ଏହି ପରିବା ଜୁସ୍‌ ପିଇଲେ ହେବ ଓଜନ ହ୍ରାସ, ରୀତିମତ ଖାଇଲେ ଉଜ୍ବଳ ଦିଶିବ ତ୍ବଚା

ଏହି ପରିବା ଜୁସ୍‌ ପିଇଲେ ହେବ ଓଜନ ହ୍ରାସ, ରୀତିମତ ଖାଇଲେ ଉଜ୍ବଳ ଦିଶିବ ତ୍ବଚା

www.google.com

ସବୁଜ ପରିବାଠାରୁ ଭଲ ଖାଦ୍ୟ ମଣିଷ ଶରୀର ପାଇଁ ଆଉ କିଛି ହୋଇପାରେନା। ଆପଣ ଯେତେ ପ୍ରକାରର ବି ଖାଦ୍ୟ ଖାଆନ୍ତୁ ତାହା ପନିପରିବାର ତୁଳନୀୟ ନୁହେଁ। ପରିବା ମଧ୍ୟରୁ ଉନ୍ନତମାନର ପରିବା ମଧ୍ୟରେ ଲାଉ ଅନ୍ୟତମ। ଲାଉରେ ବିଭିନ୍ନ ପ୍ରକାରର ସୁଗୁଣ ରହିଛି, ଯାହାକି ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ।

ଲାଉ ଖାଇବା ଦ୍ବାରା ଆମର ପେଟ ଥଣ୍ଡା ରହିଥାଏ। ଏହା ହୃଦ୍‌ରୋଗୀଙ୍କ ପାଇଁ ବି ଅତ୍ୟନ୍ତ ଭଲ। ଏଥିରେ ଥିବା ଆଣ୍ଟି ଅସ୍କିଡାଣ୍ଟ୍‌ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖେ। ଯେଉଁ କାରଣରୁ ମଧୁମେହ ରୋଗୀମାନେ ଅଧିକ ପରିମାଣର ଲାଉ ଖାଇବା ଦରକାର।

ଏହା ଲମ୍ବା, ଗୋଲାକାର ଆଦି ବିଭିନ୍ନ ଆକରରେ ଆସେ। ଆପଣ ଯେଉଁ ଧରଣର ବି ଲାଉ ଖାଆନ୍ତୁ ତାହାର ଗୁଣ ସମାନ ହୋଇଥାଏ। କୁହାଯାଏ ଲାଉ ଖାଇବା ଦ୍ବାରା ମାନସିକ ଚାପ କମ୍‌ ହୋଇଥାଏ।

ଏଥିରେ ଅଧିକ ପରିମାଣର ପାଣି ଭାଗ ଥିବାରୁ ଏହାକୁ ରୀତିମତ ଖାଇଲେ ତ୍ବଚା ଯୁବା ଦିଶିଥାଏ। ଏହାକୁ ଆପଣ ଓଜନ ହ୍ରାସ ଡଏଟ୍‌ରେ ମଧ୍ୟ ସାମିଲ୍‌ କରିପାରିବେ। ଲାଉ ଜୁସ୍‌ ପିଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ। ସେଥିପାଇଁ ଆପଣ ପ୍ରତିଦିନ ସକାଳୁ ୧ ଗ୍ଲାସ୍ ଲାଉ ଜୁସ୍‌ ପିଇପାରିବେ।

ଆପଣଙ୍କୁ ଯଦି ରାତିରେ ସୁନିଦ୍ରା ହେଉନାହିଁ, ତାହାଲେ ମଧ୍ୟ ଆପଣ ଲାଉ ଖାଇବା ଅଭ୍ୟାସ କରନ୍ତୁ। ଲାଉ ଖାଇଲେ ନିଦ୍ରା ସମସ୍ୟା ବି କମ୍‌ ହୋଇଥ‌ାଏ ବୋଲି ଡାକ୍ତରମାନେ ପରାମର୍ଶ ଦିଅନ୍ତି। ଏହା ଛଡ଼ା ଉତ୍ତମ ହଜମ ଓ କଳା କେଶ ଚାହୁଁଥିଲେ ମଧ୍ୟ ଲାଉ ଖାଇବା ଅଭ୍ୟାସ ରଖନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe