କଲରା ପତ୍ରର ରସ ବି ଏକ ଗର୍ଭନିରୋଧକ , ଜାଣନ୍ତୁ କିପରି

Advertisment
କଲରା ପତ୍ରର ରସ ବି ଏକ ଗର୍ଭନିରୋଧକ , ଜାଣନ୍ତୁ କିପରି

photo-healthbenefitstimes.com

ଆମେ କଲରାକୁ ଏକ ପିତା ପରିବା ବୋଲି ଗ୍ରହଣ କରିଥାଉ।କଲରା ଖାଇଲେ କୃମି ନଷ୍ଟ ହୋଇଥାଏ ବୋଲି ସାଧାରଣରେ ଏକ ଧାରଣା ରହିଛି। ଏହା କ୍ଷୁଧା ଓ ପାଚନ ଶକ୍ତିକୁ ବୃଦ୍ଧି କରିଥାଏ। ତେବେ ଜାଣନ୍ତି କି କଲରା ପତ୍ର ବି ଗୁଣକାରୀ।ଏଥିରେ ଭିଟାମିନ୍‌ ଏ ଥାଏ ଓ ହାଇପୋଗ୍ଲାଇସେମିକ୍‌ର ଗୁଣ ଥାଏ, ଯାହା ରକ୍ତ ସୁଗାର ସ୍ତର ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା ଏଥିରୁ ଅନ୍ୟ କି ଉପକାର ମିଳିଥାଏ।

ମଧୁମେହ ରୋଗୀଙ୍କ ପାଇଁ କଲରା ପତ୍ର ରାମବାଣ ସଦୃଶ।ଏହି ପତ୍ରକୁ ସୁଗାର ସ୍ତରକୁ ନିୟନ୍ତ୍ରିତ କରିଥାଏ,କାରଣ ଏଥିରେ ବିସିନ୍‌ ଓ ପଲିପେଷ୍ଟାଇଡ଼୍‍ ପି ଭଳି ଗୁଣ ମଧ୍ୟ ମିଳିଥାଏ।

କଲରା ପତ୍ର ମୂଳତଃ ବ୍ୟାକ୍ଟେରିଆ,ପଂଗାଲ୍‌ ବା ଭାଇରସ୍‌ ଜନିତ ରୋଗର ମୂଳୋତ୍ପାଟନ କରିବାରେ ସହାୟକ ହୋଇଥାଏ।ଏଥିରେ ପତ୍ରର ଆଣ୍ଟି-ମାଇକ୍ରୋବିୟଲ ଗୁଣ ଥିବା ଯୋଗୁଁ ଏହା ସମ୍ଭବ ହୋଇଥାଏ।ଏଥିରେ ପତ୍ରରେ ଆଣ୍ଟି- ମାଇକ୍ରୋବିୟଲ ଗୁଣ ଥିବା ଯୋଗୁଁ ଏହା ସମ୍ଭବ ହୋଇଥାଏ ବୋଲି ଜଣାଯାଇଛି।

କଲରା ପତ୍ରରେ ଭିଟାମିନ୍‌ ଏ,ଭିଟାମିନ୍‌ ସି ଓ ଭିଟାମିନ୍‌ ବି କଂପ୍ଲେକ୍‌ସ ପ୍ରଚୁର ମାତ୍ରାରେ ରହିଥାଏ।ଏଥିପାଇଁ ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ।ଏହା ଆଣ୍ଟି ଅକ୍ସିଡ଼େଣ୍ଟ୍‌ ଅଟେ। କଲରା ପତ୍ରରେ ଏଚ୍‌ଆଇଭି ଭୂତାଣୁକୁ ନଷ୍ଟ କରିବାର କ୍ଷମତା ରହିଛି। ପ୍ରତ୍ୟହ କଲରା ପତ୍ରର ରସ ପିଇଲେ କର୍କଟ ରୋଗରୁ ମୁକ୍ତ ହେବାର ସମ୍ଭାବନା ବି ରହିଛି।ଏହା କର୍କଟ କୋଷ ଗୁଡ଼ିକୁ ସହଜରେ ନଷ୍ଟ କରିଥାଏ।

publive-image photo-healthbenefitstimes.com

କଲରା ପତ୍ରର ସେବନରେ ଇନ୍‌ଫ୍ଲେମେଟାରି ଓ ଅଷ୍ଟ୍ରିଞ୍ଜଟ୍‌ର ଗୁଣ ଥାଏ।ଏହା ଜରିଆରେ ମାଲେରିଆ ଜ୍ୱରକୁ ହ୍ରାସ କରା ଯାଇପାରେ। ଯେଉଁମାନଙ୍କର କାଛୁ,କୁଣ୍ଡିଆ ଭଳି ରୋଗ ଦେଖିବାକୁ ମିଳେ,ସେମାନେ କଲରା ପତ୍ର ଖାଇଲେ ତାହା ଦୂରୀଭୂତ ହୋଇଥାଏ, ଅଥବା କଲରା ପତ୍ରର ରସ ସହ ଗୋଲାପ ଜଳ ମିଶାଇ କ୍ଷତ ସ୍ଥାନରେ ଲଗାଇଲେ ମଧ୍ୟ ତାହା ସଂକ୍ରମିତ ହୋଇ ନ ଥାଏ।

ଯେଉଁମାନେ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ,ସେମାନେ ପ୍ରତିଦିନ କଲରା ପତ୍ରର ସେବନ କରିବା ଉଚିତ୍‌।ଏଥିରେ କାଲସିଅମ୍‌ ଓ ପୋଟାସିଅମ୍‌ର ମାତ୍ରା ଅଧିକା ଥିବା ହେତୁ,ତାହା ସମ୍ଭବ ହୋଇଥାଏ। ଋତୁସ୍ରାବର ପାଞ୍ଚ ଦିନ କଲରା ପତ୍ରର ରସ ପିଇଲେ ଗର୍ଭ ରୁହେ ନାହିଁ। ଏଣୁ ଏହାକୁ ଗର୍ଭ ନିରୋଧକ ରୂପେ ମଧ୍ୟ ବିବେଚନା କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe