OrissaPOST
ଫଳ ଶରୀର ପାଇଁ ଖୁବ୍ ଭଲ ହୋଇଥାଏ। ଋତୁ ଅନୁସାରେ ଫଳ ଖାଇଲେ ଦେହ ସୁସ୍ଥ ରହିଥାଏ। ଆପଣ ଜାଣିଥିବେ ନିଶ୍ଚୟ ଯେ ଏହି ଦିନେ ଜାମୁକୋଳି ପ୍ରବଳ ମାତ୍ରାରେ ହୋଇଥାଏ। ଜାଣିରଖନ୍ତୁ କି ଏହି ଜାମୁକୋଳି ଦେହ ପାଇଁ ଖୁବ୍ ଉପକାରୀ ହୋଇଥାଏ। ଏହା ଏକ ଏପରି ଫଳ ଯାହାକି କେବଳ ଦେଖିବାକୁ ସୁନ୍ଦର ନୁହେଁ ବରଂ ଏହାର ଗୁଣ ସହ ସ୍ବାଦ ବି ଖୁବ୍ ଭଲ ହୋଇଥାଏ।
ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ୍ ଶରୀରରେ ଥିବା ଭୁତାଣୁକୁ ଶେଷ କରିବାରେ ସହାୟ ହୋଇଥାଏ। ଜାମୁକୋଳି ଆମକୁ ସଂକ୍ରମଣ ଜନିତ ସମସ୍ୟାରୁ ବି ବଞ୍ଚାଇଥାଏ। ଜାମୁକୋଳିରେ ଭିଟାମିନ୍ ସି ଓ ଆଇରନ୍ ପ୍ରଚୁର ପରିିମାଣରେ ରହିଥାଏ। ହାର୍ଟ, ମଧୁମେହ, ରକ୍ତଚାପ ରୋଗୀମାନଙ୍କ ପାଇଁ ଏହା ଖୁବ୍ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ।
ବିଶେଷଜ୍ଞଙ୍କ କହିବା କଥା ହେଲା ଯଦି ଆପଣଙ୍କୁ ଭିଟାମିନ୍ ସି କିମ୍ବା ଆଇରନ୍ର ଆବଶ୍ୟକତା ରହିଛି ତ ପ୍ରଚୁର ପରିମାଣରେ ଜାମୁକୋଳି ଖାଆନ୍ତୁ। ଏହା ଏକ ରକ୍ତ ସୃଷ୍ଟିକାରୀ କୋଳି। ଏହାକୁ ଖାଇଲେ ଖୁବ୍ ଶୀଘ୍ର ରକ୍ତ ସୃଷ୍ଟି ହୋଇଥାଏ।
Plants Guruରକ୍ତରେ ଥିବା ସେହି ବ୍ୟାକ୍ଟେରିଆକୁ ଜାମୁକୋଳି ନଷ୍ଟ କରି ଦେଇଥାଏ ଯାହା ହେତୁ ମୁହଁରେ ବ୍ରଣ ବାହାରିଥାଏ। ମଧୁମେହ ରୋଗୀମାନେ ଜାମୁକୋଳି ଖାଇଲେ ରକ୍ତରେ ଶର୍କରା ଭାଗ ନିୟନ୍ତ୍ରଣେରେ ରହିଥାଏ। ଜାମୁକୋଳିରେ ଥିବା ଫାଇବର୍ କାରଣରୁ ପେଟ ଦରଜ ଓ ଏସିଡିଟି ସମସ୍ୟା ଆଦି ଦୂର ହୋଇଥାଏ। ତେବେ, ଆପଣ ପ୍ରଚୁର ପରିମାଣର ଜାମୁକୋଳି ଖାଆନ୍ତୁ ଓ ନିଜକୁ ସୁସ୍ଥ ରଖନ୍ତୁ।
Follow Us