର୍ଡ ଫ୍ଲୁ ପାଇଁ ଅନେକ  ଜୀବନ ଯାଇଛି ।

ବିଭିନ୍ନ ପକ୍ଷୀଙ୍କ ସମ୍ପର୍କରେ ଆସିବା ଦ୍ୱାରା କିମ୍ବା ଚିକେନ ଖାଇବା ଦ୍ୱାରା ଏହି ରୋଗ ବ୍ୟାପିଥାଏ । ତେଣୁ ବାର୍ଡ ଫ୍ଲୁ ଭାଇରସ ବ୍ୟାପିବା ସମୟରେ ଚିକେନ ଆଦୌ ଖାଇବା ଉଚିତ ନୁହେଁ । ତେବେ ଏହି ରୋଗର ଲକ୍ଷଣ କଣ ଓ ଏହି ଭାଇରସ ଠାରୁ  ନିଜକୁ କିଭଳି ରକ୍ଷା କରିପାରିବେ ତାହା ଉପରେ ଥରେ ନଜର ପକାନ୍ତୁ ।

ବାର୍ଡ ଫ୍ଲୁ ଲକ୍ଷଣ :

ଭୀଷଣ ଜ୍ୱର ହେବା, ସର୍ଦ୍ଦି ହେବା, ନାକରୁ ପାଣି ବହିବା, ଗଳା ଫୁଲିବା, ତଳିପେଟରେ ଯନ୍ତ୍ରଣା ହେବା ଓ ଭୀଷଣ ମୁଣ୍ଡ ବ୍ୟଥା ହେବା ବାର୍ଡ ଫ୍ଲୁର ଲକ୍ଷଣ । ତେଣୁ ଏଭଳି କିଛି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ସହ ରକ୍ତ ପରୀକ୍ଷା କରାଇ ନିଅନ୍ତୁ ।

କେମିତି ନିଜକୁ ସୁରକ୍ଷିତ ରଖିବେ : 

ଯଦି ଆପଣ ଏହି ସଂକ୍ରମଣର ଶିକାର ହୋଇଥାନ୍ତି ତେବେ କାଶିବା, ଛିଙ୍କିବା ସମୟରେ ମୁହଁ ଓ ନାକ କପଡାରେ ଘୋଡାନ୍ତୁ ।

– ଭିଡ ସ୍ଥାନ ବା କୁକୁଡା ପାଳନ କେନ୍ଦ୍ରକୁ ଯାଆନ୍ତୁ ନାହିଁ ।

– କାଶ, ଛିଙ୍କ ଓ ଜ୍ୱରରେ ପୀଡିତ ରୋଗୀଙ୍କ ଠାରୁ ଦୂରତା ବଜାୟ ରଖନ୍ତୁ

– ବାର୍ଡ ଫ୍ଲୁ ବ୍ୟାପିବା ସମୟରେ ଚିକେନ, ଅଣ୍ଡା ଖାଇବାରୁ ଦୂରେଇ ରୁହନ୍ତୁ ।

– ଅଣ୍ଡା ଧରିଥିଲେ ଗରମ ପାଣି କିମ୍ବା ସାବୁନରେ ହାତ ଧୁଅନ୍ତୁ

– ଅଧିକ ପାଣି ପିଅନ୍ତୁ ଓ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଆନ୍ତୁ

– ବାର୍ଡ ଫ୍ଲୁ ର ଲକ୍ଷଣ ଦେଖାଗଲେ ତୁରନ୍ତୁ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ ।

_ ଏହିଭଳି ଭାବେ ବାର୍ଡ ଫ୍ଲୁ ଭାଇରସ ଠାରୁ ଆପଣ ନିଜକୁ ଦୂରେଇ ରଖିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe