ବ୍ଲଡ଼ ଗ୍ରୁପରୁ ଜଣା ପଡ଼ିବ ବ୍ୟକ୍ତିଙ୍କ ଚରିତ୍ର

Advertisment
ବ୍ଲଡ଼ ଗ୍ରୁପରୁ ଜଣା ପଡ଼ିବ ବ୍ୟକ୍ତିଙ୍କ ଚରିତ୍ର

Rebel Circus

ଏକଥା ଆମ ସମସ୍ତଙ୍କୁ ଜଣା ଯେ ବ୍ଲଡ଼ ଗ୍ରୁପ ବା ରକ୍ତର ପ୍ରକାର ଦ୍ୱାରା ଆପଣଙ୍କର ଶରୀର ସହିତ ଜଡ଼ିତ ସମସ୍ୟା ବିଷୟରେ ଜଣାପଡ଼ିଥାଏ। ତେବେ ସଂପ୍ରତି ଏକ ଗବେଷଣାରୁ ଜଣାଯାଇଛି କି ରକ୍ତର କିସମରୁ ମଧ୍ୟ ଜଣଙ୍କର ଚରିତ୍ର ବିଷୟରେ ସୂଚନା ମିଳିଥାଏ । ଜଣେ ବ୍ୟକ୍ତିଙ୍କର ବ୍ଲଡ଼ ଗ୍ରୁପ ଦ୍ୱାରା ତାଙ୍କର ପସନ୍ଦ, କାମ, ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ଜାଣିହୁଏ। ଜାପାନରେ ବ୍ଲଡ଼ଗ୍ରୁପ ଦ୍ୱାରା ହିଁ ଜୀବନସାଥୀ ଚୟନ କରାଯାଇଥାଏ।

‘ଏ': ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତିଙ୍କ ପାଖରେ ସଫଳତା ପାଇବା ପାଇଁ ଆଗ୍ରହ ରହିଥାଏ। ଏହି ଗ୍ରୁପର ବ୍ୟକ୍ତି କୋମଳ, ଶାନ୍ତ ଏବଂ ସମ୍ବେଦନଶୀଳ ହୋଇ ସମସ୍ତଙ୍କର ଆଦର୍ଶ ପାଲଟିଥାନ୍ତି। ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତି ଭଲ ସାଙ୍ଗ ହୋଇଥିବା ବେଳେ ନିଜ ଆଗରୁ ଅନ୍ୟମାନଙ୍କ ବିଷୟରେ ଆଗ ଭାବିଥାନ୍ତି। ଏମାନେ ଯେକୌଣସି ବିଷୟରେ ଅଧିକ ଭାବିବା ଦ୍ୱାରା ଏକୁଟିଆ ଅନୁଭବ କରିଥାନ୍ତି।

publive-image youtube

‘ବି':ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତି ବନ୍ଧୁବତ୍ସଳ ହୋଇଥାନ୍ତି ଏବଂ ବହୁ ସହଜରେ ସମସ୍ତଙ୍କର ସହ ମିଶି ଯାଆନ୍ତି। ବି ବ୍ଲଡ଼ ଗ୍ରୁପର ଲୋକ ସ୍ୱାର୍ଥୀ ଥାନ୍ତି। ଏହି ଗ୍ରୁପର ବ୍ୟକ୍ତି ବହୁ ପରିଶ୍ରମୀ ଏବଂ ପରିଶ୍ରମ ଦ୍ୱାରା ସବୁ କାମ ହାସଲ କରିବା ପସନ୍ଦ କରନ୍ତି। ଏହି ବ୍ଲଡ଼ ଗ୍ରୁପର ଲୋକ ମିଛ କହିବାକୁ କି ଶୁଣିବାକୁ ପସନ୍ଦ କରନ୍ତି ନାହିଁ। ଏହି ଗ୍ରୁପର ଲୋକ ଅଧିକ ଜିଦିଆ ସ୍ୱଭାବର ହୋଇଥାନ୍ତି ଏବଂ ସହଜରେ କୌଣସି କଥା ମାନନ୍ତି ନାହିଁ।

‘ଏବି': ଏବି ବ୍ଲଡ଼ ଗ୍ରୁପର ବ୍ୟକ୍ତି ଖାସ କରି ଶାନ୍ତ ସ୍ୱଭାବର ହୋଇଥାନ୍ତି। ଏମାନେ ଅଧିକ ସ୍ମାର୍ଟ ଏବଂ ବିଜ୍ଞ ହୋଇଥାନ୍ତି। ଏହି ଗ୍ରୁପର ବ୍ୟକ୍ତି ଭଲ ସାଙ୍ଗ ବନେଇଥାନ୍ତି ଏବଂ କାହା ଉପରେ ଜଲଦି ବିଶ୍ୱାସ କରନ୍ତି ନାହିଁ। ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତି ନିଷ୍କପଟ ହୋଇଥାନ୍ତି ।

‘ଓ':ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତିଙ୍କ ପାଖରେ ଆତ୍ମବିଶ୍ୱାସ ସହ ସକାରାତ୍ମକ ଚିନ୍ତାଧାରା ରହିଥାଏ। ଏହି ବର୍ଗର ବ୍ୟକ୍ତି ପ୍ରତିନିଧିତ୍ୱ କରିବାକୁ ପସନ୍ଦ କରନ୍ତି। ଏମାନେ ବହୁ ପରିଶ୍ରମୀ ଅଟନ୍ତି। ଏହି ଗ୍ରୁପର ବ୍ୟକ୍ତି ସର୍ବଦା ଅନ୍ୟର ମଙ୍ଗଳ କାମନା କରିଥାନ୍ତି। ଏମାନଙ୍କ ପାଖରେ ସଫଳତା ହାସଲ କରିବାର ଆଗ୍ରହ ରହିଥାଏ। ଏହିି ବ୍ଲଡ଼ ଗ୍ରୁପର ବ୍ୟକ୍ତି ଭଲ ସାଥୀ ପ୍ରମାଣିତ ହୋଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe