ଏହି ଗୋଟାଏ ପରିବା ଭଲ କରିପାରେ ଅନେକ ରୋଗ, ଦୈନିକ ଖାଇଲେ ଖୁବ୍ ଭଲ

Advertisment
ଏହି ଗୋଟାଏ ପରିବା ଭଲ କରିପାରେ ଅନେକ ରୋଗ, ଦୈନିକ ଖାଇଲେ ଖୁବ୍ ଭଲ

Yoga

ମଧୁମେହ ଆଜିକାଲି ଏକ ସାଧାରଣ ରୋଗ ପାଲଟିଗଲାଣି। ପ୍ରାୟ ପ୍ରତି ଘରେ ଏହି ରୋଗୀ ଥିବାର ଦେଖିବାକୁ ମିଳୁଛି। ଏହି ରୋଗ ଥରେ ହେଲେ ଏହାର ସଂପୂର୍ଣ୍ଣ ଆରୋଗ୍ୟ କଷ୍ଟକର, ମାତ୍ର ରୋଗକୁ ଆୟତ୍ତରେ ରଖାଯାଇପାରେ। ଉପଯୁକ୍ତ ବ୍ୟାୟାମ, ଖାଦ୍ୟ ଓ ନିୟମିତ ଔଷଧ ସେବନ କଲେ ଏହି ରୋଗକୁ ହରାଯାଇ ପାରେ। ଏହି ରୋଗକୁ ଆଦୌ ଅଣଦେଖା କରାନଯାଇପାରେ। ଏହାକୁ ଅଣଦେଖା କଲେ ଅନେକ ପାର୍ଶ୍ବ ରୋଗ ବାହାରି ଯିବାର ସମ୍ଭାବନା ରହିଛି।

ତେବେ ଆପଣ ଯଦି ଏହି ରୋଗକୁ ଆୟତ୍ତରେ ରଖିବାକୁ ଚାହାନ୍ତି ତେବେ କଲରା ପରି ଭଲ ପରିବା ଆପଣଙ୍କ ପାଇଁ  ଅନ୍ୟ କିଛି ହୋଇନପାରେ। ଜାଣିରଖନ୍ତୁ ଯେ ମାତ୍ରାଧିକ କଲରା ଖାଇବା ଦ୍ୱାରା, କଲରା ଜୁସ୍‌ ପିଇବା ଦ୍ୱାରା ରକ୍ତରେ ଶର୍କରା ପରିମାଣକୁ ଆଶାତୀତ ଭାବେ କମ କରାଯାଇପାରେ।

publive-image
IndiaMART

ଏହି ପିତା ପରିବାରେ ରହିଛି ପ୍ଲାଣ୍ଟ୍‌ ଇନ୍‌ସୁଲିନ୍‌ ପୋଲିପେପ୍‌ଟାଇଡ୍‌-ପି ତତ୍ତ୍ୱ। ଏହି ପରିବା ଖାଇବା ଦ୍ୱାରା ହାଇପରଗ୍ଲିସେମିଆ କମ ହେବା ସହ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖାଯାଇପାରେ। କେବଳ ମଧୁମେହ ନୁହେଁ, ଚର୍ମ ରୋଗ ପାଇଁ ମଧ୍ୟ ଅବ୍ୟର୍ଥ ଔଷଧ ପରି କାମ କରେ କଲରା।

ଆପଣ କଲାରାକୁ ଭଜା, ତରକାରି ଯେପରି ବି ଖାଇପାରିବେ। ମାତ୍ର ମନେ ରଖନ୍ତୁ ଯଦି କଲରା ଜୁସ୍‌ ବନାଉଛନ୍ତି ତେବେ ସେଥିରୁ ମଞ୍ଜି ନିଶ୍ଚୟ କାଢ଼ି ଦିଅନ୍ତୁ। ଜାଣିରଖନ୍ତୁ ଯେ କଲରାକୁ ଯେଉଁ ବି ପ୍ରକାରେ ଖାଇଲେ ସେଥିରୁ ସୁଫଳ ମିଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe